୨୭ରୁ ବିଜେଡିର ସାଂଗଠନିକ ନିର୍ବାଚନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବିଜୁ ଜନତା ଦଳର ସାଂଗଠନିକ ନିର୍ବାଚନ ୫ଟି ପର୍ଯ୍ୟାୟରେ ଅନୁÂିତ ହେବ । ଏହି ପ୍ରକ୍ରିୟା ଆସନ୍ତା ୨୭ରୁ ଆରମ୍ଭ ହୋଇ ଫେବ୍ରୁଆରୀ ୨୬ରେ ସରିବ । ଏ ସୂଚନା ଦେଇଛନ୍ତି ବିଜେଡିର ନିର୍ବାଚନ ଅଧିକାରୀ ତଥା ବିଧାୟକ ପ୍ରତାପ କେଶରୀ ଦେବ ।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ଦେବ କହିଛନ୍ତି, ଦଳ ପକ୍ଷରୁ ସମସ୍ତ ୩୩ ସାଂଗଠନିକ ଜିଲ୍ଲା ପାଇଁ ନିର୍ବାଚନ ଅଧକାରୀ ଏବଂ ଗ୍ରାମପଞ୍ଚାୟତ ସଭାପତି ସହ କମିଟି ସଭ୍ୟ, ନଗରାଞ୍ଚଳ ୱାର୍ଡ ସଭାପତି ସହ କମିଟି ସଭ୍ୟପଦ ପାଇଁ ନିର୍ବାଚନ ଅନୁÂିତ ହେବ । ଏହା ପ୍ରଥମ ଦଫାରେ ୨୭ ଡିସେମ୍ବରରୁ ୧୩ ଜାନୁଆରୀ ମଧ୍ୟରେ ସରିବ । ଜାନୁଆରୀ ୧୪ରୁ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇ ୨୯ରେ ସରିବ । ଏଥିରେ ବ୍ଲକ ସଭାପତି, ବ୍ଲକ କମିଟି ସଭ୍ୟ, ଏନ୍ଏସି, ମୁ୍ୟନିସପାଲଟି, ମହାନଗର ନିଗମଗୁଡ଼ିକର ସଭାପତି ଓ କମିଟି ସଭ୍ୟପଦ ପାଇଁ ନିର୍ବାଚନ ଅନୁÂିତ ହେବ । ତୃତୀୟ ପର୍ଯ୍ୟାୟରେ ଜାନୁଆରୀ ୩୦ରୁ ୧୫ ଫେବ୍ରୁଆରୀ ମଧ୍ୟରେ ଜିଲ୍ଲା ସଭାପତି ଓ ଜିଲ୍ଲା କମିଟି ସଭ୍ୟ ପଦ ପାଇଁ ଭୋଟ ହେବ । ସେହିପରି ଚତୁର୍ଥ ପର୍ଯ୍ୟାୟ ୧୬ ଫେବ୍ରୁଆରୀରୁ ୧୮ ଫେବ୍ରୁଆରୀ ଯାଏ ଅନୁÂିତ ହେବ । ଏଥିରେ ରାଜ୍ୟ ପରିଷଦ ସଭ୍ୟ ପଦ ପାଇଁ ନିର୍ବାଚନ ହେବ । ୫ମ ତଥା ଶେଷ ପର୍ଯ୍ୟାୟ ଭୋଟ ୨୩ ଫେବ୍ରୁଆରୀରୁ ଆରମ୍ଭ ହୋଇ ୨୬ରେ ସରିବ । ଏହି ପର୍ଯ୍ୟାୟରେ ରାଜ୍ୟ କାର୍ଯ୍ୟକାରୀ କମିଟି ଓ ରାଜ୍ୟ ସଭାପତି ପଦ ପାଇଁ ନିର୍ବାଚନ ଅନୁÂିତ ହେବ । ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସଂପାଦକ ବିଜୟ କୁମାର ନାୟକ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons