ଭୁବନେଶ୍ୱର: ୩ ମିନିଟରେ ଗ୍ରାହକଙ୍କୁ ମିଳିପାରିବ ଇ-ମୁଦ୍ରା ଲୋନ୍। ୩୦ ସେକେଣ୍ଡରେ ଝଐଏ ଗ୍ରୁପକୁ ମିଳିବ ୫୦ ହଜାର ଟଙ୍କାର ଋଣ। ଏହାସହ ୫୯ ମିନିଟ୍ରେ ୧ କୋଟି ଟଙ୍କା ପର୍ୟ୍ୟନ୍ତ ଋଣ ମିଳିପାରିବ। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଗ୍ରାହକ ସମ୍ପର୍କ କାର୍ୟ୍ୟକ୍ରମ ଉଦ୍ଘାଟନ ଅବସରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଏହି କାର୍ୟ୍ୟକ୍ରମ ଅବସରରେ ଆଜି ୨୬୦୪ ଜଣ ଗ୍ରାହକଙ୍କୁ ୧୬୬. ୧୧ କୋଟି ଟଙ୍କାର ଋଣ ମଧ୍ୟ ପ୍ରଦାନ କରାଯାଇଛି। ଏଭଳି ବ୍ୟବସ୍ଥା ଦ୍ୱାରା ବ୍ୟାଙ୍କ ଗ୍ରାହକଙ୍କ ନିକଟତର ହୋଇପାରିବ। ଲୋକଙ୍କୁ ସୁବିଧାରେ ବିଭିନ୍ନ ପ୍ରକାର ଋଣ ମିଳିପାରିବ। ଏହି ଅବସରରେ ଓଡ଼ିଶାରେ ଅଧିକ ସଂଖ୍ୟକ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଶାଖା ଖୋଲିବାର ସମ୍ଭାବନା ରହିଛି। ଏଥିସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଅଧିକ ମାତ୍ରାରେ ଋଣ ପ୍ରଦାନ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
Comments are closed, but trackbacks and pingbacks are open.