୨୦୨୨ ସୁଦ୍ଧା ସବୁ ଗରିବ ପରିବାରକୁ ଘର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମତରେ “ଘର କେବଳ ଚାରି କାନ୍ଥକୁ ନେଇ ନୁହେଁ, ଏହା ଲୋକଙ୍କ ପାଇଁ ସୁଖ ସୁବିଧା ଓ ସମ୍ମାନର ଉପଲବ୍ଧି । ଯେଉଁଠାରେ ସ୍ୱପ୍ନକୁ ନୂଆ ରୂପ ଓ ଆକାଂକ୍ଷାକୁ ନୂଆ ଉନ୍ମାଦନା ମିଳେ’ । ପ୍ରଧାନମନ୍ତ୍ରୀଙ୍କ ଏହି ଦୂରଦୃଷ୍ଟିକୁ ମାର୍ଗଦର୍ଶକ ଭାବେ ଗ୍ରହଣ କରି ସମସ୍ତଙ୍କୁ ଘର ଯୋଗାଇବା ପାଇଁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ୨୦୨୨ ସୁଦ୍ଧା ସମସ୍ତ ଗରିବ ପରିବାର ପାଇଁ ଘର ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛନ୍ତି । ୨୦୧୯-୨୦ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାରେ ୨୬ ଲକ୍ଷରୁ ଊଦ୍ଧ୍ୱର୍ ଘର ନିର୍ମାଣ ଗରିବଙ୍କ ଜୀବନରେ ପରିବର୍ତ୍ତନ ଆଣିବା ସହ ସେମାନଙ୍କୁ ଖୁସି ଦେଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲକ୍ଷାଧିକଙ୍କ ଜୀବନରେ ପରିବର୍ତ୍ତନ ଆଣିଛି । ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ଯୋଗୁଁ ଏହା ସମ୍ଭବ ହୋଇଛି ଓ ଆଜି ଗରିବ ଲୋକମାନେ ପକ୍କା ଘରର କଳ୍ପନା କରିପାରୁଛନ୍ତି । ଦେଶର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ କେହି ବାସହୀନ ହୋଇ ନରୁହନ୍ତୁ ସେଥିପାଇଁ ଭାରତ ସରକାର ଦ୍ରୁତ ପଦକ୍ଷେପ ନେଉଛନ୍ତି ।
ବିଶେଷ ଭାବେ ରାଜ୍ୟର ଅସହାୟଙ୍କ ପାଇଁ ସୁଲଭ ଘର ନିର୍ମାଣ ବାସ୍ତବରେ ପରିଣତ ହୋଇଛି ଏବଂ ଓଡ଼ିଶାର ଗ୍ରାମାଞ୍ଚଳରେ ବ୍ୟାପକ ପରିବର୍ତ୍ତନର ଛବି ହେଉଛି ଏହାର ପ୍ରମାଣ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ପକ୍କା ଘର କେବଳ ଲୋକଙ୍କ ସ୍ୱପ୍ନକୁ ପୂରଣ କରିନାହିଁ ବରଂ ଏହା ସରକାରଙ୍କ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଅଧୀନରେ ଗ୍ୟାସ୍ ସିଲିଣ୍ଡର, ଘରକୁ ବିଜୁଳି, ବିଶୁଦ୍ଧ ପାନୀୟ ଜଳ, ଶୌଚାଳୟ ଭଳି ଅନେକ ଜନକଲ୍ୟାଣ ପଦକ୍ଷେପକୁ ସୁନିଶ୍ଚିତ କରୁଛି । ସ୍ୱଚ୍ଛ ଭାରତ ଅଧୀନରେ ଓଡ଼ିଶାରେ ୭୭.୧୪ ଲକ୍ଷ ଘର ପାଇଁ ଶୌଚାଳୟର ବ୍ୟବସ୍ଥା କରାଯାଇଛି । ସ୍ୱଚ୍ଛ ଭାରତ ମିଶନରେ ଓଡ଼ିଶାର ସମସ୍ତ ୧୧୪ ପୌରସଂସ୍ଥାକୁ ଖୋଲା ମଳତ୍ୟାଗ ମୁକ୍ତ ସହର (ଓଡିଏଫ) ରୂପେ ଘୋଷଣା କରାଯିବା ଆନନ୍ଦର ବିଷୟ ।
ସେହିପରି ୨୦୧୭ ପରଠାରୁ ରାଜ୍ୟରେ ସୌଭାଗ୍ୟ ଯୋଜନାରେ ୨୪ ଲକ୍ଷ ଘରକୁ ବିଜୁଳି ସଂଯୋଗ କରାଯିବା ଦ୍ୱାରା ରାଜ୍ୟରେ ଶତ ପ୍ରତିଶତ ବିଜୁଳି ସଂଯୋଗ ହୋଇପାରିଛି । ଅପରପକ୍ଷରେ ଓଡ଼ିଶାରେ ୫.୨୨ କୋଟିରୁ ଅଧିକ ଏଲଇଡି ବଲବ୍ ବଣ୍ଟନ ଦ୍ୱାରା ବାର୍ଷିକ ୬.୭୮ ବିଲିୟନ କିଲୋୱାଟର ଶକ୍ତି ସଞ୍ଚୟ କରାଯାଇପାରିଛି । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧୀନରେ ଇଇଏସ୍ଏଲ୍ ଇଣ୍ଡିଆ ଦ୍ୱାରା ଓଡ଼ିଶାରେ ୧.୭୦ ଲକ୍ଷ ଏଇଡି ଟୁ୍ୟବ ଲାଇଟ୍ ଓ ୩୭,୭୭୦ ପଙ୍ଖା ବଣ୍ଟନ ରାଜ୍ୟର ଲକ୍ଷାଧିକ ଜୀବନକୁ ଆଲୋକିତ କରିଛି ।
ଶ୍ରୀ ପ୍ରଧାନ କହିଛନ୍ତି ବିଶେଷତଃ ଗରିବ ଏବଂ ଅସହାୟ ବ୍ୟକ୍ତିଙ୍କ ଜୀବନଶୈଳୀରେ ଉନ୍ନତି ଆଣବା ମୋଦି ସରକାରଙ୍କ ପ୍ରାଥମିକତାରେ ରହିଛି । ୨୦୧୯-୨୦ ଆର୍ଥିକ ବର୍ଷରେ ଓଡ଼ିଶାକୁ ୩୪୨.୮୨ କୋଟିର କେନ୍ଦ୍ରୀୟ ସହାୟତା ମଞ୍ଜୁର କରାଯାଇ ନାଗରିକଙ୍କ ସୁବିଧାକୁ ସୁଦୃଢ଼ କରାଯିବା ସହ ଅମୃତ ଯୋଜନା ଅଧୀନରେ ସହରାଞ୍ଚଳର ପୁନଃଉଦ୍ଧାର କରିବା ପାଇଁ ପଦକ୍ଷେପ ନିଆଯାଇଛି । ୨୦୧୯-୨୦ ଆର୍ଥିକ ବର୍ଷରେ ୧ ଲକ୍ଷରୁ କମ୍ ବାସ କରୁଥିବା ସହର ପାଇଁ ଅଗ୍ରୀମ ଆକାରରେ ପ୍ରଥମ କିସ୍ତିସ୍ୱରୂପ ୨୭୧.୭୫ କୋଟିର ଲାଭ ଓଡ଼ିଶା ପାଇଛି । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ସ୍ମାର୍ଟ ସିଟି ମିଶନ ଅଧୀନରେ କେନ୍ଦ୍ର ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଓଡ଼ିଶା ପାଇଁ ୨୦୩.୯୩ କୋଟି ମଞ୍ଜୁର କରିଛି ।
ଭୁବନେଶ୍ୱର ଏବଂ ରାଉରକେଲାକୁ ସ୍ମାର୍ଟ ସହର ଭାବେ ବିକଶିତ କରାଯିବା, ରାଜ୍ୟର ସମଗ୍ର ଭିତ୍ତିଭୂମି ଏବଂ ସଂଯୋଗକୁ ତ୍ୱରାନ୍ୱିତ କରୁଛି । ପାରାଦୀପକୁ ସ୍ମାର୍ଟ ବନ୍ଦର ସହର ଭାବେ ବିକଶିତ କରାଯିବା ମୋଦି ସରକାରଙ୍କ ଓଡ଼ିଶାକୁ ଭବିଷ୍ୟତ ପାଇଁ ଉପଯୁକ୍ତ ଏବଂ ବିକଶିତ ରାଜ୍ୟ ଭାବେ ଗଢ଼ିବା ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି ସେ ୱିଟ୍ କରି କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons