୨୪ ଟ୍ରେନରେ ଓଡ଼ିଶା ପହଞ୍ଚିଲେ ୨୫୦୦୦ ଶ୍ରମିକ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟର ବିଭିନ୍ନ ଷ୍ଟେସନରେ ଆଜି ୨୪ଟି ଶ୍ରମିକ ସ୍ପେଶାଲ ଟ୍ରେନ ପହଞ୍ଚିଛି । ଦେଶର ବିଭିନ୍ନ ସ୍ଥାନରୁ ଏଥିରେ ୨୫ ହଜାରରୁ ଅଧିକ ଶ୍ରମିକ ଓଡ଼ିଶାରେ ପହଞ୍ଚିଛନ୍ତି । ଏଯାବତ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସିଲାଣି ୧୦୧ଟି ଶ୍ରମିକ ସ୍ପେଶାଲ୍ । ଚଳିତ ମାସ ୩ ତାରିଖରୁ ଆରମ୍ଭ କରି ୨୪ ତାରିଖ ମଧ୍ୟରେ ୧୦୧ଟି ଶ୍ରମିକ ସ୍ପେଶାଲ୍ ଟ୍ରେନ୍ ଓଡ଼ିଶା ଆସିଥିବା ବେଳେ ଏହି ଟ୍ରେନଗୁଡିକରେ ଲକ୍ଷାଧିକ ଓଡ଼ିଆ ନିଜ ଘରକୁ ଫେରିଛନ୍ତି । ତେବେ ଗୁଜୁରାଟରୁ ସର୍ବାଧିକ ୪୮ଟି ଟ୍ରେନ୍ ଆସିଛି । ସେହିପରି ତେଲେଙ୍ଗାନାରୁ ୧୬ଟି ଶ୍ରମିକ ସ୍ପେଶାଲ୍ ଆସିଥିବା ବେଳେ ତାମିଲନାଡ଼ୁରୁ ୧୨ଟି, ଆନ୍ଧ୍ରପ୍ରଦେଶରୁ ୮ଟି, ମହାରାଷ୍ଟ୍ରରୁ ୮ଟି, କର୍ଣ୍ଣାଟକରୁ ୫ଟି, କେରଳରୁ ୩ଟି ଓ ନୂଆଦିଲ୍ଲୀରୁ ମାତ୍ର ଗୋଟିଏ ଶ୍ରମିକ ସ୍ପେଶାଲ୍ ଟ୍ରେନ୍ ଆସିଛି ।
ଆଜି ଅପରାହ୍ନ ୪ଟା ବେଳେ ଭୁବନେଶ୍ୱର ନୁ୍ୟ ଷ୍ଟେସନ୍ରୁ ରାୟପୁର ଅଭିମୁଖେ ଏକ ଶ୍ରମିକ ସ୍ପେଶାଲ୍ ଟ୍ରେନ୍ ଛାଡିଛି । ରାଜ୍ୟର ୧୩ଟି ଜିଲ୍ଲାରୁ ୧୪୮୦ଜଣ ଶ୍ରମିକ ଏଥିରେ ଯାଇଛନ୍ତି । ଶ୍ରମିକମାନଙ୍କୁ ଆଜି ପୂର୍ବାହ୍ନରେ ଭୁବନେଶ୍ୱର(ନୂତନ) ରେଳ ଷ୍ଟେସନକୁ ବସରେ ଅଣାଯାଇଥିଲା । ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଶ୍ରମିକଙ୍କୁ ଡାକ୍ତରୀ ପରୀକ୍ଷା କରିବା ସହ ଷ୍ଟାମ୍ପିଂ କରାଯାଇଥିଲା । ଖୋର୍ଦ୍ଧା ଜିଲ୍ଲାପାଳ ସିତାଂଶୁ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ(ଭୁବନେଶ୍ୱର) ପ୍ରଫୁଲ୍ଲ କୁମାର ସ୍ୱାଇଁ ଓ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଏହି ସ୍ୱତନ୍ତ୍ର ଟ୍ରେନ୍ ଛାଡିବା ବେଳେ ଉପସ୍ଥିତ ଥିଲେ । ଏହି ଟ୍ରେନ୍ରେ ୨୨ଟି କୋଚ୍ ରହିଛି ।
ସେହିପରି ଆଜି ରାଜ୍ୟକୁ ୨୪ଟି ଶ୍ରମିକ ସ୍ପେଶାଲ୍ ଟ୍ରେନ୍ ଆସି ପହଞ୍ଚିଛି । ଗୋଟିଏ ଶ୍ରମିକ ସ୍ପେଶାଲ୍ ଟ୍ରେନ୍ ତାମିଲନାଡୁର କୋଇମ୍ବାଟୁର୍ରୁ ଆସି ବଲାଙ୍ଗୀରରେ ପହଞ୍ଚିଛି । କୋଇମ୍ବାଟୁର୍ରୁ ଆଉ ଏକ ଶ୍ରମିକ ସ୍ପେଶାଲ୍ ଭଦ୍ରକରେ ପହଞ୍ଚିଛି । ଅପରପକ୍ଷେ ବେଙ୍ଗାଲୁରୁରୁ ଛାଡିଥିବା ଦୁଇଟି ଟ୍ରେନ୍ ଖୋର୍ଦ୍ଧାରୋଡ୍ ଷ୍ଟେସନରେ ପହଞ୍ଚିଥିବା ବେଳେ ନୂଆଦିଲ୍ଲୀରୁ ଗୋଟିଏ ଶ୍ରମିକ ସ୍ପେଶାଲ୍ ଜଗନ୍ନାଥପୁରରେ ପହଞ୍ଚିଛି । ଗୁଜୁରାଟର ସୁରଟରୁ ଛାଡିଥିବା ୩ଟି ଶ୍ରମିକ ସ୍ପେଶାଲ୍ ଜଗନ୍ନାଥପୁର, ପୁନେରୁ ଆସିଥିବା ଗୋଟିଏ ଟ୍ରେନ୍ ବାଲେଶ୍ୱରରେ, ମହାରାଷ୍ଟ୍ରର ବସାଇ ରୋଡ୍ରୁ ଗୋଟିଏ ଟ୍ରେନ୍ ଖୋର୍ଦ୍ଧା ରୋଡ୍ ଷ୍ଟେସନରେ, ବିଶାଖାପାଟଣାରୁ ଗୋଟିଏ ଟ୍ରେନ୍ ବଲାଙ୍ଗୀରରେ, ହାଇଦ୍ରାବାଦରୁ ଗୋଟିଏ ଟ୍ରେନ୍ ର୍ନିଗୁଣ୍ଡି ଷ୍ଟେସନରେ, ମହରାଷ୍ଟ୍ରର ବୋରିଭାଲିରୁ ଗୋଟିଏ ଟ୍ରେନ୍ ଗଞ୍ଜାମରେ, ଗୁଜୁରାଟର ଗାନ୍ଧିଧାମରୁ ଗୋଟିଏ ଟ୍ରେନ୍ ନିର୍ଗୁଣ୍ଡି ଷ୍ଟେସନରେ, ତେଲେଙ୍ଗାନାର କାଜିପେଟରୁ ଗୋଟିଏ ଟ୍ରେନ୍ ବଲାଙ୍ଗୀରରେ, ହାଇଦ୍ରାବାଦରୁ ଦୁଇଟି ଟ୍ରେନ୍ ମଧ୍ୟରୁ ଗୋଟିଏ ବାଲେଶ୍ୱରରେ ଓ ଅନ୍ୟଟି ଖୋର୍ଦ୍ଧାରୋଡ୍ରେ, କାଜିପେଟ୍ରୁ ଗୋଟିଏ ଟ୍ରେନ୍ ବରଗଡ଼ରେ, ଗୋଆର କାରମାଳିରୁ ଗୋଟିଏ ଟ୍ରେନ୍ ଭବାନୀପାଟଣାରେ, ଗୁଜୁରାଟର ଭାପିରୁ ଗୋଟିଏ ଟ୍ରେନ୍ ଅନୁଗୁଳ ଷ୍ଟେସନରେ ପହଞ୍ଚିଛି ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପ୍ରାୟ ପ୍ରତ୍ୟେକ ଟ୍ରେନ୍ରେ ୧ ହଜାରରୁ ୧୧ଶହ ଶ୍ରମିକ ଆସିବା ନେଇ ସୂଚନା ମିଳିଛି ।
ସୋମବାର ୧୪ଟି ଶ୍ରମିକ ସ୍ପେଶାଲ୍ ଆସି ରାଜ୍ୟର ବିଭିନ୍ନ ଷ୍ଟେସନରେ ପହଞ୍ଚିବ । ଗୋଟିଏ ଶ୍ରମିକ ସ୍ପେଶାଲ୍ ଟ୍ରେନ୍ ତାମିଲନାଡ଼ୁର ଥିରୁନଭେଲିରୁ ଆସି ବାରିପଦାରେ ପହଞ୍ଚିବ । ସେହିପରି ତାମିଲନାଡ଼ୁର ଛେଙ୍ଗାଳପଟୁରୁ ଗୋଟିଏ ଟ୍ରେନ୍ ଆସି ଭଦ୍ରକରେ, ସୁରଟରୁ ୪ଟି ଟ୍ରେନ୍ ଆସି ବ୍ରହ୍ମପୁରରେ, ହାଇଦ୍ରାବାଦରୁ ଗୋଟିଏ ଟ୍ରେନ ଆସି ର୍ନିଗୁଣ୍ଡିରେ, ହାଇଦ୍ରାବାଦରୁ ଆଉ ଗୋଟିଏ ଟ୍ରେନ୍ ଆସି ବାଲେଶ୍ୱରରେ, ସୁରଟରୁ ଗୋଟିଏ ଟ୍ରେନ୍ ଆସି ଭଦ୍ରକରେ, ବାଙ୍ଗାଲୁରୁରୁ ଗୋଟିଏ ଟ୍ରେନ ଆସି ଭଦ୍ରକରେ, ବାଙ୍ଗାଲୁରୁରୁ ଆସି ଗୋଟିଏ ଟ୍ରେନ୍ ବାଲେଶ୍ୱରରେ, ସୁରଟରୁ ଗୋଟିଏ ଟ୍ରେନ୍ ବାଲେଶ୍ୱରରେ, ଆନ୍ଧ୍ରପ୍ରଦେଶର ନାମ୍ବୁରୁରୁ ଗୋଟିଏ ଟ୍ରେନ୍ ଗଞ୍ଜାମରେ ପହଞ୍ଚିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons