୨୯ ଶହରୁ ବେଶି ଡାକ୍ତର, ଡାକ୍ତରୀ ଛାତ୍ର-ଛାତ୍ରୀ ଏବଂ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ କୋଭିଡ୍-୧୯ କ୍ରିଟିକାଲ କେୟାର ଟ୍ରେନିଂ: ଲକ୍ଷେ ଆଶା କର୍ମୀ ଏବଂ ଅଙ୍ଗନବାଡି କର୍ମୀଙ୍କୁ ମୌଳିକ ତାଲିମ

Get real time updates directly on you device, subscribe now.

ଭୁବନେଶ୍ବର: କରୋନା ମୁକାବିଲା ଲାଗି ରାଜ୍ୟ ସରକାର କୋଭିଡ୍‌-୧୯ ପ୍ରତିରୋଧ ନିମନ୍ତେ ନିୟୋଜିତ ଡାକ୍ତର ତଥା ସ୍ବାସ୍ଥ୍ୟ କର୍ମଚାରୀମାନଙ୍କ ତାଲିମକୁ ଦୃଢ଼ିଭୂତ କରିଛନ୍ତି । ଏସ୍‌ସିବିର ୪୧୬ ଜଣ ଏବଂ ଏମ୍‌କେସିଜିର ୭୨ ଜଣ ଅଧ୍ୟାପକ ତଥା କର୍ମଚାରୀଙ୍କୁ କୋଭିଡ୍‌-୧୯ କ୍ରିଟିକାଲ୍‌ କେୟାର ତାଲିମ ଦିଆଯାଇଥିବାବେଳେ ଆୟୁଷ ନିର୍ଦ୍ଦେଶାଳୟର ପ୍ରାୟ ୧୬୦୦ ସ୍ବାସ୍ଥ୍ୟାଧିକାରୀ ଓ କର୍ମଚାରୀ ଏହି ତାଲିମ ନେଇଛନ୍ତି । ରାଜ୍ୟର ୪ଟି ଦନ୍ତ ଚିକିତ୍ସା ମହାବିଦ୍ୟାଳୟର ଅଧ୍ୟାପକ ତଥା ତୃତୀୟ ଓ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କୁ ମିଶାଇ ୯୦୬ ଜଣଙ୍କୁ ତାଲିମ ପ୍ରଦାନ କରାଯାଇଛି ।
ଅନୁରୂପ ଭାବରେ ଅପ୍ରେଲ ୧୦ ତାରିଖ ସୁଦ୍ଧା ୧,୧୭,୨୭୯ ଜଣ ଆଶା କର୍ମୀ ଓ ଅଙ୍ଗନବାଡ଼ି କର୍ମୀ ଙ୍କୁ କୋଭିଡ୍‌-୧୯ ସଂପର୍କିତ ମୌଳିକ ତାଲିମ ପ୍ରଦାନ କରାଯାଇଛି । କୋଭିଡ୍‌ ହସ୍‌ପିଟାଲ୍‌ଗୁଡ଼ିକରେ କାର୍ୟ୍ୟରତ ଚିକିତ୍ସାଧିକାରୀ ଏବଂ ନର୍ସମାନଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ଜୁମ୍‌ ଟ୍ରେନିଂ ପ୍ରଦାନ କରାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons