୨୨ କେଜି ଗଞ୍ଜେଇ ଜବତ, ୨ ଗିରଫ

Get real time updates directly on you device, subscribe now.

କୁନ୍ଦୁରା,(ବି.ବି.ନୁ୍ୟଜ୍): ଗଞ୍ଜେଇ ଚାଲାଣ ଅଭିଯୋଗରେ ସ୍ଥାନୀୟ ପୁଲିସ ଶୁକ୍ରବାର ୨ ଜଣଙ୍କୁ ଗିରଫ କରିଛି । ଏମାନେ ହେଲେ ମଧ୍ୟପ୍ରଦେଶର ଅନୁଜ କୁମାର ତମାରକର ଓ ଅଶୋକ ତମାରକର । ଏମାନଙ୍କଠାରୁ ୨୨ କେଜି ୨ ଗ୍ରାମ ଗଞ୍ଜେଇ, ଗୋଟିଏ ବାଇକ(ଏମପି୬୫ଏମଏ୮୬୦୫), ୩ ଟି ମୋବାଇଲ ଓ ୨ ହଜାର ୩୨୦ ଟଙ୍କା ଜବତ ହୋଇଛି । ଉଭୟ ଅଭିଯୁକ୍ତ ମଧ୍ୟପ୍ରଦେଶରୁ ଆସି ଗଞ୍ଜେଇ ନେଇ ଯାଉଥିବା ବେଳେ କାଳିଆକାଦ ଛକ ନିକଟରେ ପୁଲିସ୍ ଗିରଫ କରିଥିଲା । ଏନଡିପିଏସ ଆକ୍ଟରେ ଥାନାରେ ଏକ ମାମଲା(୧୦/୨୦୨୦) ରୁଜୁ କରି ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକ ସୂଚନା ଦେଇଛନ୍ତି । ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons