ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି। ପଞ୍ଚମ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାର ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କ୍ୟାବିନେଟରେ ୨୨ଟି ପ୍ରସ୍ତାବ ଉପରେ ମୋହର ବାଜିଛି। କରୋନା ଯୋଗୁଁ ପ୍ରଭାବିତ ହୋଇଥିବା ରାଜ୍ୟ ଅର୍ଥନୀତିର ସୁଧାର ପାଇଁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାର ୨୦୨୦-୨୧ ବଜେଟ୍ ବ୍ୟବସ୍ଥାର ପୁନଃ ସମୀକ୍ଷା କରିବା ସହ ନୂଆ ନିଷ୍ପତ୍ତି ନେଇଛନ୍ତି।
ହୋଟେଲ ଏବଂ ରେଷ୍ଟୁରାଣ୍ଟ ଲାଗି ଇଡ଼କୋ ଜମି ଯୋଗାଇ ଦିଆଯିବ। ପର୍ୟ୍ୟଟନ ପ୍ରକଳ୍ପ ଲାଗି ଇଡ଼କୋ ଜମି ଯୋଗାଇବ। ଆସ୍କା ସୁଗାର ସୋସାଇଟି କୋପୋରେଟିକୁ ୧୫ କୋଟି ଟଙ୍କାର ସହାୟତା। ଅଣ୍ଡର ଗ୍ରାଜୁଏଟ କୋର୍ସକୁ ମିଳିବ ପ୍ରଫେସନାଲ କୋର୍ସର ମାନ୍ୟତା। ମାଗଣାରେ ପିଲାଙ୍କୁ ଜୋତା ଏବଂ ସ୍ବେଟର ଯୋଗାଇ ଦିଆଯିବ। ସବୁ ସୋସାଇଟି ୫ ବର୍ଷରେ ଥରେ ନବୀକରଣ କରିବେ। ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ୍ ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ମାଳିତୀ ଦେବୀ ପ୍ରାକ୍ ବିଦ୍ୟାଳୟ କାର୍ୟ୍ୟକ୍ରମରେ ପିଲାମାନଙ୍କୁ ସହାୟତା ମିଳିବ। ସୋସାଇଟି ଆକ୍ଟରେ ହେବ ପରିବର୍ତ୍ତନ। ଶକ୍ତି ବିଭାଗ ଅଧିନରେ ଆସିବ ଓରେଡା। ଇ- ମାର୍କେଟ ଜରିଆରେ ନିଜ ଉତ୍ପାଦକୁ ବିକି ପାରିବେ ଚାଷୀ।
Comments are closed, but trackbacks and pingbacks are open.