୨୦ କୋଟିର ଯୋଜନା:ବିଶ୍ୱସ୍ତରୀୟ ହେବ ପାରାଦୀପ ମାଛଧରା ବନ୍ଦର

Get real time updates directly on you device, subscribe now.

ପାରାଦୀପ,(ବି.ବି.ନୁ୍ୟଜ୍): ପାରାଦୀପ ନେହରୁବଙ୍ଗଳାସ୍ଥିତ ମାଛଧରା ବନ୍ଦରକୁ ଏସିଆ ମହାଦେଶର ସବୁଠାରୁ ବଡ଼ ମାଛଧରା ବନ୍ଦର କୁହାଯାଉଥିବା ବେଳେ ଏବେ ବିଶ୍ୱ ମାନଚିତ୍ରରେ ଏହାର ନାମ ଫିିଟିବ । ଏ ଦିଗରେ ଉଦ୍ୟମ ସ୍ୱରୂପ ମାଛଧରା ବନ୍ଦରର ନବକଳେବର କରିବାକୁ ରାଜ୍ୟ ସରକାର ବିଭିନ୍ନ ପ୍ରକଳ୍ପ ପ୍ରସ୍ତୁତ କରି ଏଥିପାଇଁ ପ୍ରାୟ ୨୦ କୋଟି ଟଙ୍କା ବ୍ୟୟ ବରାଦ କରିଥିବା ଜଣାପଡ଼ିଛି । ଏପରିକି ଆଜି ମତ୍ସ୍ୟ ବିଭାଗ କମିସନର ଓ ନିଦେ୍ର୍ଧଶକ ପାରାଦୀପକୁ ଦିନିକିଆ ଗସ୍ତରେ ଆସି ମାଛଧରା ବନ୍ଦର ବୁଲି ଦେଖିବା ସହ ଆଗକୁ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିଛନ୍ତି ।
ନେହରୁ ବଙ୍ଗଳା ମାଛଧରା ବନ୍ଦର ପ୍ରଶାସନିକ ଭବନରେ ମତ୍ସ୍ୟଜୀବୀ ଓ ଟ୍ରଲର୍ ମାଲିକମାନଙ୍କୁ ନେଇ ଭାରତୀୟ ମତ୍ସ୍ୟ ସର୍ବେକ୍ଷଣ ବିଭାଗ ଦ୍ୱାରା ଆୟୋଜିତ ଏହି ବୈଠକରେ ରାଜ୍ୟ ମତ୍ସ୍ୟ ବିଭାଗ କମିସନର ଆର୍. ରଘୁ ପ୍ରସାଦ, ନିଦେ୍ର୍ଧଶକ ଡ.ଏନ୍ ଥିରୁମାଲା ନାଏକ ଯୋଗ ଦେଇଥିଲେ । ପ୍ରଥମେ ବିଶାଖାପାଟଣାସ୍ଥିତ ଭାରତୀୟ ମତ୍ସ୍ୟ ସର୍ବେକ୍ଷଣ ବିଭାଗର ବୈଜ୍ଞାନିକ ଡ଼. ଅନ୍ନଦା ଭୂଷଣ କର ସ୍ୱାଗତ ଭାଷଣ ଦେଇଥିଲେ । ନିଦେ୍ର୍ଧଶକ ଡ଼. ନାଏକ ପ୍ରାରମ୍ଭିକ ଭାଷଣ ଦେଇଥିଲେ । କାର୍ଯ୍ୟକ୍ରମରେ ମତ୍ସ୍ୟ ବିଭାଗର ଉପ ନିଦେ୍ର୍ଧଶକ (ମେରାଇନ୍ ) ବସନ୍ତ କୁମାର ଦାସ, ଓମ୍ଫା ସଭାପତି ସୁମନ୍ତ କୁମାର ବିଶ୍ୱାଳ, ଭାରତୀୟ ମତ୍ସ୍ୟ ସର୍ବେକ୍ଷଣ ବିଭାଗର ବରିÂ ବୈଜ୍ଞାନିକ ସୁଜିତ୍ କୁମାର ପ;ନାୟକ ପ୍ରମୁଖ ଯୋଗ ଦେଇ ଓଡ଼ିଶା ଉପକୂଳର ସାମୁଦ୍ରିକ ମତ୍ସ୍ୟ ସମ୍ପଦ ସମ୍ପର୍କରେ ଆଲୋଚନା କରିଥିଲେ । ମତ୍ସ୍ୟ ସମ୍ବଳର ସୁରକ୍ଷା ପାଇଁ ସମୁଦ୍ରରେ ବିଷ କିମ୍ବା ଡ଼ିନାମାଇଟ୍ ପ୍ରୟୋଗ ନ କରିବା, ମାତ୍ରାଧିକ ମାଛ ଧରିବାକୁ ଏଡ଼ାଇବା, ମାଛଧରା ଜାଲର ପରିବେଶ ଉପରେ ଖରାପ ପ୍ରଭାବ ନେଇ ଚିନ୍ତା କରିବା, ମାଛଧରା ପ୍ରଣାଳୀ ସହିତ ଉପଯୁକ୍ତ ଆକାରର ଓ ସଠିକ୍ ଜାଲ ନିରୂପଣ କରିବା, ସନ୍ତସନ୍ତିଆ କ୍ଷେତ୍ର ଓ ହେନ୍ତାଳ ବଣ ଭଳି ମାଛଙ୍କ ରହିବା ଜାଗାକୁ ରକ୍ଷା କରିବା ଭଳି ଅନେକ ବିଷୟରେ ଆଲୋଚନା କରାଯାଇଥିଲା । ଏହାପରେ ମତ୍ସ୍ୟ ବିଭାଗ ସଚିବ ଓ ନିଦେ୍ର୍ଧଶକ ବନ୍ଦରର ସମ୍ପୂର୍ଣ୍ଣ ଅଞ୍ଚଳ ବୁଲି ଦେଖିଥିଲେ । ମାଛଧରା ବନ୍ଦରକୁ ବିଶ୍ୱସ୍ତରୀୟ କରି ଗଢି ତୋଳିବାକୁ ବହୁ ଯୋଜନା ଆଗକୁ ହାତକୁ ନିଆଯାଇଛି । ଏ ନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି । ଆଜି ଏ ନେଇ ବିଭିନ୍ନ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକର ସମୀକ୍ଷା ଉଭୟ ସଚିବ ଓ ନିଦେ୍ର୍ଧଶକ କରିଥିଲେ । ମତ୍ସ୍ୟଜୀବୀଙ୍କ ସଂଖ୍ୟା ଓ ଟ୍ରଲର୍ ସଂଖ୍ୟାରେ ବୃଦ୍ଧି ହେଉଥିବାରୁ ସମୁଦ୍ରରୁ ମାଛ ଧରା ହୋଇ ଆସିବା ପରେ ଯେଉଁ ପ୍ରୋସେସିଂ ୟୁନିଟ୍ ରହିଛି ସେଥିରେ ଏକକାଳୀନ ବସି ମାଛଗୁଡ଼ିକୁ ବାଛିବା ସମ୍ଭବ ହେଉନାହିଁ । ତେଣୁ ଏକ ବଡ଼ ପ୍ରୋସେସିଂ ପ୍ଲାଣ୍ଟ ସ୍ଥାପନ କରିବାକୁ ଯୋଜନା କରାଯାଇଛି । ସେହିଭଳି ବିଦେଶକୁ ଯାଉଥିବା ଉତ୍ତମ ଗୁଣବତ୍ତା ସଂପନ୍ନ ମାଛର ବରଫ ପ୍ୟାକିଂ ପାଇଁ ଆବଶ୍ୟକ ଫ୍ଲେକ୍ ଆକାର ବରଫ ମିଳୁନଥିବାରୁ ପ୍ୟାକିଂ କରାଯିବାରେ ଅସୁବିଧା ହେଉଛି । ସେଥିପାଇଁ ମାଛଧରା ବନ୍ଦର ଭିତରେ ଏକ ଫ୍ଲେକ୍ ସାଇଜ୍ ବରଫ କାରଖାନା ସ୍ଥାପନ ପାଇଁ ଯୋଜନା କରାଯାଇଛି । ବନ୍ଦରକୁ ଲାଗି ରହିଥିବା ମହାନଦୀ ମୁହାଣରେ ପଥର ପ୍ୟାକିଂ ଅତି ଦୁର୍ବଳ ହୋଇପଡ଼ିଥିବାରୁ ଏହାକୁ ନୂତନ ପ୍ରଣାଳୀରେ ପ୍ୟାକିଂ କରିବା, ଉପôାଦିତ ମାଛ ସଂରକ୍ଷିତ କରି ରଖିବାକୁ ଏକ ଶୀତଳଭଣ୍ଡାର ନିର୍ମାଣ କରିବା, ୬୦ ସଂଖ୍ୟକ ଘର ବିଶିଷ୍ଟ ଏକ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ କରିବା ଭଳି ଅନେକ ଛୋଟ ବଡ଼ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦିଆଯାଇଛି । ଏଥିପାଇଁ ପ୍ରାୟ ୨୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ କାମଗୁଡ଼ିକ ସମ୍ପୂର୍ଣ୍ଣ ହେଲେ ଏହି ମାଛଧରା ବନ୍ଦର ବିଶ୍ୱର ଏକ ପ୍ରମୁଖ ମାଛଧରା ବନ୍ଦରରେ ପରିଣତ ହୋଇପାରିବ ବୋଲି ଓମ୍ଫା ସଭାପତି ସୁମନ୍ତ ବିଶ୍ୱାଳ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons