ତେଲକୋଇ: ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବ୍ରାହ୍ମଣୀପାଳ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମାତ୍ର କିଛି ଦିନ ନୀରବତା ପରେ ପୁଣି ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଯାଇଛି। ୨ ଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଗୁରୁତର ଯୁବକ ହେଲେ କଂସ କେନ୍ଦୁଆ ଗ୍ରାମର ବାବୁ ବେହେରା ଏବଂ ଚଟୁ ପାତ୍ର।
ଚଟୁ ନିଜର ଜୀବନ ବଞ୍ଚାଇବା ପାଇଁ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ। ମିଳିଥିବା ସୂଚନା ମୁତାବକ, ବ୍ରାହ୍ମଣୀପାଳ ନିକଟସ୍ଥ କୁଶେଇ ସେତୁ ଉପରେ ଦୁଇଗୋଷ୍ଠୀ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା। ଦୁଇଗୋଷ୍ଠୀ ତଥା ରାଜା ଚକ୍ର ଓ ଟୁଟୁ ପାତ୍ରଙ୍କ ମଧ୍ୟରେ ବହୁଦିନ ହେଲା ବିବାଦ ଲାଗି ରହିଛି। ରାଜା ଚକ୍ର ଗୋଷ୍ଠୀର ପିଲାମାନେ ବାବୁ ବେହେରାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡିଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଘଟଣା ସମ୍ପର୍କରେ ଖବର ପାଇ ଦୈତାରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।


Comments are closed, but trackbacks and pingbacks are open.