ଆସିକା,(ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲା ପଳାସୀଠାରେ ଚାଲିଥିବା ବେଆଇନ ଗୁଟ୍ଖା କାରଖାନା ଉପରେ ରବିବାର ବିଳମ୍ବିତ ରାତିରେ ପୋଲିସ ଚଢ଼ାଉ କରିଥିଲା । ଏହି ଚଢ଼ାଉ ବେଳେ ୨୦ ଲକ୍ଷ ଟଙ୍କାର ଗୁଟ୍ଖା ଜବତ କରିଛି । ଆସିକା ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନଙ୍କ ନେତୃତ୍ୱରେ ରବିବାର ରାତି ପ୍ରାୟ ୧ଟା ବେଳେ ହିଞ୍ଜିଳି ପୋଲିସ ସଦଳବଳେ ଏହି ବେଆଇନ ଗୁଟ୍ଖା କାରଖାନା ଉପରେ ଚଢ଼ାଉ କରିଥିଲା । ସେଠାରୁ ୨୦ ଲକ୍ଷ ଟଙ୍କାର ଗୁଟ୍ଖା ସହିତ ଗୁଟ୍ଖା ପ୍ରସ୍ତୁତ ପାଇଁ ଦରକାର ହେଉଥିବା ସାମଗ୍ରୀ , ମେସିନ ଓ ବ୍ୟାପକ ଜରି ପ୍ୟାକେଟ ଜବତ କରାଯାଇଥିଲା । ଏହି ଘଟଣାରେ ଗୁଟ୍ଖା କାରଖାନା ମାଲିକ ପୂର୍ଣ୍ଣଚନ୍ଦ୍ର ସାହୁ ସମେତ ୪ ଜଣଙ୍କୁ ପୋଲିସ ଅଟକ ରଖିଛି ।
Comments are closed, but trackbacks and pingbacks are open.