୩୫ କେଜି ବାର୍ହା ମାଂସ ଜବତ: ଦୁଇ ଗିରଫ

Get real time updates directly on you device, subscribe now.

ବୌଦ୍ଧ,(ବି.ବି.ନୁ୍ୟଜ୍): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମାଧପୁର ରେଞ୍ଜ ତଳଗାଁ ଅଞ୍ଚଳରୁ ବନ ବିଭାଗ ୩୫ କେଜି ବାର୍ହା ମାଂସ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି । ଏହାସହ ଏକ ବାଇକ୍ ମଧ୍ୟ ଜବତ କରିଛି । ଗିରଫ ବ୍ୟକ୍ତିମାନେ ହେଲେ ରାଜ କିଶୋର ରଣା ଓ ଅରୁଣ ନାଏକ । ସେମାନଙ୍କ ଘର ହରଭଙ୍ଗା ଥାନା ଛରଙ୍ଗ ପଞ୍ଚାୟତର ଭାଲିଗୋରା ଗାଁରେ । ସୂଚନାଅନୁଯାୟୀ, ଗତକାଲି ସନ୍ଧ୍ୟାରେ ରାଜ କିଶୋର ଓଅରୁଣ ବାଇକରେ ବାର୍ହା ମାଂସ ଆଣି ତଳଗାଁ ଅଞ୍ଚଳରେ ବିକ୍ରି କରୁଥିଲେ । ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ସେଠାରେ ଚଢ଼ଉ କରିଥିଲା ଓ ମାଂସ ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons