ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଶିକ୍ଷକମାନେ ସମାଜରେ ସର୍ବୋଚ୍ଚ ସମ୍ମାନର ଅଧିକାରୀ । ସେମାନେ ସମାଜର ଭବିଷ୍ୟତ ପାଇଁ ମାର୍ଗ ପ୍ରସ୍ତୁତ କରନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ଶୁକ୍ରବାର ଜୟଦେବ ଭବନରେ ୨୯୯ ନୂଆ ଅଧ୍ୟାପକଙ୍କୁ ନିଯୁକ୍ତି ଦେବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ଗଠନମୂଳକ ଶିକ୍ଷା ପ୍ରଦାନ କରିଥାନ୍ତି । ସମର୍ପିତ ଓ ସାମାଜିକ ପ୍ରତିବଦ୍ଧତା ଥିବା ଶିକ୍ଷକମାନେ ଶିକ୍ଷାର ସମାାଜିକ ଓ ଅର୍ଥନୈତିକ ମୂଲ୍ୟର ଅନୁଭୂତି ପ୍ରଦାନ କରିଥାନ୍ତି । ସେହିପରି ଶିକ୍ଷକମାନେ ଛାତ୍ରଙ୍କୁ ରୋଜଗାରକ୍ଷମ କରିବା ସହ ସମାଜକୁ ବୁଝିବା ଓ ଏହାର ଅଭିବୃଦ୍ଧି ତଥା ଜୀବନ ଜିଇଁବା ପାଇଁ ଦୃଷ୍ଟିକୋଣ ପ୍ରଦାନ କରିଥାନ୍ତି । ମଣିଷ ନିଜ ଭିତରେ ଥିବା ସର୍ବଶ୍ରେÂ ଗୁଣଗୁଡିକୁ ଖୋଜି ବାହାର କରିବା ଆବଶ୍ୟକ । ଯାହା ଖୋଜିବାରେ ଶିକ୍ଷକମାନେ ସର୍ବୋତ୍ତମ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷାଦାନ ପାଇଁ ସମସ୍ତ ପ୍ରୟାସ ଜାରି ରଖିଛି । ଯୁବ ଅଧ୍ୟାପକଙ୍କ ଗବେଷଣା ପାଇଁ ବିଭିନ୍ନ ବିଶ୍ୱବିଦ୍ୟାଳୟଗୁଡିକରେ ଉକ୍ରର୍ଷ କେନ୍ଦ୍ର ପ୍ରତିÂା ହେଉଛି । ଗବେଷଣାକୁ ମଜବୁତ କରିବା ସହିତ ଓଡ଼ିଶାର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ସେ କହିଛନ୍ତି । ରାଜ୍ୟରେ ବିଭିନ୍ନ ପ୍ରକାର ଛାତ୍ରବୃତ୍ତି ଦିଆଯିବା ସହିତ କ୍ୟାରିଅର୍ କାଉନସେଲିଂ ସେଲ୍ ଗଠନ କରାଯାଇଛି । ସିଭିଲ୍ ସର୍ଭିସ୍ କୋଚିଂ ସେଣ୍ଟର୍ ମଧ୍ୟ ଖୋଲାଯାଇଛି । ଓଡ଼ିଆ ଭାଷାର ପ୍ରଚାର ପ୍ରସାର ତଥା ସଂରକ୍ଷଣ ପାଇଁ ଓଡ଼ିଆ ବିଶ୍ୱବିଦ୍ୟାଳୟ ଖୋଲିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟଗୁଡ଼ିକରେ ୮୩୩ ଜଣ ଅଧ୍ୟାପକ ନିଯୁକ୍ତି ପାଇଁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଚୟନ ପ୍ରକ୍ରିୟା ଶେଷ କରିଛନ୍ତି । ସେଥିରୁ ୯ଟି ବିଭାଗରେ ୨୯୯ ଅଧ୍ୟାପକ ଆଜି ନିଯୁକ୍ତି ପତ୍ର ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି, ଅଧ୍ୟାପନା ଏକ ପବିତ୍ର ବୃତ୍ତି । ସମାଜରେ ଭଲ ମଣିଷ ତିଆରି କରିବା ସେମାନଙ୍କ କାମ । ପଢ଼ାଇବା ସଙ୍ଗେ ସଙ୍ଗେ ଛାତ୍ରମାନେ କିଭଳି ଭଲ ମଣିଷ ହେବେ, ସେ ବାବଦରେ ନୈତିକ ଶିକ୍ଷା ଦେବାକୁ ଅଧ୍ୟାପକମାନଙ୍କୁ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ‘୫ଟି’ ମନ୍ତ୍ର ମାନି କାମ କରିବାକୁ କହିଛନ୍ତି । ନଭେମ୍ବର ସୁଦ୍ଧା ଅବଶିଷ୍ଟ ୫୩୪ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯିବ ବୋଲି ମନ୍ତ୍ରୀ ଡ. ସାହୁ କହିଛନ୍ତି । ଏହି ଅବସରରେ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଅଧ୍ୟାପକମାନଙ୍କୁ ବିଭିନ୍ନ ପ୍ରକାର ପ୍ରଶିକ୍ଷଣ ଦେଇଥିଲେ ।
ଉଲ୍ଲେଖଯୋଗ୍ୟ, ନବନିଯୁକ୍ତ ଅଧ୍ୟାପକମାନଙ୍କ ମଧ୍ୟରୁ ନୃତତ୍ତ୍ୱ ବିଭାଗର ୨ ଜଣ, ଉଦ୍ଭିଦବିଜ୍ଞାନର ୩୩, ବାଣିଜ୍ୟର ୩୬, ରସାୟନବିଜ୍ଞାନର ୫୪, ଅର୍ଥଶାସ୍ତ୍ରର ୭୦, ଭୂତତ୍ତ୍ୱର ଜଣେ, ଭୂଗୋଳର ୨, ରାଜନୀତି ବିଜ୍ଞାନର ୬୨, ତର୍କ ଓ ଦର୍ଶନ ଶାସ୍ତ୍ରର ୩୪ ଜଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
Comments are closed, but trackbacks and pingbacks are open.