ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟ ବିଜେପିର ସାଂଗଠନିକ ପର୍ବରେ ଆଜି ୩୪ ସାଂଗଠନିକ ଜିଲ୍ଲା ପାଇଁ ସଭାପତି ନିଯୁକ୍ତି କରାଯାଇଛି । ନୂଆ ଜିଲ୍ଲା ସଭାପତିଙ୍କ ନାମ ଦଳ ପକ୍ଷରୁ ଘୋଷଣା ହୋଇଛି । ୩୨ ଜିଲ୍ଲାରେ ନୂଆମୁହଁ ଜିଲ୍ଲା ସଭାପତି ପଦ ପାଇଁ ମନୋନୀତ ହୋଇଥିଲା ବେଳେ ୨ ଜଣ ପୂର୍ବତନ ଜିଲ୍ଲା ସଭାପତି ପୁଣି ଜିଲ୍ଲା ଭାର ମୁଣ୍ଡାଇଛନ୍ତି । ୪ ବିଧାୟକ ଓ ୨ ପୂର୍ବତନ ବିଧାୟକ ଜିଲ୍ଲା ସଭାପତି ଦାୟିତ୍ୱ ସମ୍ଭାଳିବେ । କଳାହାଣ୍ଡି ଓ ଭୁବନେଶ୍ୱର ଜିଲ୍ଲା ସଭାପତି ପଦ ପାଇଁ ନାମ ଘୋଷଣା ହୋଇନି ।
ନୂତନ ଜିଲ୍ଲା ସଭାପତିମାନେ ହେଲେ ଅନୁଗୁଳ-ଦିଲେଶ୍ୱର ପ୍ରଧାନ, ଢେଙ୍କାନାଳ- ନରେଶ ମହାପାତ୍ର, କଟକ ନଗର-ଲଲାତେନ୍ଦୁ ବଡୁ,କଟକ ସଦର-ପ୍ରକାଶ ଚନ୍ଦ୍ର ବେହେରା (ପୂର୍ବତନ ବିଧାୟକ), ଜଗତସିଂହପୁର-ସତ୍ୟବ୍ରତ ମହାପାତ୍ର (ପୁନଃ ନିର୍ବାଚିତ), କେନ୍ଦ୍ରାପଡ଼ା- କିଶୋର ପଣ୍ଡା, ଯାଜପୁର-ଗୌତମ ରାୟ (ପୁନଃ ନିର୍ବାଚିତ), ଭଦ୍ରକ-ହେମନ୍ତ ପାଢୀ, ବାଲେଶ୍ୱର-ଉମାକାନ୍ତ ମହାପାତ୍ର, ବାରିପଦା-କାନ୍ଦରା ସୋରେନ (ପୂର୍ବତନ ବିଧାୟକ), ରାଇରଙ୍ଗପୁର- ନବଚରଣ ମାଝୀ (ବିଧାୟକ ), କେନ୍ଦୁଝର- ଅଂଶୁମାନ ସବୁଜ ମହନ୍ତ ବର୍ମା, ସୁନ୍ଦରଗଡ଼ (ବଣାଇ)-ଅନୀଲ ବାର୍ଲା, ସୁନ୍ଦରଗଡ଼ (ପାନପୋଷ)-ଲତିକା ପଟ୍ଟନାୟକ, ସୁନ୍ଦରଗଡ଼-ଭବାନୀ ଶଙ୍କର ଭୋଇ (ବିଧାୟକ), ଝାରସୁଗୁଡ଼ା- ମଙ୍ଗଳ ସାହୁ, ଦେବଗଡ଼- ମୀନକେତନ ପ୍ରଧାନ, ସମ୍ବଲପୁର-ଗିରିଶ ପଟେଲ, ବରଗଡ଼-ଅଶ୍ୱିନୀ ଷଡ଼ଙ୍ଗୀ, ବୌଦ୍ଧ- ବିପ୍ରଚରଣ ମହାନ୍ତି, ସୁବର୍ଣ୍ଣପୁର- ପ୍ରମୋଦ ମହାପାତ୍ର, ବଲାଙ୍ଗୀର-ଶିବାଜୀ ମହାନ୍ତି, ନୂଆପଡ଼ା-ସୁବ୍ରତ ଠାକୁର, କନ୍ଧମାଳ- ଜଗନ୍ନାଥ ସାହୁ, ନବରଙ୍ଗପୁର-ଜଗଦୀଶ ବିଶୋଇ, କୋରାପୁଟ-ସୁମନ୍ତ ପ୍ରଧାନ, ମାଲକାନଗିରି-ଆଦିତ୍ୟ ମାଢୀ (ବିଧାୟକ), ରାୟଗଡା-ଶିବ ପଟ୍ଟନାୟକ, ଗଜପତି-କେ. ନାରାୟଣ ରାଓ (ବିଧାୟକ), ଗଂଜାମ-ବିଭୂତି ଜେନା, ଘୁମୁସର-ଗୋକୁଳାନନ୍ଦ ମଲ୍ଲିକ, ନୟାଗଡ଼-ଲାଲା ମନୋଜ ରାୟ, ଖୋର୍ଦ୍ଧା-ରଶ୍ମି ରଂଜନ ମହାପାତ୍ର, ପୁରୀ-ଆଶ୍ରିତ ପଟ୍ଟନାୟକ ।
ଉଲ୍ଲେଖଯୋଗ୍ୟ, ଓଡ଼ିଶା ପ୍ରଦେଶର ଜିଲ୍ଲା ସଭାପତି ନିର୍ବାଚନ ଗତ ୧୫ ଓ ୧୬ ରେ ଦୁଇ ଦିନ ଧରି ଅନୁÂିତ ହୋଇଥିଲା । ଏହାପୂର୍ବରୁ ରାଜ୍ୟସ୍ତରୀୟ ନେତୃବୃନ୍ଦମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି ଜିଲ୍ଲା ଓ ମଣ୍ଡଳସ୍ତରର ନେତୃମଣ୍ଡଳୀଙ୍କ ସହ ଆଲୋଚନା କରି ମତାମତ ସଂଗ୍ରହ କରିଥିଲେ । ଜିଲ୍ଲା ସଭାପତି ନିର୍ବାଚନର ଫଳାଫଳ ଆଜି ରାଜ୍ୟ ନିର୍ବାଚନ ଅଧିକାରୀ ରଂଜନ ପଟେଲଙ୍କ ଅନୁମୋଦନ କ୍ରମେ ରାଜ୍ୟ ସହ ନିର୍ବାଚନ ଅଧିକାରୀ ଓ ମୁଖପାତ୍ର ସୁଦୀପ୍ତ ରାୟ ଘୋଷଣା କରିଛନ୍ତି । ଖୁବଶୀଘ୍ର ଦଳର ରାଜ୍ୟ ସଭାପତିଙ୍କୁ ଚୟନ କରାଯିବ ବୋଲି ଦଳ ପକ୍ଷରୁ ସୂଚନା ମିଳିଛି ।
Comments are closed, but trackbacks and pingbacks are open.