ଭୁବନେଶ୍ୱର, (ବି.ବି.ବୁ୍ୟରୋ):ମହିଳାମାନଙ୍କ ବିକାଶ କ୍ଷେତ୍ରରେ ବାଲ୍ୟବିବାହ ଏକ ମୁଖ୍ୟ ପରିବନ୍ଧକ । ଯଦିଓ ବାଲ୍ୟବିବାହ ବହୁ ପରିମାଣରେ ହ୍ରାସ ପାଇଛି କିନ୍ତୁ ଏହାକୁ ସଂପୂର୍ଣ୍ଣ ରୂପେ ପ୍ରତିହତ କରାଯାଇପାରିନାହିଁ । ପରିସଂଖ୍ୟାନ ଅନୁଯାୟୀ ଆମ ରାଜ୍ୟ ଓଡ଼ିଶାରେ ବାଲ୍ୟବିବାହ ଜାତୀୟ ହାରଠାରୁ କମ୍ ପ୍ରତିଶତ ଅଛି । ବାଲ୍ୟବିବାହର ଜାତୀୟହାର ୨୬.୮ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହି ହାର ୨୧ ପ୍ରତିଶତ ରହିଛି । ତଥାପି ଏହି ହାର ସଂପୂର୍ଣ୍ଣ ହ୍ରାସ କରି ୨୦୩୦ ମସିହା ସୁଦ୍ଧା ବାଲ୍ୟବିବାହକୁ ଶୂନ ପ୍ରତିଶତକୁ ଆଣିବା ନିମନ୍ତେ ଆମେ କୌଶଳଗତ କାର୍ଯ୍ୟ ଚିଠା ଆରମ୍ଭ କରିଛୁ ବୋଲି ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ମତବ୍ୟକ୍ତ କରିଛନ୍ତି ।
ଆଜି ପୂର୍ବାହ୍ନରେ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ବାଲ୍ୟବିବାହ ନିରୋଧ ନିମନ୍ତେ ଆୟୋଜିତ ଏକ ରାଜ୍ୟ ସ୍ତରୀୟ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀମତୀ ସାହୁ କହିଲେ, ପ୍ରତ୍ୟେକ ନାରୀ ମଧ୍ୟରେ ଅସାଧାରଣ ଶକ୍ତି, ସାମର୍ଥ୍ୟ ଏବଂ ଦକ୍ଷତା ରହିଛି । ନାରୀଟିଏ ସମାଜରେ ନିଜକୁ ପ୍ରତିÂିତ କରିବାରେ ସଫଳ ହେବ ଯେତେବେଳେ ତା’ ପାଖରେ ଉପଯୁକ୍ତ ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ସମାନତାର ଅଧିକାର ଉପଲବ୍ଧ ହେବ ।
ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଲେ, ବାଲ୍ୟବିବାହକୁ ରୋକିବା ଦିଗରେ ରାଜ୍ୟ ସରକାର ବିବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି । ରାଜ୍ୟର ବାଳିକାମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ପୁଷ୍ଟିସାଧନ ସେମାନଙ୍କ ସ୍ୱାଧୀନତା ଏବଂ ଅଧିକାରକୁ ସୁରକ୍ଷିତ ରଖିବା ନିମନ୍ତେ ଏକ ସାମଗ୍ରିକ ପ୍ରୟାସ କରାଯାଉଛି ।
କମିଶନର ତଥା ନିଦେ୍ର୍ଧଶକ, ମିଶନ ଶକ୍ତି ସୁଜାତା ଆର. କାର୍ତ୍ତିକେୟନ୍ କହିଲେ, ରାଜ୍ୟରେ ୭୦ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋÂୀର ସଦସ୍ୟ ଅଛନ୍ତି । ସେମାନେ ନିଜ ନିଜ ଅଞ୍ଚଳରେ ଜଣେ ଜଣେ ନେତ୍ରୀ । ବାଲ୍ୟବିବାହକୁ ରୋକିବା ଦିଗରେ ସେମାନଙ୍କ ଯଥେଷ୍ଟ ଭୂମିକା ଏବଂ ପ୍ରଭାବ ରହିଛି । ନିଦେ୍ର୍ଧଶକ ସମାଜ କଲ୍ୟାଣ ଶ୍ରୀ ଅରବିନ୍ଦ ଅଗ୍ରୱାଲ ନିଜର ସ୍ୱାଗତ ଭାଷଣରେ କହିଲେ ଯେ, ୧୮ ବର୍ଷରୁ କମ୍ ବୟସର ଝିଅମାନଙ୍କ ବିବାହ ହେଲେ ସେମାନଙ୍କ ଶାରୀରିକ, ମାନସିକ ସ୍ୱାସ୍ଥ୍ୟ ଗଭୀର ଭାବରେ ପ୍ରଭାବିତ ହୋଇଥାଏ । ବିଭାଗର ଉଦ୍ୟମ କ୍ରମେ ୨୦୧୮ ମସିହାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସର୍ବାଧିକ ୪୧୧ ଜଣ ଝିଅଙ୍କୁ ବାଲ୍ୟବିବାହର ଶିକାର ହେବାରୁରକ୍ଷା କରାଯାଇଛି


Comments are closed, but trackbacks and pingbacks are open.