କୋରାପୁଟ,(ବି.ବି.ନୁ୍ୟଜ୍): ସ୍ଥାନୀୟ ଅଞ୍ଚଳରେ ଗଞ୍ଜେଇ ଚାଲାଣ ଥମିବା ନାଁ ନେଉନି । ଅଧିକାଂଶ ସମୟରେ ଧରପଗଡ ହେଉଛି । ଏହା ସତ୍ତେ୍ୱ ମାଫିଆ ସକ୍ରିୟ ରହୁଛନ୍ତି । ସ୍ଥାନୀୟ କେତେକ ଯୁବକଙ୍କ ମଧ୍ୟ ଏଥିରେ ସମ୍ପୃକ୍ତି ରହିଛି । ଗତ ଶୁକ୍ରବାର ସଦ୍ୟ ଏକ ଘଟଣା ପରେ ଶନିବାର ଏସଡିପିଓ ତପନ ମହାନନ୍ଦ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ସମ୍ପୃକ୍ତ ଯୁବକଙ୍କୁ ଖୁବଶୀଘ୍ର ଗିରଫ୍ କରାଯିବ ବୋଲି ଶ୍ରୀ ମହାନନ୍ଦ କହିଛନ୍ତି ।
ପୁଲିସ ସୂଚନା ଅନୁସାରେ, ଗତ ଶୁକ୍ରବାର ଭୋର ସମୟରେ ପୁଲିସ ପାଟ୍ରୋଲିଂ ବେଳେ ୩ କୁଇଣ୍ଟାଲ ୭୮ କେଜି ଗଞ୍ଜେଇ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ଜଣାପଡିଛି । ଏହି ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ସ୍ଥାନୀୟ ଦେଉଳପଡା ଗାଁର ବିନୋଦ ଖରା, ସୁର୍ମି ଗାଁର ଜୟରାମ ଗୋଲରୀ ଓ ଦୁର୍ଲା ଗାଁର ସଦନ ହନ୍ତାଳ । ଦୁଇଟି ଗାଡି ମଧ୍ୟ ଜବତ ହୋଇଛି ।
ଶ୍ରୀ ମହାନନ୍ଦ କହିଛନ୍ତି, ଲମତାପୁଟ ଫାଣ୍ଡି ଓ ମାଛକୁଣ୍ଡ ପୁଲିସକୁ ଏହି ଗଞ୍ଜେଇ ଚାଲାଣ ସମ୍ପର୍କରେ ପୂର୍ବ ସୂଚନା ମିଳିଥିଲା । ଦୁର୍ବୃତ୍ତଙ୍କୁ ଧରିବାକୁ ସ୍ଥାନୀୟ ସଗର ଛକ ନିକଟରେ ପୁଲିସ ପାଟ୍ରୋଲିଂ ଚାଲିଥିଲା । ପୁଲିସ ଏକ ପିକଅପ୍ ଭ୍ୟାନ(ଓଆର୦୨ଏୱାଇ୮୪୪୦)କୁ ଅଟକାଇ ଯାଞ୍ଚ କରିଥିଲା । ଗାଡିରୁ ୩ କୁଇଣ୍ଟାଲ ୭୮ କେଜି ଗଞ୍ଜେଇ ମିଳିଥିଲା । ଏହି ଗାଡିର ପଛପଟରୁ ଅନ୍ୟ ଏକ ବୋଲେରୋ(ଓଡି୨୪-୬୦୬୦)କୁ ପୁଲିସ ଅଟକାଇବାକୁ ଉଦ୍ୟମ କରିଥିଲା । ତେବେ ଏହି ଗାଡିଟି ପୁଲିସ ଗାଡିକୁ ଧକ୍କା ଦେଇ ପଳାଇ ଯାଇଥିଲା । ପରେ ପୁଲିସ ଏହାର ପିଛା କରି ଧରିଥିଲା । ଏହି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି । ଉଭୟ ଗାଡିକୁ ଜବତ କରାଯାଇଛି । ଜବତ ଗଞ୍ଜେଇ ବଡପଡା ଗାଁରୁ ସେମିଳିଗୁଡାକୁ ଯାଉଥିଲା । ଗିରଫ ତିନିଜଣଙ୍କୁ ପଚରାଉଚରା ବେଳେ ସ୍ଥାନୀୟ କେତେକ ଯୁବକଙ୍କ ହାତ ଥିବା ଜଣାପଡିଛି । ଏମାନଙ୍କୁ ଖବୁଶୀଘ୍ର ଗିରଫ କରାଯିବ । ଏହାର ଚେର ଆନ୍ଧ୍ରର ବିଶାଖାପାଟଣା ଜିଲ୍ଲା ମିଚୁମପୁର ପର୍ଯ୍ୟନ୍ତ ଲମ୍ବିଛି ।
ପୁଲିସ ଏହା ମଧ୍ୟ କହିଛି, ସ୍ଥାନୀୟ କଲେଜ ଓ ସ୍କୁଲ ପିଲା ଏହିଭଳି କାରବାରରେ ଅନେକ ସମ୍ପୟରେ ସାମିଲ ହେଉଥିବା ଦେଖିବାକୁ ମିଳୁଛି । ପିଲାମାନେ ଏଥିରୁ ନିବୃତ୍ତ ରହିବାକୁ ପୁଲିସ ପକ୍ଷରୁ ସଚେତନତା କରାଯାଉଛି । ବାହାର ରାଜ୍ୟର ମାଫିଆମାନେ ଏହି ଯୁବଗୋÂୀଙ୍କୁ ପ୍ରଲୋଭନ ଦେଖାଇ ବେପାରରେ ସାମିଲ କରୁଛନ୍ତି । ଏପରିସ୍ଥଳେ, ଗଞ୍ଜେଇ ଚାଲାଣ ରୋକିବା ଓ ଯୁବଗୋÂୀଙ୍କୁ ଏଥିରୁ ନିବୃତ୍ତ କରିବାକୁ ମାଛକୁଣ୍ଡ ଓ ଲମତାପୁଟ ପୁଲିସର ଉଦ୍ୟମ ଜାରି ରହିଛି । ପାଟ୍ରୋଲିଂ ବେଳେ ମାଛକୁଣ୍ଡ ଥାନା ଅଧିକାରୀ ପ୍ରଫୁଲ୍ଲ ଲାକ୍ରା, ସେକେଣ୍ଡ ଅଫିସର୍ ସୁବ୍ରତ ପଣ୍ଡା, ଲମତାପୁଟ ଫାଣ୍ଡି ଅଧିକାରୀ ମନୁଆ ବିଡିକା ଓ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ଗତ ଡିସେମ୍ବରରେ ୮ ଟି ଗଞ୍ଜେଇ ଚାଲାଣ ମାମଲା ଏଠାରେ ହୋଇଛି । ଚଳିତ ମାସରେ ୩ ଟି କେସ୍ ରୁଜୁ ହୋଇଛି । ଏହି ସମସ୍ତ ମାମଲାରେ ମୋଟ ୧୨ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ମୋଟ ୧୫ ଟି ଗାଡି ମଧ୍ୟ ଜବତ ହୋଇଛି ।


Comments are closed, but trackbacks and pingbacks are open.