ଭୁବନେଶ୍ୱର : ଆସନ୍ତା ବର୍ଷ ନଭେମ୍ବର ୩୦ ତାରିଖରୁ ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ ହେବ । ଏହା ଡିସେମ୍ବର ୪ ଯାଏଁ ଚାଲିବ । ଏଥି ପାଇଁ ଆରମ୍ଭ ହୋଇଛି କାଉଣ୍ଟ ଡାଉନ୍ । ଶନିବାର ଭୁବନେଶ୍ବର ଖାରବେଳ ଭବନରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୨ଟି ପ୍ରକଳ୍ପର ଶିଳାନ୍ୟାସ ଓ ୫ଟି ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି । ଏହି ୨୭ଟି ପ୍ରକଳ୍ପ ପାଇଁ ମୋଟ ୮ହଜାର ୯ଶହ ୩୯କୋଟି ଟଙ୍କାର ପୁଞ୍ଜି ନିବେଶ ହେବାକୁ ଥିବା ବେଳେ ଏଥିରେ ମୋଟ ୧୨ହଜାର ୧୪୨ଜଣଙ୍କୁ ନିଯୁକ୍ତି ସୁଯୋଗର ଲକ୍ଷ୍ୟ ରଖାଯାଇଛି ।
୨୦୨୦ ନଭେମ୍ବର ୩୦ରୁ ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ । ଯାହା ଡିସେମ୍ବର ୪ ଯାଏଁ ଚାଲିବ । ଏଥି ପାଇଁ ଆରମ୍ଭ ହୋଇଛି କାଉଣ୍ଟ ଡାଉନ୍ । ପୁଞ୍ଜି ନିବେଶରେ ଓଡିଶାକୁ ଦେଶର ଟପ ଥ୍ରୀ ପୋଜିସନ୍ରେ ରଖିବା ଲାଗି ରାଜ୍ୟ ସରକାର 5-T ଷ୍ଟ୍ରାଟେଜି ଆଧାରରେ ଏଥର ମେକଇନ ଓ଼ଡିଶା ହେବ । ପୁଞ୍ଜି ନିବେଶର ସବୁଠୁ ବଡ଼ ସମ୍ମିଳନୀ ମେକ ଇନ ଓଡିଶା ଲାଗି ସବୁ ଅଂଶିଦାର ମାନଙ୍କୁ ଆମନ୍ତ୍ରଣ କରିଛନ୍ତି ରାଜ୍ୟ ସରକାର ।ଶନିବାର ଭୁବନେଶ୍ବର ଖାରବେଳ ଭବନରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୨ଟି ପ୍ରକଳ୍ପର ଶିଳାନ୍ୟାସ ଓ ୫ଟି ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି । ଏହି ୨୭ଟି ପ୍ରକଳ୍ପ ପାଇଁ ମୋଟ ୮ହଜାର ୯ଶହ ୩୯କୋଟି ଟଙ୍କାର ପୁଞ୍ଜି ନିବେଶ ହେବାକୁ ଥିବା ବେଳେ ଏଥିରେ ମୋଟ ୧୨ହଜାର ୧୪୨ଜଣଙ୍କୁ ନିଯୁକ୍ତି ସୁଯୋଗର ଲକ୍ଷ୍ୟ ରଖାଯାଇଛି । ଶନିବାର ଶୁଭାରମ୍ଭ ହୋଇଥିବା ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ରହିଛି ରାଜଗାଙ୍ଗପୁର ଓସିଏଲ୍ ସିମେଣ୍ଟ କାରଖାନା । ୧ ହଜାର ୯ଶହ ୯୫ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏହି ପ୍ରକଳ୍ପର ସମ୍ପ୍ରସାରଣ କରାଯିବ । ସେହିଭଳି ଯାଜପୁରରେ ତିଆରି ହେବ ଇ-ଭେଇକିଲ ଆସେମ୍ବଲ ପ୍ଲାଣ୍ଟ ।
ମେକଇନ ଓଡିଶା ତୃତୀୟ ସଂସ୍କରଣ ମାଧ୍ୟମରେ ରାଜ୍ୟ ସରକାର ରାଜ୍ୟକୁ ଶିଳ୍ପପତି ମାନଙ୍କୁ ଆକୃଷ୍ଟ କରିବାକୁ ଚାହୁଁଛନ୍ତି । ଓଡିଶାକୁ ଦେଶର ବେଷ୍ଟ ଶିଳ୍ପ ହବ କରିବା ଲାଗି ପଦକ୍ଷେପ ନିଆଯାଉଛି । ମେକ ଇନ ଓଡିଶାର ପ୍ରଥମ ସଂସ୍କରଣରେ ୧୨ ହଜାର ଲୋକ ଯୋଗ ଦେଇଥିଲେ । ଦ୍ବିତୀୟ ସଂସ୍କରଣରେ ୧୫ ସେକ୍ଟରରେ ୪ ଲକ୍ଷ ୧୯ ହଜାର ୫୭୪୪ କୋଟି ଟଙ୍କା ନିବେଶ ପ୍ରସ୍ତାବ ଆସିଥିଲା । ସମ୍ମିଳନୀରେ ଦେଶ ବିଦେଶରୁ ୫ ହଜାର ଶିଳ୍ପପତିଙ୍କ ସହ ୩୧ ହଜାର ଡେଲିଗେଟସ୍ ଏଥିରେ ଭାଗ ନେଇଥିଲେ । ତୃତୀୟ ସଂସ୍କରଣରେ ୧ ଲକ୍ଷ ଡେଲିଗେଟ୍ସ୍ ଯୋଗଦେବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଆଉ ତୃତୀୟ ସଂସ୍କରଣ ସଫଳ ହେଲେ ଓଡିଶା ପୁଞ୍ଜି ନିବେଶକଙ୍କ ପ୍ରଥମ ପସନ୍ଦ ହେବ ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ ।
ମେକଇନ ଓଡିଶା ସଂସ୍କରଣ ମାଧ୍ୟମରେ ଆସୁଥିବା ପ୍ରସ୍ତାବ ଗୁଡିକ ଭିତରୁ ଅନେକ ପ୍ରକଳ୍ପ ଏବେ କାମ ଆରମ୍ଭ ହୋଇ ସାରିଥିବା କୁହାଯାଇଛି ।
Comments are closed, but trackbacks and pingbacks are open.