୨୧ରେ ଚନ୍ଦ୍ରୟାନ-୨ର ଉତ୍କ୍ଷେପଣ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଚନ୍ଦ୍ରୟାନ-୨ର ଉତ୍କ୍ଷେପଣ ଆସନ୍ତା ୨୧ ତାରିଖ ଅପରାହ୍ନ କିମ୍ବା ୨୨ ତାରିଖ ଭୋର ସମୟରେ ହେବ ବୋଲି ସୂଚନା ମିଳିଛି । ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଉତ୍ପ୍ରେକ୍ଷକ ‘ବାହୁବଳୀ’ ବା ଜିଏସ୍ଏଲ୍ଭି ଏମ୍କେ ୩ରେ ରହିଥିବା ତ୍ରୁଟି ସଜାଡ଼ିବାରେ ବ୍ୟସ୍ତ ରହିଛି । ଏହି କାର୍ଯ୍ୟ ସମ୍ଭବତଃ ୨୦ ତାରିଖ ସୁଦ୍ଧା ସମ୍ପନ୍ନ ହୋଇଯିବ ।
ମିଳିଥିବା ଖବର ମୁତାବକ, ଜୁଲାଇ ୨୧ କିମ୍ବା ୨୨ରେ ଚନ୍ଦ୍ରୟାନ-୨ର ଉତ୍କ୍ଷେପଣ ଲାଗି ଜୋରଦାର ପ୍ରୟାସ ଚାଲିଛି । ଇଞ୍ଜିନିୟରମାନେ ‘ବାହୁବଳୀ’ରେ ରହିଥିବା ତ୍ରୁଟିକୁ ସଜାଡୁଛନ୍ତି । ଏଥିରେ ସେମାନେ ଶୀଘ୍ର ସଫଳ ହେବେ ବୋଲି ଆଶା କରାଯାଉଛି । ଇସ୍ରୋ ଭାବୁଥିଲା ଜୁଲାଇ ୨୨ରେ ଚନ୍ଦ୍ରୟାନ-୨ ଲଞ୍ଚ୍ କରିବ ବୋଲି, କିନ୍ତୁ ଏବେ ୨୧ ତାରିଖ ଅପରାହ୍ନ ଉପରେ ବି ନଜର ରଖାଯାଇଛି ।
ଇସ୍ରୋ ପକ୍ଷରୁ କୁହାଯାଇଛି ଚନ୍ଦ୍ରୟାନ-୨କୁ ମନମୁଖି ଭାବେ ଉତ୍କ୍ଷେପଣ କରାଯାଇ ପାରିବ ନାହିଁ । ଯୋଜନା ମୁତାବକ ଏହାକୁ ପ୍ରକ୍ଷେପଣ କରାଯିବା ଦ୍ୱାରା ରୋଭର୍ ‘ପ୍ରଜ୍ଞାନ୍’ ଚନ୍ଦ୍ରପୃଷ୍ଠରେ ଉପଯୁକ୍ତ ଭାବେ ଅଧ୍ୟୟନ କରି ଗୁରୁତ୍ୱପୂଣ୍ଣ ର୍ ତଥ୍ୟ ହାସଲ କରିପାରିବ । ବୈଜ୍ଞାନିକଙ୍କ କହିବାନୁସାରେ ଚନ୍ଦ୍ରୟାନ-୨କୁ ଚଳିତମାସ ମଧ୍ୟରେ ହିଁ ଉତ୍କ୍ଷେପଣ କରାଯିବା ଜରୁରି । କାରଣ ଜୁଲାଇ ପରେ ଯଦି ଏହାକୁ ଉତ୍କ୍ଷେପଣ କରାଯାଏ, ତେବେ ଅଧିକ ଇନ୍ଧନ ଆବଶ୍ୟକ ପଡ଼ିବ ।
ଏହାବ୍ୟତୀତ ଚନ୍ଦ୍ରୟାନ-୨ ଯେମିତି ଚନ୍ଦ୍ରପୃଷ୍ଠରେ ୧ ବର୍ଷ ପାଇଁ ବୁଲି ବୁଲି ତଥ୍ୟ ହାସଲ କରିବ, ତାହା ଉପରେ ନଜର ରଖାଯାଇଛି । କିନ୍ତୁ ଇନ୍ଧନ ଶେଷ ହେବା ଦ୍ୱାରା ଏହି ସମୟ ୬ ମାସ ପର୍ଯ୍ୟନ୍ତ ହ୍ରାସ ଘଟିପାରେ । ବର୍ତ୍ତମାନ ସମ୍ଭାବ୍ୟ ଉତ୍କ୍ଷେପଣ ଲାଗି ଜୁଲାଇ ୧୮ରୁ ୩୧ ପର୍ଯ୍ୟନ୍ତ ଅପରାହ୍ନ ୨ଟାରୁ ୩.୩୦ ପର୍ଯ୍ୟନ୍ତ ଆଲର୍ଟ ଜାରି କରାଯାଇଛି ।
ଉଲ୍ଲେଖଯୋଗ୍ୟ, ଭାରତର ଦ୍ୱିତୀୟ ଚନ୍ଦ୍ରଯାତ୍ରା ସ୍ୱରୂପ ଚନ୍ଦ୍ରୟାନ-୨କୁ ପ୍ରସ୍ତୁତ କରାଯାଇଥିଲା । ଜୁଲାଇ ୧୫ ତାରିଖ ଭୋର ୨ଟା ୫୧ ସମୟରେ ଏହା ଉତ୍କ୍ଷେପଣ କରିଥାନ୍ତା । କିନ୍ତୁ ରକେଟ୍ ବାହୁବଳୀରେ ଲିକେଜ୍ ରହିଥିବା ନେଇ ଜଣାପଡ଼ିବା ପରେ ଉଡ଼ାଣର ୫୬ ମିନିଟ୍ ପୂର୍ବରୁ ଏହାକୁ ସ୍ଥଗିତ ରଖାଯାଇଥିଲା । ଚନ୍ଦ୍ରୟାନ-୨ ଉତ୍କ୍ଷେପଣ କରି ଭାରତ ଚନ୍ଦ୍ରପୃଷ୍ଠରୁ ଅନେକ ଗୁରୁତ୍ୱପୂଣ୍ଣ ର୍ ତଥ୍ୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି । ପ୍ରଥମ ଥର ପାଇଁ ଭାରତ ଚନ୍ଦ୍ରର ଦକ୍ଷିଣ ପୋଲ୍ରେ ଏହାର ଯାନ ପହଞ୍ଚାଇବାକୁ ଯୋଜନା ରଖିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons