ଗୁଣପୁର: ବେଆଇନ ବାଲି ଖୋଳା ଚାଲିଥିବା ବେଳେ ରାଜସ୍ୱ ବିଭାଗ ଚଢଉ କରିଛି । ବେଆଇନ କାରବାର ଅଭିଯୋଗରେ ୨ ଟ୍ରାକ୍ଟର ଜବତ କରିଛି । ଜରିମାନା ବାବଦରେ ସେମାନଙ୍କ ଠାରୁ ୩୦ହଜାର ଟଙ୍କା ଆଦାୟ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ଆଜି ସ୍ଥାନୀୟ ଶିରୋଝୋଲି ରାଜସ୍ୱ ସର୍କଲ ଅନ୍ତର୍ଗତ ଦଣ୍ଡୁଗୁଡା ଗାଁ ପାଖ ନାଳରୁ ବେଆଇନ ବାଲି ଉତ୍ତୋଳନ ଚାଲିଥିଲା । ଖବର ପାଇ ତହସିଲଦାର ଶରତଚନ୍ଦ୍ର ନାୟକଙ୍କ ନିଦେ୍ର୍ଧଶକ୍ରମେ ଶିରୋଝୋଲି ଭାରପ୍ରାପ୍ତ ଆର୍ଆଇ ବଳରାମ ମିଣିିଆକା, ଗୁଣପୁର ସଦର ଆରଆଇ ପି. ମଣିକଣ୍ଠ ଚଢଉ କରିଥିଲେ ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.