୨୦୨୧ ମାର୍ଚ୍ଚ ଶେଷ ସୁଦ୍ଧା ଝାରସୁଗୁଡ଼ାରେ ହୃଦ୍ ହସ୍ପିଟାଲ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପଶ୍ଚିମ ଓଡ଼ିଶା ଲୋକ ଆଉ ହୃଦ୍ରୋଗ ଚିକିତ୍ସା ପାଇଁ ଆଉ କଟକ କି ଭୁବନେଶ୍ୱର ଆସିବେନି । ୨୦୨୧ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଝାରସୁ୍ଗୁଡ଼ାରେ କାର୍ଯ୍ୟକ୍ଷମ ହେବ ହୃଦ୍ ହସ୍ପିଟାଲ । କ୍ୟାନ୍ସର ହସ୍ପିଟାଲ ପାଇଁ ମଧ୍ୟ ଯନ୍ତ୍ରପାତି ଖୁବ୍ଶୀଘ୍ର କିଣାଯିବ । ଏଥିପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ଟେଣ୍ଡର ଡକାଯିବ ।
ଝାରୁସୁଗୁଡ଼ାରେ ହେବାକୁ ଥିବା ଏହି ଦୁଇ ହସ୍ପିଟାଲର ଅଗ୍ରଗତୀ ସମ୍ପର୍କରେ ସୂଚନା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏହି ସୂଚନା ଦେଇଛନ୍ତି । ଶ୍ରୀ ଦାସ କହିଛନ୍ତି, କାର୍ଡିଆକ କେୟାର ହସ୍ପିଟାଲର ଅଗ୍ରଗତି ସନ୍ତୋଷଜନକ । ହସ୍ପିଟାଲ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ୍ଙ୍କ ରହିବା ପାଇଁ କ୍ୱାର୍ଟର୍ସ ତିଆରି ହେବ । ଏଥିପାଇଁ ସ୍ୱତନ୍ତ୍ର ଏଷ୍ଟିମେଟ୍ ତିଆରି କରି ଦେବାକୁ ଝାରସୁଗୁଡ଼ା ଜିଲ୍ଲାପାଳ ଓ କାର୍ଯ୍ୟନିର୍ବାହୀ ଯନ୍ତ୍ରୀକୁ ମନ୍ତ୍ରୀ ଶ୍ରୀ ଦାସ ନିଦେ୍ର୍ଧଶ ଦେଇଛନ୍ତି ।
ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ କ୍ୱାଲିଟି ବା ଉତ୍ତମ ମାନର ସ୍ୱାସ୍ଥ୍ୟସେବା ଉପରେ ଗୁରୁତ୍ୱ ଦେଇଛନ୍ତି । ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସଚିବ ତଥା ଜାତୀୟ ସ୍ୱାସ୍ଥ୍ୟ ମିଶନ ନିଦେ୍ର୍ଧଶକ ଶାଳିନୀ ପଣ୍ଡିତ କହିଛନ୍ତି, ଦୁଇଟି ଯାକ ସୁପର ସ୍ପେସିଆଲିଟି ହସ୍ପିଟାଲର ନିର୍ମାଣ ପିପିପପି (ସରକାରୀ ଓ ଘରୋଇ ଭାଗିଦାରିତା)ରେ ହେବ । ହସ୍ପିଟାଲ ବିଲ୍ଡିଂ ନିର୍ମାଣ ଓ ଯନ୍ତ୍ରପାତି କିଣା ପାଇଁ ଏମ୍ସିଏଲ୍ ଆର୍ଥିକ ସହାୟତା ଯୋଗାଇ ଦେବ । ଏଥିପାଇଁ ୫.୫ ଏକର ଜମି ଜିଲ୍ଲା ପ୍ରଶାସନ ଯୋଗାଇ ଦିଆଯାଇଛି । ୧୦୦ ବେଡ୍ ବିଶିଷ୍ଟ ହୃଦ୍ ହସ୍ପିଟାଲ ପରିଚାଳନା ପାଇଁ ଟେଣ୍ଡର କରି ସଂସ୍ଥା ଚୟନ କରାଯାଇଛି । ଏହାର ୫୦ ବେଡ୍ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣରେ ଚିକିତ୍ସିତ ରୋଗୀଙ୍କ ଲାଗି ସଂରକ୍ଷିତ ରହିବ ।
ଓଡ଼ିଶା ରାଜ୍ୟ ଔଷଧ ନିଗମ ରେଡିଏସନ୍ ଅଙ୍କୋଲୋଜି ବିଭାଗ ପାଇଁ ଲିନିୟର ଆସିଟ୍ଟିରେଟର, ବ୍ରାଞ୍ଚିଥେରାପି, ନୁ୍ୟକ୍ଲିୟର ମେଡିସିନ୍, ପେଟ ସିଟି, ଏମ୍ଆରଆଇ, ସିଟିସ୍କାନ, ମାମୋଗ୍ରାଫୀ, ଏକ୍ସରେ, ସିଆର ସିଷ୍ଟମ, ଅଲଟ୍ରାସାଉଣ୍ଡ, ଟିଏମ୍ଟି, ଇକୋ, ଆଟୋମେଟେଡ୍ ଲାବ୍ରୋଟାରୀ ସହ ରକ୍ତ ଭଣ୍ଡାର ପାଇଁ ଯନ୍ତ୍ରପାତି କିଣିବେ । ବିଜୁଳି ଓ ପାଣି ପାଇଁ ମଧ୍ୟ ବୈଠକରେ ଆଲୋଚନା ହୋଇଛି ।
ଅନ୍ୟମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ର, ଭିଡିଓକନ୍ଫରେନ୍ସିଂରେ କେୟାର ହସ୍ପିଟାଲ କର୍ତ୍ତୃପକ୍ଷ, ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ ସାମଲଙ୍କ ସମେତ ଅନ୍ୟ ବିଭାଗର ବରିÂ ଅଧିକାରୀ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons