୩ ମିଲିସିଆ କମାଣ୍ଡର, ୧୬ ନrଲଙ୍କ ଆତ୍ମସମର୍ପଣ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ୍): ମୁଣ୍ଡରେ ପୁରସ୍କାର ଧରି ବୁଲୁଥିବା ୩ ଜଣ ମିଲିସିଆ କମାଣ୍ଡର ଓ ୧୬ ଜଣ ନକ୍ସଲ ମିଲିସିଆ ସଦସ୍ୟ ଶୁକ୍ରବାର ଛତିଶଗଡ ରାଜ୍ୟ ଦନ୍ତେୱାଡା ଜିଲ୍ଲା ଏସ୍ପି ଡ.ଅଭିଶେକ ପଲ୍ଲବଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି । ସୀମାନ୍ତ ଛତିଶଗଡ ରାଜ୍ୟ ପୁଲିସର ଘରବାହୁଡା ଅଭିଯାନରେ ପ୍ରଭାବିତ ହୋଇ ଏମାନେ ଏଭଳି ପଦକ୍ଷେପ ନେଇଛନ୍ତି । ତିନିଜଣ ମିଲିସିଆ କମାଣ୍ଡରଙ୍କ ମଧ୍ୟରେ ଛତିଶଗଡ ଦରଭା ମାଓ ଡିଭିଜନ ଏରିଆ କମିଟି ଜନମଲିସିଆ କମାଣ୍ଡର ରାଜେଶ ଭାସ୍କର, ଭୀମାତେ ଲମା, ବୁଦୁ ରାମ ରହିଛନ୍ତି । ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ପହଞ୍ଚି ଏମାନେ ଆତ୍ମସମର୍ପଣ କରିଥିବା ଜଣାପଡିଛି ।
ସୂଚନା ଅନୁସାରେ, ଏହି ତିନି କମାଣ୍ଡରଙ୍କ ଉପରେ ଛତିଶଗଡ ସରକାରଙ୍କ ପକ୍ଷରୁ ଏକ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରାଯାଇଥିଲା । ଏମାନେ ସମସ୍ତେ ଛତିଶଗଡ ଦରଭା, ଦନ୍ତେୱାଡା ମାଓ ସଂଗଠନରେ ଯୋଗଦେଇ ପ୍ରଥମେ ଚେତନା ନାଟ୍ୟ ମଣ୍ଡଳିରେ କାର୍ଯ୍ୟ କରୁଥିଲେ । ପରବର୍ତ୍ତୀ ସମୟରେ ଏରିଆ କମିଟି ମିଲିସିଆ ସଦସ୍ୟଭାବେ କାମକରି କିରଂଣ୍ଡଲ, ବସ୍ତର ଦନ୍ତେୱାଡା, ଜଗଦ୍ଧଲପୁର, ବିଜାପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଓ ହିଂସାକାଣ୍ଡରେ ଜଡିତ ଥିଲେ । ଏମାନଙ୍କ ନାମରେ ବିଭିନ୍ନ ଥାନାରେ ମାଓ ହିଂସାକାଣ୍ଡ ନେଇ ମାମଲା ରହିଛି । ମାଓ ଚିନ୍ତାଧାରା ବଦଳାଇବା ସହ ଗରିବ ନିରୀହ ଲୋକଙ୍କ ଉପରେ ଅତ୍ୟାଚାର ସହି ନପାରି ଏମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା କୁହାଯାଉଛି । ସାଧାରଣ ଜୀବନଯାପନ କରିବାକୁ ଏମାନେ ସ୍ଥିର କରିଥିବା ଜଣାପଡିଛି । ଦନ୍ତେୱାଡା ପୁଲିସ ପକ୍ଷରୁ ଏମାନଙ୍କୁ କିଛି ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ମାଓବାଦୀ ଆତ୍ମ ସମର୍ପଣ ସରକାରୀ ନିୟମ ଅନୁସାରେ ଏମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଏସ୍ପି ଶ୍ରୀ ପଲ୍ଲବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons