ଶ୍ରୀନଗର: କାଶ୍ମୀର ଗସ୍ତରେ ୟୁରୋପୀୟ ସଂଘର ସଂସଦୀୟ ଦଳ। ଧାରା ୩୭୦ ଉଚ୍ଛେଦ ପରେ ରାଜ୍ୟକୁ ପ୍ରଥମଥର କୌଣସି ବୈଦେଶିକ ପ୍ରତିନିଧି ମଣ୍ଡଳୀକୁ କାଶ୍ମୀର ଯିବା ଲାଗି ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର। ୟୁରୋପର ବିଭିନ୍ନ ଦେଶର ୨୭ ଜଣିଆ ସଂସଦୀୟ ଦଳ ପ୍ରଥମେ ନୂଆ ଦିଲ୍ଲୀରେ ପହଞ୍ଚି ପରେ ଶ୍ରୀନଗର ଗସ୍ତରେ ଯାଇଥିଲେ।
ତେବେ ୪ ଜଣ ପ୍ରତିନିଧି କାଶ୍ମୀର ଗସ୍ତ ନ କରି ସ୍ୱଦେଶ ଫେରିଯାଇଛନ୍ତି। ବିନା ପୋଲିସ ସୁରକ୍ଷାରେ କାଶ୍ମୀର ଗସ୍ତରେ ଯିବା ଲାଗି ଏମାନେ ଜିଦି ଧରିଥିବା ବେଳେ କେନ୍ଦ୍ରସରକାର ସେମାନଙ୍କୁ ଅନୁମତି ଦେଇନଥିଲା। ଏଣୁ କେବଳ ୨୩ ଜଣ ପ୍ରତିନିଧି ପହଞ୍ଚିଛନ୍ତି ଶ୍ରୀନଗର। ସେଠାରେ ସେମାନେ ସ୍ଥାନୀୟ ଅଧିବାସୀଙ୍କ ସହିତ ଆଲୋଚନା କରିଛନ୍ତି। ଏଥିସହିତ ଡାଲ ହ୍ରଦରେ ମଧ୍ୟ ନୌଯାତ୍ରା କରିଛନ୍ତି।
ଏହି ପ୍ରତିନିଧି ମଣ୍ଡଳୀର କାଶ୍ମୀର ଗସ୍ତ କେବଳ ପ୍ରଚାର ସର୍ବସ୍ୱ ବୋଲି ବିରୋଧୀମାନେ ଅଭିଯୋଗ କରିଛନ୍ତି। କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କହିଛନ୍ତି ଯେ ଯଦି ବିଦେଶୀ ସାଂସଦଙ୍କୁ କାଶ୍ମୀର ଯିବା ଲାଗି ଅନୁମତି ଦିଆଯାଉଛି ତେବେ ଭାରତୀୟ ସାଂସଦଙ୍କୁ ଯିବା ଲାଗି କାହିଁକି ଅନୁମତି ଦିଆଯିବନି।
Comments are closed, but trackbacks and pingbacks are open.