୨ ଦିନ ହେଲା ସହରସାରା ଧୂଅାଁ

Get real time updates directly on you device, subscribe now.

ଚିତ୍ରକୋଣ୍ଡା,(ବି.ବି.ନୁ୍ୟଜ):ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସହର ଧୂଆଁମୟ ହୋଇଛି । ଗତ ଦୁଇଦିନ ହେଲା ଏହି ଅବସ୍ଥା ଲାଗି ରହିଥିବାରୁ ଲୋକେ ହଇରାଣ ହେଉଥିବା ଦେଖିବାକୁ ମିଳୁଛି । ଗାଡିମୋଟର ଚଳାଇବାରେ ଅସୁବିଧା ହେଉଛି । ଏଥିରେ ଆତଙ୍କିତ ହୋଇ ଅନେକ ଲୋକେ ସେମାନଙ୍କ ପିଲାଙ୍କୁ ବାହାରକୁ ଛାଡୁନାହାନ୍ତି । ଚିତ୍ରକୋଣ୍ଡା ଘାଟି ଅଞ୍ଚଳରେ ଧୂଅାଁ ଅଧିକ ଦେଖିବାକୁ ମିଳୁଛି । ଧୂଅାଁ ଯୋଗୁ ଲୋକଙ୍କ ଆଖି ପୋଡିବା ଭଳି ସମସ୍ୟା ହେଉଛି । ଶ୍ୱାସକ୍ରିୟାରେ ସମସ୍ୟା ଥିବା ଲୋକେ ଅଧିକ ଅସୁବିଧାରେ ପଡୁଛନ୍ତି । ଅନେକ ଲୋକ ଭୟରେ ପଦାକୁ ବାହାରୁ ନାହାନ୍ତି । ଏହା କାହିଁକି ହେଉଛି ବୋଲି ଅନେକ ଆଲୋଚନା କରୁଥିବା ବେଳେ ଆଖପାଖ ଜଙ୍ଗଲରେ ନିଆଁ ଲାଗିଥିବା କେତେକ କହୁଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons