ଖଇରପୁଟ,(ବି.ବି.ନୁ୍ୟଜ୍): ଭାରରେ ଗର୍ଭବତୀଙ୍କୁ ବୋହିବା ଘଟଣା ମାଲକାନଗିରିରେ ଥମିବାର ନାଁ ନେଉନି । ବର୍ଷ ତମାମ ଏଭଳିଦୃଶ୍ୟ ଦେଖିବାକୁ ମିଳୁଛି । ଏପରିସ୍ଥଳେ, ରବିବାର ଜିଲ୍ଲାର ଖଇରପୁଟ ବ୍ଲକ ଆମ୍ବଳାଭଟ୍ଟାରେ ଜଣେ ଗର୍ଭବତୀଙ୍କୁ ପରିବାର ଲୋକେ ୩ କିଲୋମିଟର ଖଟିଆରେ ଭାର କରି ବୋହି ମେଡିକାଲ ନେଇଛନ୍ତି । ଗର୍ଭବତୀ ହେଲେ ଗାଁର ପ୍ରତୀମା ସାହୁ । ପୂର୍ବାହ୍ନରେ ତାଙ୍କର ଗର୍ଭ ଯନ୍ତ୍ରଣା ହୋଇଥିଲା । ପରିବାର ଲୋକେ ତାଙ୍କୁ ଖଇରପୁଟ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବାକୁ ଆମ୍ବୁଲାନ୍ସକୁ ଫୋନ କରି ଯୋଗାଯୋଗ କରିଥିଲେ । ତେବେ ଗାଁକୁ ଭଲ ରାସ୍ତା ନଥିବାରୁ ଗାଡିଟି ଆସିପାରି ନଥିଲା । ଏଣେ ପ୍ରତୀମାଙ୍କ ଯନ୍ତ୍ରଣା ପରିବାର ଲୋକେ ସହି ପାରି ନଥିଲେ । ଭାରକରି କାନ୍ଧରେ ବୋହି ମେଡିକାଲ ନେବାକୁ ପ୍ରସ୍ତୁତ ହୋଇଥିଲେ । ପରେ ଏକ ଖଟିଆରେ ପ୍ରତୀମାଙ୍କୁ ଶୁଆଇ ପରିବାର ଲୋକେ ଭାରକରି ମେଡିକାଲକୁ ବୋହିବୋହି ନେଇଥିଲେ । ଖଇରପୁଟ ଡାକ୍ତରଖାନାରେ ସୁରକ୍ଷିତ ଭାବେ ପହଞ୍ଚିଥିଲେ । ପ୍ରତୀମା ଡାକ୍ତରଖାନାରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ପ୍ରସବ ପରେ ଉଭୟ ମା’ ଓ ଶିଶୁର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ସମ୍ପୃକ୍ତ ଡାକ୍ତର କହିଛନ୍ତି । ଜିଲ୍ଲାରେ ବାରମ୍ବାର ଏଭଳି ଘଟଣା ନଜରକୁ ଆସୁଥିବା ବେଳେ ସରକାର ଅବା ଜିଲ୍ଲା ପ୍ରଶାସନ ଏଦିଗରେ କୌଣସି ପଦକ୍ଷେପ ନେଉ ନଥିବା ସା%ାରଣରେ ଆଲୋଚନା ହେଉଛି ।
Comments are closed, but trackbacks and pingbacks are open.