୨୫ ବର୍ଷରେ ‘ସାମଲ ମୋଜାଇକ୍ସ ଆଣ୍ଡ ମାର୍ବଲ୍ସ’

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ରାଜ୍ୟର ଅଗ୍ରଣୀ ଟାଇଲ୍ସ ସୋ’ରୁମ୍ ଶୃଙ୍ଖଳ ‘ସାମଲ ମୋଜାଇକ୍ସ ଆଣ୍ଡ ମାର୍ବଲ୍ସ’ ୨୫ ବର୍ଷରେ ପାଦ ଥାପିଛି । ଏ ଉପଲକ୍ଷେ ସଂସ୍ଥା ନିଜର ନୟାପଲ୍ଲୀସ୍ଥିତ ସୋ’ରୁମ୍କୁ ସମ୍ପ୍ରସାରଣ କରିଛି । ଏଠାରେ ନୂଆ କଜାରିଆ ଇଟରନିଟି ବୁଟିକ୍ ଓ ର‌୍ୟାକ୍ ସିଲେକ୍ଟ ସୋରୁମ୍ ଖୋଲିଛି ।
ସାମଲ ମୋଜାଇକ୍ସ ଆଣ୍ଡ ମାର୍ବଲ୍ସର ନୟାପଲ୍ଲୀ ସୋ’ରୁମ୍ରେ କଜାରିଆ ଇଟରନିଟି ବୁଟିକ୍କୁ କଜାରିଆ ଇଟରନିଟିର ପୂର୍ବାଞ୍ଚଳ ଡିଜିଏମ୍ ଅମିତ କୁମାର ଜୈନ ଉଦ୍ଘାଟନ କରିଛନ୍ତି । ସେହିଭଳି ର‌୍ୟାକ୍ ସିଲେକ୍ଟ ସୋ’ରୁମ୍କୁ ଏହାର ପୂର୍ବାଞ୍ଚଳ ମହାପ୍ରବନ୍ଧକ ଅସିତ ନନ୍ଦ ଉଦ୍ଘାଟନ କରିଛନ୍ତି ।
ଏ ଅବସରରେ ସାମଲ ମୋଜାଇକ୍ସ ଆଣ୍ଡ ମାର୍ବଲ୍ସର ପ୍ରୋପ୍ରାଇଟର ପ୍ରଲେପ କୁମାର ସାମଲ କହିଛନ୍ତି, ୨୫ ବର୍ଷ ତଳେ ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନାରେ ୯୫,୦୦୦ ଟଙ୍କା ଆର୍ଥିକ ସହାୟତାରେ ଏହି ସଂସ୍ଥା ଆରମ୍ଭ କରାଯାଇଥିଲା । ବହୁ ବାଧାବିଘ୍ନ ସତ୍ତେ୍ୱ ଟାଇଲ୍ସ, ମୋଜାଇକ୍ ଓ ମାର୍ବଲ ସମେତ ଅନ୍ୟ ଉପକରଣ କ୍ଷେତ୍ରରେ ଏହା ରାଜଧାନୀବାସୀଙ୍କ ଏକ ପସନ୍ଦର ବ୍ରାଣ୍ଡରେ ପରିଣତ ହୋଇଛି । ଏଥିସହ ଏବେ ଭୁବନେଶ୍ୱରରେ ସାମଲ ମୋଜାଇକ୍ସ ଆଣ୍ଡ ମାର୍ବଲ୍ସର ସୋ’ରୁମ୍ ସଂଖ୍ୟା ୩ରେ ପହଞ୍ଚିଛି । ଏହି କାର୍ଯ୍ୟକ୍ରମରେ ମଧ୍ୟ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସମେତ ବହୁ ସ୍ଥପତି ଓ ଯନ୍ତ୍ରୀ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons