୨୧ରେ ସୂର୍ଯ୍ୟ ପରାଗ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ଆସନ୍ତା ୨୧ ତାରିଖରେ ଭାରତରେ ଦୃଶ୍ୟମାନ ହେବ ସୂର୍ଯ୍ୟ ପରାଗ । ପୂର୍ଣ୍ଣ ସୂର୍ଯ୍ୟ ପରାଗ ଉତ୍ତର ଭାରତର ଅଳ୍ପ କିଛି ଅଞ୍ଚଳରେ ଦୃଶ୍ୟମାନ ହେବ । ରାଜସ୍ଥାନ, ହରିୟାଣା ଓ ଉତ୍ତରାଖଣ୍ଡ ରାଜ୍ୟରେ ପ୍ରାୟ ଏକ ମିନିଟ ଧରି ବଳୟ ସୂର୍ଯ୍ୟ ପରାଗ ଦେଖାଯିବ । ଭାରତର ବାକି ସବୁ ଅଞ୍ଚଳରେ ଆଂଶିକ ପରାଗ ଦେଖାଯିବ । ଓଡ଼ିଶାରେ ସୂର୍ଯ୍ୟ ପରାଗ ପ୍ରାୟ ୬୦ରୁ୬୨ ପ୍ରତିଶତ ଘୋଡ଼ାଇ ଦେବ । ଓଡ଼ିାା ସହ ଭାରତର ସବୁ ଅଞ୍ଚଳରେ ସୂର୍ଯ୍ୟ ପରାଗ ସକାଳ ୧୦ଟା୨୦ ମିନିଟ୍ରେ ଆରମ୍ଭ ହୋଇ ଅପରାହ୍ନ ୨ଟା ୨୦ ମିନିଟ୍ରେ ଶେଷ ହେବ । ମଧ୍ୟାହ୍ନ ୧୨ଟା ୧୫ରୁ ୧୨ଟା ୩୦ ମିନିଟ୍ ମଧ୍ୟରେ ସର୍ବାଧିକ ଗ୍ରାସ ଦୃଶ୍ୟମାନ ହେବ । ଭୁବନେଶ୍ୱରରେ ୧୦ଟା ୩୮ରୁ ଆରମ୍ଭ ହୋଇ ୨ଟା ୯ ମିନିଟରେ ଏହା ଶେଷ ହେବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons