୩୨ ରେଳ ଅଧିକାରୀ ବିଦା

Get real time updates directly on you device, subscribe now.

ନୂଆଦିଲ୍ଲୀ:ଅଣ-ପ୍ରଦର୍ଶନକାରୀ ତଥା ଭ୍ରଷ୍ଟାଚାରରେ ଲିପ୍ତ ଅଧିକାରୀଙ୍କ ବିରୋଧରେ ଭାରତୀୟ ରେଳବାଇ ଶୁକ୍ରବାର ବଡ଼ ପଦକ୍ଷେପ ନେଇଛି । ଅବସର ତାରିଖ ପୂର୍ବରୁ ୩୨ ଜଣ ଏଭଳି ଅଧିକାରୀଙ୍କୁ ବିଦା କରାଯାଇଛି । ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଥିବା ରେଳବାଇ ପକ୍ଷରୁ କୁହାଯାଇଛି ।
ଏହି ଅଧିକାରୀମାନଙ୍କ ବୟସ ୫୦ ବର୍ଷରୁ ଅଧିକ ହେବ । କାର୍ଯ୍ୟ କରିବାରେ ଅସମର୍ଥ ଯୋଗୁ ଏମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଏହାସହିତ ଏମାନେ ଦୁର୍ନୀତିରେ ମଧ୍ୟ ଲିପ୍ତ ଥିଲେ । ଉତ୍ତମ ରେଳ ସେବକ ହୋଇ ନ ଥିବାରୁ ଏମାନଙ୍କ ବିରୋଧରେ ଏଭଳି ଏକ ଆକସ୍ମିକ କାର୍ଯ୍ୟାନୁÂାନ ନିଆଯାଇଥିବା ଜଣାପଡିଛି ।
ରେଳବାଇ ଇତିହାସରେ ଏଭଳି ଦ୍ୱିତୀୟ ଥର ହୋଇଛି । ଏହା ପୂର୍ବରୁ ୨୦୧୬-୧୭ରେ ଏହା ୪ ଜଣ ଅଧିକାରୀଙ୍କୁ ସ୍ଥାୟୀ ଭାବେ ସେବାନିବୃତ କରିଥିଲା । ଅଧିକାରୀମାନଙ୍କ କହିବାନୁଯାୟୀ, ଏକ ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନରେ ସମୀକ୍ଷା କରାଯିବା ରେଳବାଇର ନିୟମ ପରିସରରେ ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons