
କଟକ,(ବି.ବି.ବୁ୍ୟରୋ): ଗୋଟିଏ ପରେ ଗୋଟିଏ ସରକାରୀ କାର୍ଯ୍ୟାଳୟରେ କାୟା ବିସ୍ତାର କରୁଛି କରୋନା । କିଛି ଦିନ ହେବ ସିଏମ୍ସି କାର୍ଯ୍ୟାଳୟରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ଏବେ ଯୋବ୍ରାସ୍ଥିତ ମ୍ୟାରିଟାଇମ୍ ମୁ୍ୟଜିୟମ୍ରୁ ଦୁଇ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇସାରିଲେଣି । ତଥାପି ଅଦ୍ୟାବଧି ଏହାକୁ ବିଶୋଧନ କରାଯାଉନି । ଏମିତିକି ମୁ୍ୟଜିୟମ୍ ବୁଲିବାକୁ ଆସୁଥିବା ଲୋକଙ୍କ ପାଇଁ ମଧ୍ୟ କୌଣସି ପ୍ରକାରର କୋଭିଡ୍ ନିୟମ ପାଳନ କରାଯାଉ ନ ଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ଏବେ ମୁ୍ୟଜିୟମ୍ର କର୍ମଚାରୀଙ୍କ ମଧ୍ୟରେ ଭୟ ଖେଳିଯାଇଛି । ଅନ୍ୟପଟେ ସବୁ ଜାଣି ମଧ୍ୟ ବିଭାଗୀୟ ଅଧିକାରୀ ଚୁପ୍ ବସି ସଂକ୍ରମଣକୁ ପ୍ରଶୟ ଦେଉଥିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।
ସହରରେ ଦିନକୁ ଦିନ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାସହ କରୋନାର ପ୍ରଥମ ଲହରୀ ଅପେକ୍ଷା ଦ୍ୱିତୀୟ ଲହରୀ ଅଧିକ ବିପଦଜନକ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକମାନଙ୍କୁ ଚେତାବନୀ କରାଯାଉଛି । କେବଳ ସେତିକି ନୁହେଁ ବରଂ କୋଭିଡ୍ କଟକଣା କଡ଼ାକଡ଼ି କରିବା ପାଇଁ ଏନ୍ଫୋର୍ସମେଣ୍ଟ ଟିମ୍ ଦ୍ୱାରା ଜରିମାନା ଆଦାୟ କରାଯିବା ସହିତ ଅନେକ ପ୍ରତିÂାନଗୁଡିକ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସିଲ୍ କରାଯାଉଛି । କିନ୍ତୁ ପାର୍କ କିମ୍ବା ମନୋରଞ୍ଜନ ସ୍ଥାନଗୁଡିକରେ ଚଢ଼ଉ କରାଯାଉ ନାହିଁ । ଏହା ମଧ୍ୟରେ ଯୋବ୍ରାସ୍ଥିତ ମ୍ୟାରିଟାଇମ୍ ମୁ୍ୟଜିୟମ୍ରେ କୌଣସି ପ୍ରକାରର କୋଭିଡ୍ ନିୟମ ପାଳନ କରାଯାଉ ନ ଥିବା ଅଭିଯୋଗ ହେଉଛି । ପ୍ରବେଶ ଦ୍ୱାରରେ ଲୋକଙ୍କ ପାଇଁ ସାନିଟାଇଜର୍ କିମ୍ବା ଥର୍ମାଲ୍ ସ୍କ୍ରିନିଂ ବ୍ୟବସ୍ଥା କରାଯାଇ ନାହିଁ । ଏହାସହ ସରକାର ୫୦ ପ୍ରତିଶତ ଲୋକଙ୍କୁ ନେଇ କାର୍ଯ୍ୟ କରିବାକୁ ନିଦେ୍ର୍ଧଶ ଦେଇଥିଲେ ମଧ୍ୟ ତାହାକୁ ବି ପାଳନ କରାଯାଉ ନାହିଁ । ଗତ ମଙ୍ଗଳବାର ମୁ୍ୟଜିୟମର ଜଣେ ସଫେଇ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଆଜି ଆଉ ଜଣେ କର୍ମଚାରୀ ମଧ୍ୟ ପଜିଟିଭ୍ ଆସିଥିବା ଜଣାପଡିଛି । ଉକ୍ତ କର୍ମଚାରୀମାନେ ମୁ୍ୟଜିୟମ୍ର ବିଭିନ୍ନ ସ୍ଥାନ ବୁଲାବୁଲି କରିଥିଲେ । ଏହି କର୍ମଚାରୀମାନେ ଆକ୍ରାନ୍ତ ହେବା ପରେ ବି ମୁ୍ୟଜିୟମ ପରିସରକୁ ବିଶୋଧନ କରାଯାଉ ନାହିଁ । ଏବେ ମଧ୍ୟ ଏଠାକୁ ପ୍ରତିଦିନ ଲୋକଙ୍କୁ ପ୍ରବେଶ ପାଥଇଁ ଅନୁମତି ଦିଆଯାଉଛି । ଯାହା ସଂକ୍ରମଣକୁ ପ୍ରଶୟ ଦେଉଥିବା ମନେ ହେଉଛି । ଏ ନେଇ ଏନ୍ଫୋର୍ସମେଣ୍ଟ୍ ଅଧିକାରୀ ପରେଶ ନାୟକ କହିଛନ୍ତି ଯେ, ସହରରେ ଯାଞ୍ଚ୍ ପ୍ରକ୍ରିୟା ବ୍ୟାପକ ରହିଛି । ତଥାପି ଖୁବ୍ଶୀଘ୍ର ମୁ୍ୟଜିୟମ୍ରେ ଯାଞ୍ଚ୍ କରାଯିବ । କୋଭିଡ୍ ନିୟମ ଉଲ୍ଲଂଘନ ହେଉଥିଲେ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ।


Comments are closed, but trackbacks and pingbacks are open.