୩ ଦିନରେ ଅଣ୍ଡା ଦେଲେଣି ୨ ଲକ୍ଷ କଇଁଛ

Get real time updates directly on you device, subscribe now.

ରାଜନଗର,(ବି.ବି.ନୁ୍ୟଜ୍): ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଏବେ ଅଲିଭ୍ରିଡ୍ଲେ କଇଁଛଙ୍କ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଚାଲୁ ରହିଛି । ୩ ଦିନରେ ୨ ଲକ୍ଷରୁ ଅଧିକ କଇଁଛ ଅଣ୍ଡାଦାନ କରିଛନ୍ତି । କଇଁଛମାନଙ୍କୁ ବାହ୍ୟ ଶତ୍ରୁ କବଳରୁ ସୁରକ୍ଷା ଦେବା ପାଇଁ ରାଜନଗର ବନ ବିଭାଗ କର୍ମଚାରୀମାନେ ସେଠାରେ ଅସ୍ଥାୟୀ କ୍ୟାମ୍ପ କରିଛନ୍ତି । ପାଗ ଅନୁକୂଳ ଥିବାରୁ କଇଁଛମାନେ ଏହି ସମୂହ ଅଣ୍ଡାଦାନ ପ୍ରକ୍ରିୟା ଆଉ ୩/୪ ଦିନ ଜାରି ରଖିବେ ବୋଲି କଇଁଛ ବିଶାରଦମାନେ ଆଶା ପୋଷଣ କରିଛନ୍ତି । ସମୂହ ଅଣ୍ଡାଦାନ ପ୍ରକ୍ରିୟାକୁ ଅନୁଧ୍ୟାନ କରିବା ପାଇଁ ରାଜ୍ୟ ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ ସନ୍ଦିପ ତ୍ରିପାଠୀ, ଆଞ୍ଚଳିକ ରାଜ୍ୟ ବନ ସଂରକ୍ଷକ ମନୋଜ ମହାପାତ୍ର, ଡିଏଫ୍ଓ ବିକାଶ ରଞ୍ଜନ ଦାସ ପ୍ରମୁଖ ଗହୀରମଥାର ବାବୁବାଲି ଦ୍ୱୀପରେ ପହଞ୍ଚି ବୁଲି ଦେଖିଛନ୍ତି । ପ୍ରତ୍ୟେକ ଦିନ ସନ୍ଧ୍ୟା ପରଠୁଁ ବିଳମ୍ୱିତ ରାତି ଯାଏ କଇଁଛମାନେ ସମୁଦ୍ରର ଢେଉକୁ ଅତିକ୍ରମ କରି ବାବୁବାଲି ଦ୍ୱୀପର ବାଲୁକା ରାଶିରେ ଅଣ୍ଡାଦାନ କରୁଛନ୍ତି । ଅପରପକ୍ଷରେ ଏଠାରୁ ଅଳ୍ପ ଦୂରରେ ଥିବା ପ୍ରତିରକ୍ଷା ବିଭାଗର କ୍ଷେପଣାସ୍ତ୍ର ଘାଟୀର ଉଜ୍ଜ୍ୱଳ ଆଲୋକକୁ ଏବେ ବନ୍ଦ ରଖାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons