୨ ଲୁଟେରା ଗିରଫ, ୪୦ ମୋବାଇଲ ଫୋନ୍ ଜବତ

Get real time updates directly on you device, subscribe now.

ଘସିପୁରା: ଘସିପୁରା ଥାନା ପୋଲିସକୁ ମିଳିଛି ବଡ ସଫଳତା । ମୋବାଇଲ୍ ଲୁଟେରା ଗ୍ୟାଙ୍ଗ ର ୨ ସଦସ୍ୟଙ୍କୁ ଧରିବା ସହ ସେମାନଙ୍କ ନିକଟରୁ ୪୦ ଟି ଲୁଟ୍ ମୋବାଇଲ୍ ଫୋନ୍ ଜବଦ କରିଛି ପୋଲିସ । ଏହାସହ ଲୁଟେରାମାନେ ବ୍ୟବହାର କରୁଥିବା ପଲସର ବାଇକ୍ ସମେତ ଲଙ୍କା ଗୁଣ୍ଡ ମଧ୍ୟ ଜବଦ ହୋଇଛି ।
ଲୁଟେରା ମାନେ ହେଲେ ଯାଜପୁର ଜିଲ୍ଲା କୋରେଇ ଥାନ ପୂର୍ବକୋଟ ଗାଁ ର ତାରିଣି ଦାସ ଓ ରାଜ କୁମାର ଦାସ । କେନ୍ଦୁଝର , ଯାଜପୁର ,ମୟୁର ଭଞ୍ଜ , ଭଦ୍ରକ ଭଳି ଆଖପାଖ ଜିଲ୍ଲାର ବିଭିନ୍ନ ସାପ୍ତାହିକ ହାଟରେ ଲୋକଙ୍କୁ ଟାର୍ଗେଟ୍ କରି କୌଣଳକ୍ରମେ ଏମାନେ ଲୋକଙ୍କ ମୋବାଇଲ୍ ଲୁଟିଥାନ୍ତି ।
ଶୁକ୍ରବାର ସନ୍ଧ୍ୟାରେ ଲୁଟେରାମାନେ ଘସିପୁରା ଥାନା ଶୈଲଙ୍ଗ ଗ୍ରାମର ଜଣେ ଯୁବକଙ୍କ ମୋବାଇଲ୍ ଲୁଟିଥିଲେ । ସଂପୃକ୍ତ ଯୁବକ ଥାନାରେ ଅଭିଯୋଗ କରିବାପରେ ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ପୂର୍ବ ରେକର୍ଡକୁ ଆଧାର କରି ସଂପୃକ୍ତ ୨ ଲୁଟେରାଙ୍କୁ ସନ୍ଦେହ କରିଥିଲା ପୋଲିସ୍। ଶନିବାର ପାଟ୍ରୋଲିଂ ସମୟରେ ଏନ ଏଚ୍ ୨୦ର ଶୈଲଙ୍ଗ ନିକଟରେ ଏକ ପଲସର ବାଇକ୍ ରେ ଲୁଟେରା ମାନେ ଯାଉଥିବା ସମୟରେ ପୋଲିସ ପିଛାକରି ସେମାନଙ୍କୁ ଭଗାନଇ ନିକଟରୁ କାବୁ କରିଥିଲା । ଏହି ୨ ଲୁଟେରା କିଛିମାସ ତଳେ ସ୍ଥାନୀୟ ଶାଳପଡା ଛକ ଠାରେ ପରିବା କିଣୁଥିବା ଜଣେ ମହିଳାଙ୍କଠାରୁ ପର୍ସ ଲୁଟି ଗିରଫ ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons