୩ କିମି ଭାରରେ ବୁହାହେଲେ ଗର୍ଭବତୀ, ମଝି ରାସ୍ତାରେ ପ୍ରସବ

Get real time updates directly on you device, subscribe now.

ଝରିଗାଁ,(ବି.ବି.ନୁ୍ୟଜ୍): ନବରଙ୍ଗପୁର ଜିଲ୍ଲାରେ ଜନନୀ ଯନ୍ତ୍ରଣା ଥମିବାର ନାଁ ଧରୁନି । ଜିଲ୍ଲାର ପ୍ରାୟ ୩ ଶହ ଗାଁକୁ ରାସ୍ତା ନଥିବାରୁ ଏଭଳି ଦୃଶ୍ୟ ପ୍ରାୟ ସବୁଦିନେ ଦେଖିବାକୁ ମିଳିଛି । ଗର୍ଭବତୀଙ୍କୁ ଭାରରେ ବୋହିବାଠାରୁ ଆରମ୍ଭ କରି ବାଇକ୍ରେ ନେବା ଭଳି ଘଟଣା ସରକାରଙ୍କ ନାନା ଯୋଜନାକୁ ଉପହାସ କରୁଛି । ଏପରିସ୍ଥଳେ, ଜିଲ୍ଲାର ଝରିଗାଁ ବ୍ଲକ ସଦର ପଞ୍ଚାୟତ କୋଟନାପାନି ଗାଁରେ ପୁଣି ଏକ ଘଟଣା ଦେଖିବାକୁ ମିଳିଛି । ଗାଁକୁ ଆମ୍ବୁଲାନ୍ସ ଆସି ନପାରିବାରୁ ଜଣେ ଗର୍ଭବତୀଙ୍କୁ ୩ କିମି ଭାରରେ ବୁହାଯାଇଛି । ଗାଁର ଲକ୍ଷ୍ମୀଧର ସାନ୍ତାଙ୍କ ସ୍ତ୍ରୀ ବିଜୟା ସାନ୍ତା(୨୨) ଗର୍ଭବତୀ ଥିଲେ । ମଙ୍ଗଳବାର ସକାଳ ୫ ଟାରୁ ବିଜୟାଙ୍କର ପ୍ରସବ ବେଦନା ଆରମ୍ଭ ହୋଇଥିଲା । ଗାଁର ଆଶା ଦୁର୍ମିଲା ମାଝିଙ୍କୁ ପରିବାର ଲୋକେ ଏ ବିଷୟରେ ଖବର ଦେଇଥିଲେ । ପରେ ବିଜୟାଙ୍କୁ ଝରିଗାଁ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବାକୁ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରାଯାଇଥିଲା । ସୂଚନା ପାଇ ଆମ୍ବୁଲାନ୍ସଟି ଆସିଥିଲେ ହେଁ ଗାଁକୁ ଭଲ ରାସ୍ତା ନଥିବାରୁ ୩ କିମି ଦୂର ହାତୀବାଡି ମୁଖ୍ୟ ରାସ୍ତାରେ ଅଟକି ରହିଥିଲା । ଗାଡି ଆସି ନପାରିବାରୁ ବିଜୟାଙ୍କ ପରିବାର ଲୋକେ ଚିନ୍ତାରେ ପଡ଼ି ଯାଇଥିଲେ । ଶେଷରେ ଅନ୍ୟ କୌଣସି ଉପାୟ ନପାଇ ଏକ ଭାରରେ ବିଜୟାଙ୍କୁ ଗାଡି ପାଖକୁ ଆଣିବାକୁ ସ୍ଥିର କରିଥିଲେ । ଏକ ଖଟରେ ଦଉଡି ବାନ୍ଧି ଭାର କରି ଆଶା ଓ ଗାଁ ଲୋକଙ୍କ ସହଯୋଗରେ ପରିବାର ଲୋକେ ବିଜୟାଙ୍କୁ ବୋହିଥିଲେ । ଅଧାବାଟରେ ବିଜୟା ଏକ କନ୍ୟା ଶିଶୁ ଜନ୍ମ ଦେଇଥିଲେ । ଉଭୟେ ମା’ ଓ ଶିଶୁ ଚିକିତ୍ସା ପରେ ସୁସ୍ଥ ଥିବା ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons