୩ ଅତ୍ୟାଧୁନିକ ମେସିନ୍ ଉଦ୍ଘାଟନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସରକାର ଖାଦ୍ୟ ପରୀକ୍ଷଣ ବିଜ୍ଞାନଗାରର ନବୀକରଣ କରିଛନ୍ତି । ତିନି ନୂଆ ଅତ୍ୟାଧୁନିକ ମେସିନ୍ ଆସିଛି । ଏଣିକି ଖାଦ୍ୟର ସବୁ ପରୀକ୍ଷା ଓଡ଼ିଶାରେ ହୋଇପାରିବ । ଆଜି ଏହି ମେସିନ୍ର ଶୁଭାରମ୍ଭ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ।
ଆଜି ଉଦ୍ଘାଟିତ ହୋଇଥିବା ନୂଆ ମେସିନ୍ ମଧ୍ୟରେ ରହିଛି ଆଇସିପି-ଏମ୍ଏସ, ଏଲ୍ ସି ଏମ୍ଏମ୍ ଓ ଜିଏସ-ଏମ୍ଏସ୍ । ଆଇସିପି-ଏମ୍ଏସ ମେସିନ୍ ଆସିବା ପରେ ଏଣିକି ଖାଦ୍ୟ ଓ ଜଳରେ ଥିବା ହେଭି ମେଟାଲ୍ସ ଯଥା-କପର, ଲିଡ୍, କାଡ଼ାମିୟମ, ମର୍କୁରୀ, ମିଥାଇଲ ମର୍କୁରୀ, ଜିଙ୍କ, ଷ୍ଟାନ୍ସ, ନିକେଲ କ୍ରୋମିୟମ ଓ ଆର୍ସେନିକର କେତେ ପରିମାଣରେ ରହିଛି । ଏହା ଜଣାପଡି ପାରିବ । ଏଲ୍ ସି ଏମ୍ଏମ୍ ମେସିନ୍ରେ ଖାଦ୍ୟ ଓ ଜଳରେ କେଉଁ କେଉଁ କୀଟନାଶକ ବ୍ୟବହାର ହୋଇଛି, ଜଣାପଡିପାରିବ । ଭିଟାମିନ୍ ଅଛି ନା ନାହିଁ, କେତେ ପରିମାଣରେ ରହିଛି । ଏହା ମଧ୍ୟ ଚିହ୍ନଟ କରାଯାଇପାରିବ । ସେହିଭଳି ଜିଏସ-ଏମ୍ଏସ୍ ମେସିନ୍ରେ ଖାଦ୍ୟରେ ଉପସ୍ଥିତ ଥିବା କୀଟନାଶକ, ଫ୍ୟାଟ ପ୍ରୋଫାଇଲ୍ସ, ମନୋ-ଅନ୍ସ୍ୟାଚୁରାଟେଡ୍, ପଲି-ଅନ୍ସ୍ୟାଚୁରେଟେଡ୍ ଓ ଟ୍ରାନ୍ସଫ୍ୟାଟସ୍ ରହିଛି ନା ନାହିଁ ଜଣାପଡିବ ।
ନୂଆ ମେସିନ୍କୁ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି, ଖାଦ୍ୟ ଓ ପାନୀୟ ଜଳର ଶୁଦ୍ଧତାକୁ ସରକାର ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି । ନୂଆ ମେସିନ୍ ଆସିବା ପରେ ଥଣ୍ଡାପାନୀୟଠୁ ଆରମ୍ଭ କରି ନୁଡୁଲ୍ସରେ ହୋଇଥିବା ଅପମିଶ୍ରଣ ସମ୍ପର୍କରେ ଜଣା ପଡିପାରିବ ।
ଏହି ଅବସରରେ ଓଡ଼ିଶା ରାଜ୍ୟ ଔଷଧ ନିଗମ(ଓଏସ୍ଏମସିଏଲ୍) ପରିଚାଳନା ନିଦେ୍ର୍ଧଶକ ଯାମିନୀ ଷଡ଼ଙ୍ଗୀ, ରାଜ୍ୟ ଖାଦ୍ୟ ନିରାପତ୍ତା ନିଦେ୍ର୍ଧଶକ ଡାକ୍ତର ପ୍ରଦୀପ କୁମାର ମହାପାତ୍ର, ଖାଦ୍ୟ ନିରାପତ୍ତାର ଯୁଗ୍ମ କମିଶନର ସୁମନ ସୁନ୍ଦରାୟ, ଖାଦ୍ୟ ବିଶ୍ଳେଶକ ଡାକ୍ତର କୁମୁଦ ସାହୁ ଓ ଖାଦ୍ୟ ନିରାପତ୍ତା ଅଧିକାରୀ ସତ୍ୟଜିତ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons