ଭୁବନେଶ୍ୱର,(ବି.ବି.ବ୍ୟୁରୋ):ଦେଶର ଶ୍ରେଷ୍ଠ ୨୫ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମଧ୍ୟରେ କୋରାପୁଟସ୍ଥିତ ସେଣ୍ଟ୍ରାଲ ୟୁନିଭର୍ସିଟି ଅଫ୍ ଓଡ଼ିଶା ୨୩ ତମ ସ୍ଥାନରେ ରହିଛି । ଆଉଟ୍ଲୁକ୍ ପତ୍ରିକା ପକ୍ଷରୁ ପ୍ରସ୍ତୁତ ଆଉଟ୍ଲୁକ୍-ଆଇକେୟାର୍ ର୍ୟାଙ୍କିଙ୍ଗ୍ରେ ଏହା ପ୍ରକାଶ ପାଇଛି ।
ସେଣ୍ଟ୍ରାଲ ୟୁନିଭର୍ସିଟି ଅଫ୍ ଓଡ଼ିଶା ସହିତ କୋରାପୁଟ ଏବଂ ରାଜ୍ୟ ପାଇଁ ଏହା ଗର୍ବର ବିଷୟ ବୋଲି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶରତ କୁମାର ପାଲିତା ପ୍ରକାଶ କରିଛନ୍ତି । ଏଥିପାଇଁ ସେ ବିଶ୍ୱବିଦ୍ୟାଳୟର ସମସ୍ତ ଷ୍ଟାଫଙ୍କୁ ଧନ୍ୟବାଦ ଦେଇଛନ୍ତି । ସେମାନଙ୍କ ଉଦ୍ୟମ ଦ୍ୱାରା ଏହା ସମ୍ଭବ ହୋଇଥିବା ସେ କହିଛନ୍ତି ।
୨୦୧୩ରୁ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହୋଇଥିବା ରିସର୍ଚ୍ଚ ପରମ୍ପରା ଏବଂ ବିକାଶ ଦିଗରେ ସମସ୍ତ ସଦସ୍ୟଙ୍କ ଉଦ୍ୟମ ଯୋଗୁ ଏହି ସଫଳତା ମିଳିଥିବା ପାଲିତା କହିଛନ୍ତି ।
ପ୍ରାଧ୍ୟାପକ-ଛାତ୍ରଛାତ୍ରୀ ଅନୁପାତ, ଫ୍ୟାକଲ୍ଟି ଉଇଥ୍ ପିଏଚ୍ଡି, ଫ୍ୟାକଲ୍ଟି ପିଛା ପେପର ଆଦି କେତେକ ମାପକକୁ ଦୃଷ୍ଟିରେ ରଖି ଆଉଟ୍ଲୁକ୍-ଆଇକେୟାର ର୍ୟାଙ୍କିଙ୍ଗ୍ ୨୦୧୯ ପ୍ରସ୍ତୁତ ହୋଇଛି ।
Comments are closed, but trackbacks and pingbacks are open.