୨୦ ଦିନରେ ସମ୍ପୂର୍ଣ୍ଣ ୱାଇଫାଇ ହେବ ବିଧାନସଭା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସମ୍ପୂର୍ଣ୍ଣ ବିଧାନସଭା ପରିସର ହେବ ୱାଇଫାଇ । ଆଗାମୀ ୨୦ ଦିନ ଭିତରେ ଏହି କାମ ସରିବ । ଏଥିପାଇଁ ଏନ୍ଇଭିଏ(ନେଭା) ଏବଂ ଓଡ଼ିଶା ଷ୍ଟେଟ ୱାଇଡ୍ ନେଟୱର୍କ ଅଧିକାରୀଙ୍କ ସହ ଆଜି ଆଲୋଚନା କରିଛନ୍ତି ବାଚସ୍ପତି ଡ.ସୂର୍ଯ୍ୟନାରାୟଣ ପାତ୍ର ।
ଓଡ଼ିଶା ବିଧାନସଭା ହେବ କାଗଜଶୂନ୍ୟ । ଆଉ କାଗଜପତ୍ରରେ କିଛି କାମ ହେବନି । ସମ୍ପୂର୍ଣ୍ଣ ବିଧାନସଭା କାମ କମ୍ପୁ୍ୟଟରୀକରଣ ହେବ । ଏଥିପାଇଁ ନ୍ୟାସନାଲ ଇ-ବିଧାନ ଆପ୍ଲିକେସନ୍ (ଏନଇଭିଏ), ଓସ୍ୱାସ୍ ଅଧିକାରୀଙ୍କୁ ନେଇ ଆଜି ଏକ ସମୀକ୍ଷା ବୈଠକ ହୋଇଥିଲା । ବାଚସ୍ପତି ଡ. ପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । ବୈଠକରୁ ଜଣାପଡ଼ିଛି, ବିଧାନସଭାରେ ଏନ୍ଇଭିଏ ଆଂଶିକ ଭାବେ କାର୍ଯ୍ୟକାରୀ ହୋଇଛି । ଆସନ୍ତା ୧୫ ତାରିଖରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରାଳୟ ଏ ନେଇ ଏକ ବୈଠକ କରିବେ । ଏଥିରେ ଏନ୍ଇଭିଏ ସମ୍ପର୍କିତ ଏକ ସଂଶୋଧିତ ମାର୍ଗଦର୍ଶିକା ଜାରି କରିବେ । ଏହା ପରେ ରାଜ୍ୟ ପ୍ରକଳ୍ପ ପରିଚାଳନା କମିଟି (ଏସପିଏମ୍ସି) ସଂଶୋଧିତ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରି ସଂସଦୀୟ ବ୍ୟାପାର ମନ୍ତ୍ରାଳୟକୁ ପଠାଇବେ । ଓଡ଼ିଶା ବିଧାନସଭା ପକ୍ଷରୁ ଏନ୍ଇଭିଏ ନୂତନ ସଂସ୍କରଣ ବିଧାନସଭାରେ ଲାଗୁ କରାଯିବ । ଏହାବାଦ୍ ଓକାକ୍ ପକ୍ଷରୁ ବିଧାନସଭାରେ ଓସ୍ୱାସ୍ର ପ୍ରଚଳନ ପାଇଁ ଯଥାଶୀଘ୍ର ପଦକ୍ଷେପ ନିଆଯିବ । ବିଧାନସଭାର ସମସ୍ତ ପ୍ରଶ୍ନପତ୍ର, ଉତ୍ତର ଓ ବିବରଣୀ ଅନଲାଇନରେ ଉପଲବ୍ଧ ହେବ ।
ତେବେ ବିଧାନସଭା ପରିସରକୁ ୱାଇଫାଇ କରିବା ପାଇଁ ଲୋକାଲ୍ ଏରିଆ ନେଟୱର୍କ ସଂଯୋଗ କରିବା ଓ ଏକ ଭିଡିଓ କନ୍ଫରେନ୍ସିଂ ପ୍ରକୋÂକୁ କାର୍ଯ୍ୟକ୍ଷମ କରିବା ଦିଗରେ ଓକାକ୍ ପକ୍ଷରୁ ତ୍ୱରିତ୍ ପଦକ୍ଷେପ ନିଆଯିବ । ଏହି ପ୍ରକୋÂ କାର୍ଯ୍ୟକ୍ଷମ ହେଲେ ବିଧାନସଭାରୁ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲାର ଅନ୍ୟାନ୍ୟ ପଦାଧିକାରୀଙ୍କ ସହ ସିଧାସଳଖ ଯୋଗାଯୋଗ ଓ ଆଲୋଚନା ସମ୍ଭବ ହୋଇପାରିବ । ବିଭିନ୍ନ କମିଟିର ଅଧ୍ୟକ୍ଷ ଓ ସଦସ୍ୟମାନେ ଜିଲ୍ଲାପାଳଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିପାରିବେ । ବିଧାନସଭାକୁ ସ୍ୱୟଂକ୍ରିୟ କରିବା ପାଇଁ ଏନ୍ଆଇସି କାର୍ଯ୍ୟ ଜାରି ରହିଛି । ଏହାକୁ ଚାଲୁ ରଖିବା ସହ ନବୀକରଣ କାମ ମଧ୍ୟ ଅବ୍ୟାହତ ରଖିବାକୁ ବୈଠକରେୀ ନିଷ୍ପତ୍ତି ନିଆଯାଇଥିଲା ।
ବୈଠକରେ ଆଇଟି ବିଭାଗର ଶାସନ ସଚିବ ମନୋଜ ମିଶ୍ର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ୱତନ୍ତ୍ର ସଚିବ ରୁଦ୍ରନାରାୟଣ ପଲାଇ, ଅର୍ଥ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ପ୍ରଦୀପ୍ତ କୁମାର ନନ୍ଦ, ବିଧାନସଭାର ସଚିବ ଦାଶରଥୀ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons