୩୬ ଗିରଫ, ୧୯ କୁଇଣ୍ଟାଲ ଗଞ୍ଜେଇ ଜବତ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ୍): ଗଞ୍ଜେଇ ମାଫିଆଙ୍କ ଟାଙ୍ଗିଆ ଚୋଟରେ ହୋମଗାର୍ଡ ବନବାସୀ ମହାରଣାଙ୍କ ମୃତୁ୍ୟ ମାମଲାରେ ପୁଲିସ ୩୬ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏମାନଙ୍କଠାରୁ ଦୁଇଟି ଅଟୋରିକ୍ସା, ୧୪୨ ଟି ପ୍ଲାଷ୍ଟିକ ବସ୍ତାରେ ଥିବା ୧୯ କୁଇଣ୍ଟାଲ ୧୭ କେଜି ଗଞ୍ଜେଇ, ୬ ଟି ମୋବାଇଲ୍ ଫୋନ, ୩୦ ହଜାର ଟଙ୍କା ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ ନବରଙ୍ଗପୁର ଜିଲ୍ଲା କସାଗୁମୁଡା, ଡାବୁଗାଁ, ଉମରକୋଟ, କୋଟପାଡ, କୋଡିଗାଁ ଅଞ୍ଚଳର ଜଣାପଡିଛି । ଏ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟ, ଗତ ଶନିବାର ରାତି ପ୍ରାୟ ୧୧ ଟା ପରେ ଏହି ଘଟଣା ଘଟିଥିଲା । ଚିତ୍ରକୋଣ୍ଡା ଅଞ୍ଚଳରୁ ପାଖାପାଖି ୧୪୦ ଜଣ ମାଫିଆ ବହୁ ପରିମାଣର ଗଞ୍ଜେଇକୁ ଭାରରେ ବୋହି ଆଣୁଥିଲେ । ଖବର ପାଇ ଓର୍କେଲ ଥାନା ପୁଲିସ ଓ ହୋମଗାର୍ଡମାନେ ସେମାନଙ୍କ ପିଛା କରିଥିଲେ । ନୂଆଗୁଡାଠାରେ ପୁଲିସ ସମସ୍ତ ମାଫିଆଙ୍କୁ ଅଟକାଇଥିଲା । ଅନ୍ଧାରର ସୁଯୋଗ ନେଇ କେତେଜଣ ମାଫିଆ ହୋମଗାର୍ଡ ବନବାସୀଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଟାଙ୍ଗିଆ ଚୋଟରେ ବନବାସୀ ଗୁରୁତର ହୋଇଥିଲେ । ମାଫିଆମାନେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ । ଗୁରୁତର ବନବାସୀଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ମାଥିଲି ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଘଟଣାକୁ ନେଇ ମାମଲା ରୁଜୁ ପରେ ଜିଲ୍ଲାର ବିଭିନ୍ନ ଥାନାରୁ ଅଧିକାରୀମାନେ ଆସି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଅଭିଯୁକ୍ତଙ୍କୁ ଧରିବାକୁ ମାଲକାନଗିରି ଏସ୍ପି ରିଷିକେଶ ଡି ଖିଲାରୀଙ୍କ ନିଦେ୍ର୍ଧଶରେ ଏକ ସ୍ୱତନ୍ତ୍ର ପୁଲିସ ସ୍କ୍ୱାର୍ଡ ଗଠନ କରାଯାଇଥିଲା । ମାମଲାର ଜୋର୍ ତଦନ୍ତ କରାଯାଇଥିଲା । ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସ୍ପି ଶ୍ରୀ ଖିଲାରୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons