ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ଓ ଉପକୂଳ ଓଡ଼ିଶାରେ ଅସରା ଅସରା ବର୍ଷା ଲାଗି ରହିଛି । ପାଣିପାଗ ପୂର୍ବାନୁମାନ ହେଲା, ଆହୁରି ଦୁଇଦିନ ଯାଏଁ ଘୂର୍ଣ୍ଣିବଳୟ ବର୍ଷା କରାଇବ । ତେବେ ବୁଧବାର ତୁଳନାରେ ଗୁରୁବାର ବର୍ଷା ପରିମାଣ ଅପେକ୍ଷାକୃତ କମ୍ ରହିବ ।ପାଣିପାଗ ବିଭାଗ କହିଛି, ଘୂର୍ଣ୍ଣିବଳୟ ଦକ୍ଷିଣ ଆନ୍ଧ୍ର ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଉପରେ ଅଛି । ଏହା ଦକ୍ଷିଣକୁ ସାମାନ୍ୟ ଢଳି କରି ରହିଛି । ଏହା ସହ ମୌସୁମୀ ମଧ୍ୟ ଶକ୍ତିଶାଳୀ ଅଛି । ଯାହାକି ବର୍ଷା କରାଇବ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ । ବୁଧବାର ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଦକ୍ଷିଣ ଓଡ଼ିଶାର ଅନେକ ଜାଗାରେ ମଧ୍ୟ ବର୍ଷା ସମ୍ଭାବନା ଅଛି । ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଗଜପତିରେ ପ୍ରବଳ ବର୍ଷା ଆଶଙ୍କା ଅଛି । ତେଣୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଗୁରୁବାର ବର୍ଷା ପରିମାଣ ସାମାନ୍ୟ କମିବ । ଉତ୍ତର ଓଡ଼ିଶାର ଅନେକ ସ୍ଥାନ ଦକ୍ଷିଣ ଉପକୂଳ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅଳ୍ପ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱରରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ୨୯ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଥିବାବେଳେ ୨୭ରୁ ବର୍ଷା ପରିମାଣ କମିବ । ଆଜି ସକାଳ ୮ଟା ୩୦ରୁ ଅପରାହ୍ନ ୫ଟା ୩୦ ଭିତରୋ କଟକରେ ୩୨.୬, ଝାରସୁଗୁଡ଼ାରେ ୩୦, ଫୁଲବାଣୀରେ ୨୯.୮, କୋରାପୁଟରେ ୨୬, ଭୁବନେଶ୍ୱରରେ ୨୦.୨, ବାରିପଦାରେ ୧୬, ବାଲେଶ୍ୱରରେ ୧୩ ମିମି ବର୍ଷା ହୋଇଛି ।
ସୋମବାରଠାରୁ ମଙ୍ଗଳବାର ସକାଳ ୮ଟା୩୦ ସୁଦ୍ଧା (ଗତ ୨୪ ଘଣ୍ଟାରେ) ପୁରୁଷୋତ୍ତମପୁରରେ ୮୮.୨ ମିଲିମିଟର, ଆଖୁଆପଦାରେ ୪୦ ମିଲିମିଟର, ଆନନ୍ଦପୁରରେ ୨୯, ବାଲେଶ୍ୱରରେ ୩୫.୮, ବାଲିମୁଣ୍ଡଳିରେ ୫୬.୮, ନୀଳଗିରିରେ ୬୬, ଏନଏଚ୍-୫ ଗୋବିନ୍ଦପୁରରେ ୪୨.୮, ସୋରରେ ୪୨, ଭୁବନେଶ୍ୱରରେ ୩୮, ନିମାପଡ଼ାରେ ୫୩, ପୁରୀରେ ୫୪.୬, ଗୋପରେ ୩୭.୨, ପଟ୍ଟାମୁଣ୍ଡାଇରେ ୩୭, ଛତ୍ରପୁରରେ ୪୫.୫ ମିମି ବର୍ଷା ରେକର୍ଡ ହୋଇଛି ।
Comments are closed, but trackbacks and pingbacks are open.