ତୁମୁଡ଼ିବନ୍ଧ,(ବି.ବି.ନୁ୍ୟଜ୍): ଦୀର୍ଘ ଦିନଧରି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ବେଲଘର ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ପଦବି ଖାଲି ପଡ଼ିଛି । ବାରମ୍ବାର ଜଣାଇବା ସତ୍ତେ୍ୱ ଏଥିପ୍ରତି ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ଏପଟେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଗତି କରିବାରେ ଲାଗିଛି । ଶେଷରେ ବାଧ୍ୟ ହୋଇ ଛାତ୍ରଛାତ୍ରୀ ଅଭିନବ ପ୍ରୟାସ କରିଛନ୍ତି । ସ୍କୁଲ ଠାରୁ ଚାଲିଚାଲି ୨୬ କିଲୋମିଟର ଆଜି ଅତିକ୍ରମ କରି ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଛାତ୍ରମାନେ । ତୁମୁଡ଼ବିନ୍ଧ ଭାରପ୍ରାପ୍ତ ଗୋÂୀ ଉନ୍ନୟନ ଅଧିକାରୀ କୈଳାଶ ଚନ୍ଦ୍ର ର୍ମୁମୁଙ୍କୁ ଦେଖାହୋଇ ଦୁଃଖ ଜଣାଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଆଜି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ଦେଖିବାକୁ ମିଳିଛି ।
ବେଲଘର ଉଚ୍ଚ ବିଦ୍ୟାଳୟରେ ଷÂ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୭୫ ଛାତ୍ରଛାତ୍ରୀ ରହିଛନ୍ତି । ୧୪ ଜଣ ଶିକ୍ଷକ ପଦବି ରହିଥିବାବେଳେ ଏବେ ମାତ୍ର ୬ ଜଣ ଶିକ୍ଷକ ରହିଛନ୍ତି । ଯଦି କୌଣସି କାମରେ ଜଣେ ଦୁଇଜଣ ଶିକ୍ଷକ ଅନୁପସ୍ଥିତ ରୁହନ୍ତି ତେବେ ଉକ୍ତ ଦିନ ପାଠପଢା ଠପ୍ ହୋଇଯାଏ । ଏପରିକି ଜଣେ ଜଣେ ଶିକ୍ଷକ ପୁରାଦିନ ଶିକ୍ଷାଦାନ କରୁଥିବା ଶୁଣିବାକୁ ମିଳିଛି । ବିଜ୍ଞାନ ଏବଂ ଗଣିତ ଶିକ୍ଷକ ନଥିବାରୁ କଳା ଶିକ୍ଷକ, ଶିକ୍ଷୟିତ୍ରୀ ଶିକ୍ଷାଦାନ କରୁଛନ୍ତି । ଏନେଇ ଉଚ୍ଚ ମାନର ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି । ବେଲଘର ପଞ୍ଚାୟତର ସରକାରୀ ଉଚ୍ଚ ବିଦ୍ୟାଳୟର ୫୪ ଜଣ ଛାତ୍ର ଆଜି ଭୋରୁ ବ୍ଲକ କାର୍ଯ୍ୟାଳୟ ଅଭିମୁଖେ ବାହାରିଥିଲେ । ହାତରେ ଫ୍ଲାଗ୍କାର୍ଡ ଧରି ଛାତ୍ରଛାତ୍ରୀ ହାଡ଼ଭଙ୍ଗା ଶୀତରେ ପ୍ରାୟ ୫ ଘଣ୍ଟା ୨୬ କିମି ଚାଲିଚାଲି ପହଞ୍ଚିଥିଲେ ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ । ଏହି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ୫ ଘଣ୍ଟା ମଧ୍ୟରେ ପ୍ରଶାସନ ପାଖରେ କିପରି ଖବର ପହଞ୍ଚି ପାରିଲା ନାହିଁ ଏନେଇ ସାଧାରଣରେ ଆଲୋଚନାର ବିଷୟ ହୋଇଛି । ବାରମ୍ବାର ଉକ୍ତ ବିଦ୍ୟାଳୟରେ ଶିକ୍ଷକ ପଦବି ପୂରଣ ଦାବି ନେଇ ଅଭିଭାବକ ଓ ଛାତ୍ରଛାତ୍ରୀ ପ୍ରଶାସନ ନିକଟରେ ଅଭିଯୋଗ କରିଆସୁଥିଲେ ମଧ୍ୟ ତାହାର କୌଣସି ସୁଫଳ ମିଳିନଥିଲା । ବେଲଘରରୁ ତୁମୁଡ଼ବିନ୍ଧ ପାହାଡ଼ ପର୍ବତ ଘେରା ଅଞ୍ଚଳ ହୋଇଥିବାରୁ ରାସ୍ତାରେ ଛାତ୍ରଙ୍କ ଜୀବନ ପ୍ରତି ବିପଦ ରହିଥିଲା । ଆଜି ଛାତ୍ରମାନେ ତୁମୁଡ଼ିବନ୍ଧ ପହଞ୍ଚିବା ପରେ ବ୍ଲକ କାର୍ଯ୍ୟାଳୟରେ ଛାତ୍ରଙ୍କୁ ଆଶ୍ୱାସନା ଦେଇ ବିସ୍କୁଟ ଏବଂ ପାଣି ପ୍ରଦାନ କରାଯାଇଛି । କୌଣସି ମତେ ବୁଝାସୁଝା କରି ତୁମୁଡ଼ିବନ୍ଧ ଭାରପ୍ରାପ୍ତ ଗୋÂୀ ଉନ୍ନୟନ ଅଧିକାରୀ କୈଳାଶ ଚନ୍ଦ୍ର ର୍ମୁମୁ, ଜନ ମଙ୍ଗଳ ଅଧିକାରୀ, ବ୍ଲକ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପାତ୍ର, ବିଏସ୍ଏସ୍ଓ ଏକ ଗାଡ଼ିରେ ଛାତ୍ର ମାନଙ୍କୁ ବିଦ୍ୟାଳୟ ନେଇଥିଲେ । ବହୁଆଲୋଚନା ପରେ ଶିକ୍ଷକ କୃଷ୍ଣଚନ୍ଦ୍ର ବାଳିଆରସିଂଙ୍କୁ ଅସ୍ଥାୟୀଭାବେ ନିଯୁକ୍ତି ଦିଆଯାଇଛି । ଖୁବଶୀଘ୍ର ଆଉ ଜଣେ ଶିକ୍ଷକ ନିଯୁକ୍ତି କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ପ୍ରଶାସନ ଶିକ୍ଷକ ପଦବି ପୂରଣ ନକଲେ ପୁଣି ଅଭିଭାବକମାନେ ଆନେ୍ଦାଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।
Comments are closed, but trackbacks and pingbacks are open.