୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ

Get real time updates directly on you device, subscribe now.

କାଲିମେଳା,(ବି.ବି.ନୁ୍ୟଜ୍): ପୋଟେରୁ ଅଞ୍ଚଳକୁ ଚାଲାଣ ବେଳେ କାଲିମେଳା ପୁଲିସ୍ ହାତରେ ଧରାପଡିଛି ୫୨୫ କେଜି ଗଞ୍ଜେଇ । ଏହି କାରବାରରେ ସଂପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ୩ଜଣ ହେଲେ ମାଲକାନଗିରି ଥାନା କଲାଗୁଡା ଗାଁର କୁଶ ନାୟକ(୧୯), କାଲିମେଳା ଥାନା ପର୍ଲୁଗୁଡା ଗାଁର ବନ୍ଧୁ ପୂଜାରୀ(୧୯) ଓ ରାମାଗୁଡା ଗାଁର ଦେବା ପଡିଆମୀ(୨୧) । ସେମାନଙ୍କ ପାଖରୁ ଚାଲାଣରେ ବ୍ୟବହୃତ ଦୁଇଟି ଅଟୋ ସହ ଗୋଟିଏ ବାଇକ୍କୁ ପୁଲିସ୍ ଜବତ କରିଛି । ଗିରଫ ପରେ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଥାନା ଅଧିକାରୀ ସୁରଜ କୁମାର ଝାଙ୍କର କହିଛନ୍ତି ।
ପୁଲିସ୍ ସୂଚନା ଅନୁଯାୟୀ, କାଲିମେଳା ଥାନା ଅଧିକାରୀ ଶ୍ରୀ ଝାଙ୍କରଙ୍କ ନିଦେ୍ର୍ଧଶରେ ଏସ୍ଆଇ ପଞ୍ଚାନନ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ମଙ୍ଗଳବାର ବିଳମ୍ବିତ ରାତିରେ କାଙ୍ଗୁରକୋଣ୍ଡା ଅଞ୍ଚଳରେ ପାଟ୍ରୋଲିଂ କରୁଥିଲା । ରାତି ପ୍ରାୟ ଗୋଟାଏ ବେଳେ ବେଜାଙ୍ଗିୱାଡାରୁ କାଙ୍ଗୁରକୋଣ୍ଡା ଗାଁ ରାସ୍ତା ଦେଇ ଦ୍ରୁତଗତିରେ ଦୁଇଟି ଅଟୋ(ଓଡି-୩୦ସି-୮୫୪୦) ଓ (ଓଡି-୩୦ଏ-୬୬୩୪) ଓ ଗୋଟିଏ ବାଇକ୍(ଏପି-୫ଏକୁ୍ୟ-୭୯୯) ଆସୁଥିବା କର୍ମଚାରୀ ଦେଖିଥିଲେ । ସନେ୍ଦହକରି ପୁଲିସ୍ ମାଲକାନଗିରି-କାଲିମେଳା ମୁଖ୍ୟରାସ୍ତାର କାଙ୍ଗୁରକୋଣ୍ଡା ପୋଲ ନିକଟରେ ୩ଟି ଯାକ ଗାଡିକୁ ଅଟକାଇଥିଲା । ଯାଞ୍ଚ ବେଳେ ଗାଡି ଭିତରେ ପଲିଥିନ୍ ବ୍ୟାଗ୍ରେ ଗଞ୍ଜେଇ ଥିବା ଜଣାପଡିଥିଲା । ପରେ ୩ଜଣଙ୍କୁ ଗିରଫ କରାଯିବା ସହ ଗାଡିଗୁଡିକୁ ଥାନାକୁ ଅଣାଯାଇଥିଲା । ଆଜି ସକାଳେ ମାଜିଷ୍ଟେ୍ରଟ୍ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରାଯାଇଥିଲା । ଏଥିରେ ମୋଟ ୫୨୫ କେଜି ଗଞ୍ଜେଇ ଥିବା ଜଣାପଡିଥିଲା । ପଚରାଉଚରା ବେଳେ ଏହି ଗଞ୍ଜେଇ ବେଜଙ୍ଗୱାଡା ଅଞ୍ଚଳରୁ ପୋଟେରୁ ଅଞ୍ଚଳକୁ ଚାଲାଣ ହେଉଥିଲା ବୋଲି ଅଭିଯୁକ୍ତମାନେ ପୁଲିସ୍ ନିକଟରେ ସ୍ୱୀକାର କରିଥିଲେ । ଏ ସମ୍ପର୍କରେ କାଲିମେଳା ଥାନାରେ ଏକ ମାମଲା ରୁଜୁ ହୋଇଛି । ଏସ୍ଆଇ ଏଚ୍.ଏସ୍. ବେନିଆ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଶ୍ରୀ ଝାଙ୍କର କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons