୩୦ ଲକ୍ଷର ଗଞ୍ଜେଇ ଜବତ, ୨ ଗିରଫ

Get real time updates directly on you device, subscribe now.

ଲମତାପୁଟ,(ବି.ବି.ନୁ୍ୟଜ): ମାଛକୁଣ୍ଡ ପୁଲିସକୁ ମିଳିଛି ସଫଳତା । ୩୦ ଲକ୍ଷଟଙ୍କାର ଗଞ୍ଜେଇ ଜବତ କରିବା ସହ ଏହି କାରବାରରେ ସମ୍ପୃକ୍ତ ୨ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତିମାନେ ହେଲେ ଉତ୍ତରପ୍ରଦେଶର ବିପିନ୍ ମିଶ୍ର ଓ ଅରୁଣ ଦୁବେ । ଏନେଇ ଥାନାରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ନନ୍ଦପୁର ଏସଡିପିଓ ସଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ଲମତାପୁଟ ବ୍ଲକ ଗୋଡିହଞ୍ଜର ପଞ୍ଚାୟତ ବଡକିଚବ ଅଞ୍ଚଳରୁ ରାୟପୁରକୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ମିଳିଥିଲା । ଏହାକୁ ଦୃଷ୍ଟିରେ ରଖି ଗୁନେଇପଡା ଶିବମନ୍ଦିର ନିକଟରେ ପୁଲିସ ପାଟ୍ରୋଲିଂ କରୁଥିଲା । ମାଛକୁଣ୍ଡ ଥାନା ଅଧିକାରୀ ପ୍ରପୁଲ୍ଲ ଲାକ୍ରା, ଲମତାପୁଟ ଫାଣ୍ଡି ଅଧିକାରୀ ଦିଲ୍ଲୀପ ପ୍ରଧାନ, ଜଲାପୁଟ ଫାଣ୍ଡି ଅଧିକାରୀ ମହେଶ୍ୱର କିର୍ସାନୀ ପ୍ରମୁଖଙ୍କ ଏକ ଟିମ୍ ସେଠାରେ ରହିଥିଲେ । ସେହି ସମୟରେ ଏକ ଟ୍ରକ(ସିଜି ୦୪ ଜେଡି ୭୭୦୪) ସେହି ରାସ୍ତାଦେଇ ଦ୍ରୁତଗତିରେ ଆସୁଥିଲା । ଟ୍ରକ୍କୁ ଅଟକାଇ ଯାଞ୍ଚ କରାଯାଇଥିଲା । ଟ୍ରକ୍ ଡାଲାରେ ଥିବା ଏକ ସ୍ୱତନ୍ତ୍ର ଚ୍ୟାମ୍ବରରେ ବିପୁଳ ଗଞ୍ଜେଇ ରହିଥିବା ପୁଲିସ ଦେଖିବା ପରେ ଅଭିଯୁକ୍ତଙ୍କୁ ଗିରଫ କରି ଗାଡିକୁ ଥାନାକୁ ଆଣିଥିଲା । ଟ୍ରକ୍ରେ ୩କୁଇଣ୍ଟାଲ ୨୧ କେଜି ୮୦୦ ଗ୍ରାମ ଗଞ୍ଜେଇ ରହିଥିଲା । ଏନେଇ ପୁଲିସ ଗାଡିମାଲିକ ନାଁରେ ମଧ୍ୟ ଏକ ମାମଲା ରୁଜୁ କରିଥିବା ଏସଡିପିଓ ଶ୍ରୀ ମହାପାତ୍ର କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons