୩୬ ସେକେଣ୍ଡରେ ମନ କିଣିଲେ

Get real time updates directly on you device, subscribe now.

ଅପ୍କମିଙ୍ଗ ଫିଲ୍ମ ‘ଶାହୋ’ରେ ଆକ୍ସନ୍ ପ୍ୟାକ୍ଡ ଅବତାର ସହ ପରଦାକୁ ଓହ୍ଲାଇବେ ଶ୍ରଦ୍ଧା କପୁର । ଫିଲ୍ମରେ ସେ ଜଣେ ପୁଲିସ ଭୂମିକା ନିର୍ବାହ କରିଛନ୍ତି । ତାଙ୍କ ଅପୋଜିଟ୍ରେ ନାୟକ ଭୂମିକାରେ ଅଛନ୍ତି ବାହୁବଲି ପ୍ରଭାସ । ଫିଲ୍ମର ନୂଆ ଗୀତ ‘ଇନ୍ନି ସୋନି’ର ଟିଜର୍ ରିଲିଜ୍ ହେବା ପରେ ଏହି ଯୋଡ଼ିଙ୍କୁ ନେଇ ଏବେ ବି-ଟାଉନ୍ରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ୩୬ ସେକେଣ୍ଡର ଟିଜର୍ରେ ଶ୍ରଦ୍ଧା ଓ ପ୍ରଭାସଙ୍କ ଚମକ୍ରାର କେମିଷ୍ଟ୍ରି ଦେଖିବାକୁ ମିଳିଛି ସ୍କ୍ରିନ୍ରେ । ଏହାକୁ ନୂଆ ଯୁଗର ପ୍ରେମ ଗୀତ ବୋଲି କୁହାଯାଉଛି । ଦିନକ ପୂର୍ବେ ଶ୍ରଦ୍ଧା ଗୀତର ପୋଷ୍ଟର ମାଇକ୍ରୋ-ବ୍ଲଗିଂ ସାଇଟ୍ରେ ଶେୟାର କରି କ୍ୟାପସନ୍ ଲେଖିଥିଲେ- ଗୀତଟି ଆପଣଙ୍କ ହୃଦୟକୁ ଛୁଇଁଯିବ ଏବଂ ପ୍ରେମର ଯାଦୁ ବୁଣିବ । କାଲି ଗୀତର ଟିଜର୍ ରିଲିଜ୍ ପରେ ସଙ୍ଗୀତପ୍ରେମୀ ଏହାକୁ ବେଶ ପସନ୍ଦ କରୁଛନ୍ତି । ‘ଇନ୍ନି ସୋନି’ ଗୀତ ହିନ୍ଦୀ, ପଞ୍ଜାବୀ, ତାମିଲ ଓ ମାଲାୟାଲମ୍, ଏହି ଚାରିଟି ଭାଷାରେ ମୁକ୍ତିଲାଭ କରିବ । ଲୋକପ୍ରିୟ ଗାୟକ ଗୁରୁ ରନ୍ଧାୱା ସଂଯୋଜନା ସହିତ ଗୀତଟିକୁ ଗାଇଛନ୍ତି । ତାଙ୍କ ସହ କଙଋଦାନ କରିଛନ୍ତି ମହିଳା କଙଋଶିଳ୍ପୀ ତୁଳସୀ କୁମାର । ‘ଶାହୋ’ ବେଶ କିଛି ଦିନରୁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି । ସୁଜୀତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ଗୁରୁତ୍ୱପୂଣ୍ଣ ର୍ ଭୂମିକାରେ ଅଛନ୍ତି ନୀଲ ନୀତିନ ମୁକେଶ, ଅରୁଣ ବିଜୟ, ଜ୍ୟାକି ଶ୍ରଣ୍ଡ୍, ଚଙ୍କି ପାଣ୍ଡେ, ମହେଶ ମଞ୍ଜରେକର, ଭେନ୍ନେଲା କିଶୋର ଓ ଏଭଲିନ୍ ଶର୍ମା । ଆସନ୍ତା ମାସ ୩୦ରେ ଏଇଟି ମୁକ୍ତିଲାଭ କରିବ । ରେମୋ ଡି’ସୌଜାଙ୍କ ଅପ୍କମିଙ୍ଗ ଫିଲ୍ମ ‘ଷ୍ଟ୍ରିଟ୍ ଡ୍ୟାନ୍ସର ୩ଡି’କୁ ନେଇ ମଧ୍ୟ ଚର୍ଚ୍ଚାରେ ଅଛନ୍ତି ଶ୍ରଦ୍ଧା । ନିକଟରେ ଫିଲ୍ମ ସୁଟିଂ ଶେଷ ହୋଇଛି । ଫିଲ୍ମ ପାଇଁ ଶ୍ରଦ୍ଧା ଯେମିତି କଠିନ ପରିଶ୍ରମ କରିଛନ୍ତି, ଏହି ଟିମ୍ର ଜଣେ ସଦସ୍ୟ ତାଙ୍କୁ ସେଥିପାଇଁ ଏକ ପ୍ରଶଂସା ପତ୍ର ପଠାଇଛନ୍ତି । ଏହା ଦେଖିବା ପରେ ଶ୍ରଦ୍ଧା ବହୁତ ଖୁସି ହୋଇଛନ୍ତି ଏବଂ ତାଙ୍କୁ ଧନ୍ୟବାଦ ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons