ମାଲକାନଗିରି,(ବି.ବି.ନୁ୍ୟଜ୍): ମାର୍କାପାଲ୍ଲୀ ପଞ୍ଚାୟତ ଛକ ନିକଟରେ ମଙ୍ଗଳବାର ୩ ଟି ବାଇକ୍ ମଧ୍ୟରେ ଧକ୍କା ହୋଇଛି । ଏଥିରେ ୨ ଜଣ ଯୁବକଙ୍କ ମୃତୁ୍ୟ ହୋଇଛି । ଅନ୍ୟ ୩ ଜଣ ଏଥିରେ ଗୁରୁତର ହୋଇଛନ୍ତି । ମୃତ ଯୁବକ ହେଲେ ପେଦାୱାର୍ଡ ପଞ୍ଚାୟତ ମାଛିଆମ୍ବ ଗାଁର ପ୍ରଶାନ୍ତ ଖରା(୧୮) ଓ କୁକୁଡା ଗାଁର ଚନ୍ଦ୍ର ଖିଲ(୨୨) । ଗୁରୁତରଙ୍କୁ ମାଲକାନଗିରି ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ଅପରାହ୍ଣରେ ଏହି ଦୁର୍ଘଟଣା ଘଟିଛି । ଦୁଇଟି ମୋଟର ସାଇକେଲ ଗୋଟିଏ ପଟରୁ ଆସୁଥିବା ବେଳେ ଅନ୍ୟ ବାଇକଟି ବିପରୀତ ଦିଗରୁ ଦ୍ରୁତ ବେଗରେ ଆସିଥିଲା । ଏହି ବାଇକ୍ଟି ସାମନା ପଟର ଦୁଇଟି ବାଇକ୍ ମଝିରେ ପଶି ଯିବାରୁ ତିନୋଟିଯାକ ଗାଡି ଭାରସାମ୍ୟ ହରାଇ ବସିଥିଲେ । ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତୁ୍ୟ ହୋଇଥିଲା । ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଡାକି ଅନ୍ୟମାନଙ୍କୁ ତୁରନ୍ତ ମେଡିକାଲ୍ ପଠାଇଥିଲେ । ମେଡିକାଲରେ ଅନ୍ୟ ଯୁବକଙ୍କ ମୃତୁ୍ୟ ହୋଇଥିଲା । ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗ ପୁଲିସ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ମୃତ ଯୁବକଙ୍କ ଶବ ଉଦ୍ଧାର କରିଥିଲେ । ବ୍ୟବଚ୍ଛେଦ ପାଇଁ ଶବକୁ ମେଡିକାଲକୁ ପଠାଯାଇଛି । ଏହି ଯୁବକମାନେ ପେଦାୱାର୍ଡ ଓ ଗଙ୍ଗଲା ପଞ୍ଚାୟତର ଜଣାପଡିଛି । ଗୁରୁତରଙ୍କୁ ମେଡିକାଲ ନେବାକୁ ଆମ୍ବୁଲାନ୍ସଟି ବିଳମ୍ବରେ ଆସିଥିବା ସ୍ଥାନୀୟ ଲୋକେ କହିଛନ୍ତି ।
Comments are closed, but trackbacks and pingbacks are open.