୨୪ ଘଣ୍ଟା ପରେ ବି ପୁଲିସର ହାତ ଖାଲି

Get real time updates directly on you device, subscribe now.

ଭୋଗରାଇ,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଦେହୁଡ଼ଦା ଗ୍ରାମରେ ଜନୈକ ନାବାଳିକା କଲେଜ ଛାତ୍ରୀଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ କରିବା ଘଟଣାକୁ ୨୪ ଘଣ୍ଟା ବିତିିଗଲାଣି । ସଂପୃକ୍ତ ଟୁ୍ୟସନ ଶିକ୍ଷକ ବିଶ୍ୱଜିତ୍ ନାଥଙ୍କୁ ପୁଲିସ ଗିରଫ କରିବାରେ ବିଫଳ ହୋଇଛି । ତେବେ ଆଜି ଦିନ ୧୦ଟା ଯାଏ ଅଭିଯୁକ୍ତ ଭୋଗରାଇ ମଧ୍ୟରେ ଥିବା ଚର୍ଚ୍ଚା ହୋଇଥିଲା । ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ତରଣିକାନ୍ତ ଜେନା ଓ ଜଳେଶ୍ୱର ଏସଡିପିଓ ଅଙ୍କିତା କୁମ୍ଭାର ଘଟଣାସ୍ଥଳରେ ପହଞ୍ଚି ଆଇଆଇସି ନରେନ୍ଦ୍ର କୁମାର ଦାସଙ୍କୁ ନେଇ ଅନୁସନ୍ଧାନ କରିଥିଲେ । ହେଲେ ଅଭିଯୁକ୍ତ ଟିଉସନ ଶିକ୍ଷକଙ୍କ ସନ୍ଧାନ ମିଳିପାରି ନାହିଁ । ଅନ୍ୟପକ୍ଷରେ ପୀଡ଼ିତା ଛାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାିଛି । ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଥିବା ସୂଚନା ମିଳିଛି ।
ଘଟଣାରୁ ପ୍ରକାଶ, ଗତ ଗୁରୁବାର ରାତିରେ ସଂପୃକ୍ତ ଟୁ୍ୟସନ ଶିକ୍ଷକ ବିଶ୍ୱଜିତ୍ ନାଥଙ୍କ ନାଁରେ ଭୋଗରାଇ ଥାନା ପୁଲିସ ଏକ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଛି । ତେବେ ଅଭିଯୁକ୍ତ ବିଶ୍ୱଜିତ୍ଙ୍କ ମୋବାଇଲ ଟ୍ରାକିଂ କରିଥିଲା । ମୋବାଇଲ୍ଟି ଦେହୁଡ଼ଦା ଅଞ୍ଚଳ ମଧ୍ୟରେ ରହିଥିବା ସୂଚନା ମିଳିବା ପରେ ଗୁରୁବାର ରାତିରୁ ପୁଲିସ କେବଳ ଏହି ଅଞ୍ଚଳରେ ଚଢ଼ଉ କରୁଥିଲା । ତେବେ ଆଜି ଦିନ ୧୦ଟା ବେଳେ ଅଭିଯୁକ୍ତର ଘର ପାଶ୍ୱର୍ରୁ ଉକ୍ତ ମୋବାଇଲଟି ମିଳିବା ପରେ ବିଶ୍ୱଜିତ୍ ଭୋଗରାଇ ମଧ୍ୟରେ ଚର୍ଚ୍ଚା ହୋଇଥିଲା । ଏତିକିବେଳେ ଅଭିଯୁକ୍ତ ବାହାର ରାଜ୍ୟକୁ ଖସି ଯିବାରେ ସମର୍ଥ ହୋଇଥିଲା । ପୁଲିସ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରି ବିଶ୍ୱଜିତ୍ଙ୍କୁ ଧରିବାରେ ବିଫଳ ହୋଇଥିଲା ।
ସୂଚନାଯୋଗ୍ୟ, ବିଶ୍ୱଜିତ୍ ଘରୋଇ ସ୍କୁଲରେ ଶିକ୍ଷକତା କରିବା ସହ ବିଭିନ୍ନ ସ୍ଥାନରେ ଟୁ୍ୟସନ କରୁଥିଲେ । ତେବେ ଗତ ଗୁରୁବାର ରାତିରେ ଗୋଟିଏ ସ୍ଥାନରେ ଅନ୍ୟ ଛାତ୍ରଛାତ୍ରୀମାନେ ଟୁ୍ୟସନକୁ ଆସି ନଥିଲା ବେଳେ ଗୃହ ମାଲିକଙ୍କ ନାବାଳିକା ଝିଅକୁ ଟୁ୍ୟସନ କରୁଥିଲେ । ନାବାଳିକା ଜଣକ ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରୀ । ତାଙ୍କ ମାଆ ଘରରେ କାର୍ଯ୍ୟବ୍ୟସ୍ତ ରହିଥିଲା ବେଳେ ବିଶ୍ୱଜିତ ଛାତ୍ରୀକୁ ଘର ଅଗଣାକୁ ଡାକି କଥାବାର୍ତ୍ତା ହେଉଥିଲେ । ଏତିକିବେଳେ ଛାତ୍ରୀଙ୍କ ଚିକ୍ରାର ଶୁଣି ମାଆ ବାହାରକୁ ବାହାରି ଆସିଥିଲେ । ସେତବେଳକୁ ବିଶ୍ୱଜିତ୍ ନିଜ ବାଇକ୍ ଛାଡ଼ି ଫେରାର ହୋଇଯାଇଥିଲେ । ଝିଅ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଅଗଣାରେ ପଡ଼ିଥିଲା । ଏକ ଧାରୁଆ ଅସ୍ତ୍ରରେ ତାର ତଣ୍ଟିକୁ ଗଭୀର ଭାବେ କଟା ଯାଇଥିଲା । ଦେଖି ମାଆ ଚିକ୍ରାର କରି ପଡେ଼ାଶୀଙ୍କୁ ଡାକିଥିଲେ । ତେବେ ଘଟଣା ପଛରେ ପ୍ରେମ ସଂପର୍କର ଅଡ଼ୁଆ ସୂତା ଛନ୍ଦି ହୋଇ ରହିଥିବା ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons