+୨ ବିଜ୍ଞାନରେ ୭୦% ପାସ୍

Get real time updates directly on you device, subscribe now.

୍ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବୁଧବାର ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ)ର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ବର୍ଷ କରୋନା ଯୋଗୁଁ କିଛି ଥିଓରୀ ପେପର୍ ପରୀକ୍ଷା ହୋଇପାରିନଥିଲା । ପ୍ରଥମ ଥର ପାଇଁ ବିକଳ୍ପ ମୂଲ୍ୟାୟନ ଦ୍ୱାରା ମାର୍କ ଦେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିଲା । ଯେଉଁମାନେ ୫ଟି ବିଷୟରେ ପରୀକ୍ଷା ଦେଇଥିଲେ, ସେମାନଙ୍କର ଭଲ ମାର୍କଥିବା ୩ଟି ବିଷୟର ହାରାହାରି ନମ୍ବରକୁ ନେଇ ମାର୍କ ଦିଆଯାଇଥିଲା । ଗତବର୍ଷ ତୁଳନାରେ ଚଳିତ ବର୍ଷ ୨ ପ୍ରତିଶତ ପାସ୍ ହାର କମିଛି । ଗତ ବର୍ଷ (୨୦୧୯) ଯୁକ୍ତ ଦୁଇ ବିଜ୍ଞାନରେ ୭୨.୩୩ ପ୍ରତିଶତ ପାସ୍ ହାର ଥିବା ବେଳେ ଚଳିତ ବର୍ଷ ଏହା ୭୦.୨୧ ପ୍ରତିଶତକୁ ଖସିଛି ।
ଚଳିତବର୍ଷ ଶତ ପ୍ରତିଶତ ପାସ୍ କରିଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସଂଖ୍ୟା ବି କମିଛି । ୨୦୧୯ରେ ୨୯ଟି ଶିକ୍ଷାନୁÂାନରେ ଶତ ପ୍ରତିଶତ ପାସ୍ ହାର ହୋଇଥିବା ବେଳେ ଚଳିତ ବର୍ଷ ଏହା ୨୦କୁ ଖସିଛି । ହେଲେ ଆଦୌ ପାସ୍ କରିନଥିବା ସ୍କୁଲ ସଂଖ୍ୟା ଚଳିତ ବର୍ଷ ବଢ଼ିଯାଇଛି । ୨୦୧୯ରେ ୯ଟି ସ୍କୁଲରେ କେହି ପାସ୍ କରିନଥିଲେ । ମାତ୍ର ଚଳିତବର୍ଷ ୧୫ଟି ସ୍କୁଲରେ କେହି ପାସ୍ କରିନାହାନ୍ତି ।
ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ିଛି । ଗତ ବର୍ଷ ପ୍ରଥମ ଶ୍ରେଣୀରେ ୨୦ ହଜାର ୮୦ଜଣ ପାସ୍ କରିଥିଲେ । ଚଳିତ ବର୍ଷ ତାହା ୨୫ ହଜାର ୩୩୯କୁ ବୃଦ୍ଧି ପାଇଛି । ଯାହା ୨୧ ପ୍ରତିଶତରୁ ୨୬ ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।
ପରିଷଦ ପରିସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଥିଲେ । ପରେ ଛାତ୍ରଛାତ୍ରୀମାନେ କ୍ଟrସଗ୍ଦଗ୍ଦବrରଗ୍ଦଙ୍କକ୍ଷଗ୍ଧଗ୍ଦ.ଦ୍ଭସମ.ସଦ୍ଭରୁ ନିଜର ମାର୍କ ଦେଖିଥିଲେ । ଚଳିତ ବର୍ଷ ରାଜ୍ୟରେ ମୋଟ ୯୭ ହଜାର ୩୭୭ ଜଣ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଇଥିଲେ । ସେଥି ମଧ୍ୟରୁ ୬୮ ହଜାର ୩୭୪ ଜଣ ପାସ୍ କରିଛନ୍ତି । ୫୬ ହଜାର ୩୩ ଜଣ ଛାତ୍ରଙ୍କ ମଧ୍ୟରୁ ୩୮ ହଜାର ୩୦୧ଜଣ ପାସ୍ କରିଥିବା ବେଳେ ୪୧ ହଜାର ୩୪୪ଜଣ ଛାତ୍ରୀଙ୍କ ମଧ୍ୟରୁ ୩୦ ହଜାର ୭୩ ଜଣ ପାସ୍ କରିଛନ୍ତି । ଛାତ୍ରମାନଙ୍କ ପାସ୍ ହାର ୬୮.୪ ପ୍ରତିଶତ ଥିବା ବେଳେ ଛାତ୍ରୀମାନଙ୍କ ପାସ୍ ହାର ଶତକଡ଼ା ୭୨.୭ ପ୍ରତିଶତ ରହିଛି । ପ୍ରଥମ ଶ୍ରେଣୀରେ ପାସ୍ ହାର ୨୬ ପ୍ରତିଶତ ଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ଶତକଡ଼ା ୨୪.୮ ପ୍ରତିଶତ ରହିଛି । ସେହିପରି ତୃତୀୟ ଶ୍ରେଣୀରେ ଶତକଡ଼ା ୧୯ ପ୍ରତିଶତ ବିଦ୍ୟାର୍ଥୀ ପାସ୍ କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ।
ଭୁବନେଶ୍ୱର ଜୁପିଟର୍ ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲର ସୁଦୀପ ସୁଦର୍ଶନ ରଣା ସର୍ବାଧିକ ୫୭୪ ନମ୍ବର ରଖିଥିବା ବେଳେ ବ୍ରହ୍ମପୁର ନୀଳକଣ୍ଠନଗର ସରସ୍ୱତୀ ବିଦ୍ୟା ମନ୍ଦିରର ସାର୍ଥକ ରଞ୍ଜନ ରାଉତ ୫୬୬ ନମ୍ବର ରଖି ଦ୍ୱିତୀୟ ଓ ଟାଙ୍ଗିସ୍ଥିତ ଟେଟ୍ରା ହେଡ୍ରନ୍ ହାୟର୍ ସେକେଣ୍ଡାରୀ ସ୍କୁଲର ଶୁଭଜିତ୍ ସାହୁ ୫୬୫ ନମ୍ବର ରଖି ତୃତୀୟ ହୋଇଛନ୍ତି ।
ନୟାଗଡ଼ ଜିଲ୍ଲାରେ ପାସ୍ ହାର ସର୍ବାଧିକ(୮୬.୫୧ଧ) ଥିବା ବେଳେ ଝାରସୁଗୁଡ଼ାରେ ସର୍ବନିମ୍ନ ୪୦.୭୧ଧ ପାସ୍ ହାର ରହିଛି । ରାଜ୍ୟର ୧୩୭ଜଣ ଛାତ୍ରଛାତ୍ରୀ ଶତକଡ଼ା ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି । ଯାହା ଗତ ବର୍ଷ ତୁଳନାରେ ବଢ଼ିଛି । ୨୦୧୯ରେ ୬୦ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ରଖିଥିଲେ ।
ସିସିଟିଭି ଲାଗିବା ଯୋଗୁଁ ରେଜଲ୍ଟ୍ ଖରାପ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ଦାଶ ସଫେଇ ଦେଇଛନ୍ତି । ଶୂନ୍ୟ ତାଲିକାରେ ଥିବା ଶିକ୍ଷାନୁÂାନ ନେଇ ସେ ବ୍ୟକ୍ତିଗତ ଭାବେ ଯାଞ୍ଚ କରିବେ ବୋଲି କହିଛନ୍ତି । ଏହି ଅବସରରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଭୁପିନ୍ଦର ସିଂ ପୁନିଆ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିଦେ୍ର୍ଧଶକ ବୃନ୍ଦାବନ ବେହେରା, ପରିଷଦ ଉପାଧ୍ୟକ୍ଷ ବୃନ୍ଦାବନ ଶତପଥୀ, ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons