୨ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ, ଜଣେ ଗିରଫ

Get real time updates directly on you device, subscribe now.

ଭଦ୍ରକ,(ବି.ବି.ନୁ୍ୟଜ୍): ଭଦ୍ରକରୁ ପୁଣି ବ୍ରାଉନସୁଗର ଜବତ ହୋଇଛି । ଶନିବାର ଭଦ୍ରକ ପୌରାଞ୍ଚଳର ବଙ୍କସାହି ସ୍ଥିତ ଜିଲ୍ଲା ସ୍କୁଲ ନିକଟ ଏକ ଗୋଦାମ ଘର ଉପରେ ଚଢ଼ଉ କରି କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ବ୍ରାଉନସୁଗର ଜବତ କରିବା ସହ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ହରିଶ ଚନ୍ଦ୍ର ମହାନ୍ତି । ଜବତ ବ୍ରାଉନସୁଗର ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ହେବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ ।
ସୂଚନା ଅନୁଯାୟୀ,ଭଦ୍ରକ ସହର ମଧ୍ୟସ୍ଥଳ ବଙ୍କସାହି ସ୍ଥିତ ଜିଲ୍ଲା ସ୍କୁଲ ନିକଟରେ ବ୍ରାଉନସୁଗର କାରବାର ଚାଲିଥିବା ନେଇ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ଖବର ପାଇଥିଲା । ଏହି କ୍ରମରେ ଆଜି ସକାଳେ କେନ୍ଦ୍ରାଞ୍ଚଳ ଗୋଇନ୍ଦା ବିଭାଗ ପକ୍ଷରୁ ଡିଏସ୍ପି ଜଗଦୀଶ ସାମଲ ସଦଳବଳ ଶ୍ରୀ ମହାନ୍ତିଙ୍କ ଘର ଉପରେ ଚଢ଼ଉ କରିଥିଲେ । ସେହି ଘରୁ ୬୦ଟି ପୁଡ଼ିଆ ବ୍ରାଉନସୁଗର ଜବତ ହୋଇଥିଲା । ଚଢ଼ଉରେ ଅନ୍ୟମାନଙ୍କ ମଧ୍ୟରେ ଇନ୍ସପେକ୍ଟର ଗାଲୁରାମ ସୋରେନ, ଏଏସ୍ଆଇ ପ୍ରଦୀପ ବେହେରା, ପ୍ରଭୁପ୍ରସାଦ ମିଶ୍ର, ଅର୍ଚ୍ଚନା ନାୟକ ପ୍ରମୁଖ ସାମିଲ ହୋଇଥିଲେ । ଦୀର୍ଘ ଦିନ ଧରି ଅଭିଯୁକ୍ତ ଶ୍ରୀ ମହାନ୍ତି ଏହି କାରବାର ଚଳାଇ ଆସୁଥିଲେ । ଜିଲ୍ଲା ଅବକାରୀ ବିଭାଗ ନଜରକୁ ଏହା କିପରି ଆସୁ ନଥିଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ଉଠିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons