୨ ମୃତ, ଜଣେ ଆହତ

Get real time updates directly on you device, subscribe now.

ଜୟପୁର: ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ଲାଗି ୨ଜଣ ଯୁବକଙ୍କ ମୃତୁ୍ୟ ହୋଇଛି । ଅନ୍ୟ ଜଣେ ଯୁବକ ସାମାନ୍ୟ ଆହତ ହୋଇଛନ୍ତି । ମୃତକ ହେଉଛନ୍ତି ଗଡ଼ପଦର ପଞ୍ଚାୟତ କଳାଗୁଡ଼ାର ଦୀପକ କୁଲଦୀପ(୨୫) ଏବଂ ସହରର ଲାଲ୍ସାହିର ଦେବାନନ୍ଦ ପୂଜାରୀ(୧୮) । ଆହତ ଯୁବକ ଜଣଙ୍କ ହେଉଛନ୍ତି କଳାଗୁଡ଼ାର ଗୋବର୍ଦ୍ଧନ ସୁନା । ଏ ସମ୍ପର୍କରେ ସଦର ଥାନାରେ ଏକ ମାମଲା ରୁଜୁ କରାଯାଇଛି । ପୁଲିସ ଉଭୟ ବାଇକ୍ ଜବତ କରି ଥାନାକୁ ଆଣିଛି । ମୃତ ଦେହ ଜବତ ଏବଂ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଓଆଇସି ଆଦିତ୍ୟ ମହାକୁଡ଼ କହିଛନ୍ତି ।
ପୁଲିସ ସୂଚନା ଅନୁଯାୟୀ, ଗତ ୩ ତାରିଖ ସନ୍ଧ୍ୟାରେ କଳାଗୁଡ଼ାର ଦୀପକ ଏବଂ ଗୋବର୍ଦ୍ଧନ ଔଷଧ କିଣିବା ଲାଗି ବାହାରିଥିଲେ । ଉଭୟ ଏକ ବାଇକ୍(ଓଆର ୧୦ ଜି-୩୮୭୯)ରେ ଜୟପୁର ସହର ଅଭିମୁଖେ ଆସୁଥିଲେ । ଏହି ସମୟରେ ସହର ପଟୁ ଗଡ଼ପଦର ଆଡେ଼ ଦେବାନନ୍ଦ ଏବଂ ତାଙ୍କର ଜଣେ ସାଥୀ ଅନ୍ୟ ଏକ ନମ୍ବରବିହୀନ ବାଇକ୍ରେ ସେହି ରାସ୍ତାରେ ଯାଉଥିଲେ । ପାଲିଗୁଡ଼ା ନିକଟରେ ଉଭୟ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ଏତେ ଯୋରରେ ହୋଇଥିଲା ଯେ ନମ୍ବର ନଥିବା ବାଇକ୍ଟି ରାସ୍ତାରୁ ପ୍ରାୟ ୪୦ ଫୁଟ୍ ତଳକୁ ଖସି ପଡିଥିଲା । ଦୁର୍ଘଟଣାରେ ୪ ଜଣ ଯୁବକ ଫିଙ୍ଗିହୋଇ ପଡ଼ିଥିଲେ । ଦୀପକ ଏବଂ ଦେବାନନ୍ଦଙ୍କୁ ଗୁରୁତର ଆଘାତ ଲାଗିଥିବା ବେଳେ ଗୋବର୍ଦ୍ଧନ ସାମାନ୍ୟ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ୩ ଜଣଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ସ୍ଥାନୀୟ ଜିଲ୍ଲା ହସପିଟାଲକୁ ପଠାଇଥିଲେ । ଦେବାନନ୍ଦଙ୍କ ସାଙ୍ଗରେ ଥିବା ଯୁବକଙ୍କ କୌଣସି ପତ୍ତା ମିଳି ନଥିଲା । ହସପିଟାଲରେ ଡାକ୍ତର ଦୀପକଙ୍କୁ ମୃତ ଘୋଷଣା କରିଥିଲେ । ଦେବାନନ୍ଦଙ୍କ ଅବସ୍ଥା ସଙ୍ଗୀନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଦେବାନନ୍ଦଙ୍କ ମୃତୁ୍ୟ ହୋଇଥିଲା । ଅନ୍ୟପକ୍ଷରେ ଖବର ପାଇ ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଉଭୟ ବାଇକ୍କୁ ଜବତ କରି ଥାନାକୁ ଆଣିଥିଲା । ଏହି ଘଟଣାକୁ ନେଇ ଡିଏଚଏଚ୍ରେ କିଛି ସମୟ ଲାଗି ଉତ୍ତେଜନା ଦେଖା ଦେଇଥିଲା । ଓଆଇସି ଶ୍ରୀ ମହାକୁଡ଼, ଏସ୍ଆଇ ପ୍ରଶାନ୍ତକୁମାର ମହାନ୍ତି, ଏଏସ୍ଆଇ ରମାକାନ୍ତ ହୋତା ପ୍ରମୁଖଙ୍କ ସହ ଅନ୍ୟ କର୍ମଚାରୀ ଡାକ୍ତରଖାନାରେ ପହଞ୍ଚି ଲୋକଙ୍କ ବୁଝାଶୁଝା କରିଥିଲେ । ଅଧିକାରୀଙ୍କ ହସ୍ତକ୍ଷେପ ପରେ ଉତ୍ତେଜନା ଥମିଥିଲା । ମୃତ ଦୀପକଙ୍କ ସମ୍ପର୍କୀୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆଜି ଉଭୟ ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲା । ଏଏସ୍ଆଇ ମନୋରଞ୍ଜନ ସାହୁ ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।

ରିପୋର୍ଟ ବାସୁଦେବ ନୋ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons