ପାଳଲହଡ଼ା,(ବି.ବି.ନୁ୍ୟଜ୍): ପାଳଲହଡ଼ା ବନାଞ୍ଚଳ ଅନ୍ତର୍ଗତ କନ୍ତଳା ସେକ୍ସନ୍ରେ ଗତ ୧ ତାରିଖରେ ଏକ ଦନ୍ତାହାତୀର ମୃତଦେହ ଜବତ ଘଟଣାରେ ବନ ବିଭାଗ ୩ ଜଣଙ୍କୁ ଗିରଫ କରିଛି । ସୋମବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ପାଳଲହଡ଼ା ଥାନା ତପ୍ତଝରଣ ଗ୍ରାମର ବୈଶାଖୁ ନାୟକ (୨୭), ଦଶରା ନାୟକ (୩୫) ଓ କାଳିଆ ନାୟକ (୫୦) ବୋଲି ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି ।
ଶିକାରୀମାନେ ଦନ୍ତାହାତୀକୁ ମାରି ଦାନ୍ତ ଲୁଟି ନେଇଥିବା ଜଣାପଡ଼ିଛି । ଏଥିରେ ଆନ୍ତଃଜିଲ୍ଲା ର୍ୟାକେଟ୍ ଥିବା ନେଇ ବନ ବିଭାଗ ସନେ୍ଦହ ପ୍ରକଟ କରିଛି । କେନ୍ଦୁଝର ଜିଲ୍ଲାର ଜଣେ ଶିକାରୀ ସମେତ ମୋଟ୍ ୪ ଜଣଙ୍କୁ ବନବିଭାଗ ଅଟକ ରଖି ପଚରାଉଚୁରା ଚଳାଇଛି । ଏ ନେଇ ବିଭାଗୀୟ ଅଧିକାରୀ ଦୁର୍ଯେ୍ୟାଧନ ଜେରେଇଙ୍କ କହିଛନ୍ତି ଯେ, ହାତୀଦାନ୍ତ ଉଦ୍ଧାର କରିବାକୁ ବନବିଭାଗ ବ୍ୟାପକ ତନାଘନା ଚଳାଇଛି । ଖୁବ୍ଶୀଘ୍ର ହାତୀଦାନ୍ତ ମିଳିବା ନେଇ ବନବିଭାଗ ଆଶାବାଦୀ ରହିଛି । ତେବେ ଏହି ଘଟଣାରେ ଅନ୍ୟ ଦୁଇ ଜଣ ପ୍ରମୁଖ ଅଭିଯୁକ୍ତ ଫେରାର୍ ଥିବା ଜଣାପଡ଼ିଛି । ଯେଉଁ ତିନି ଜଣ ଗିରଫ ହୋଇଛନ୍ତି ସେମାନେ ଜନ୍ତୁ ଶିକାରୀ, ବାର୍ହା ଶିକାର ପାଇଁ ବିଦୁ୍ୟତ୍ ଫାସ ବସାଇଥିଲେ । ସେହି ଫାସରେ ଜୀବନ୍ତ ବିଦୁ୍ୟତ୍ ତାର ସଂସ୍ପର୍ଶରେ ଆସି ଦନ୍ତାହାତୀର ମୃତୁ୍ୟ ଘଟିଛି ବୋଲି ଶ୍ରୀ ଜେରେଇ ସୂଚନା ଦେଇଛନ୍ତି । ଅନ୍ୟତମ ଶିକାରୀ ବୁଲୁ ଓରଫ୍ ଜିତେନ୍ଦ୍ର ମହନ୍ତ ବନାଞ୍ଚଳ ଅଧିକାରୀଙ୍କ ନିକଟରେ ସୋମବାର ସନ୍ଧ୍ୟାରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ଅଭିଯୁକ୍ତ ବୁଲୁର ଘର ବାରକୋଟ ଥାନା ଗୋପପୁର ଗ୍ରାମରେ ବୋଲି ଜଣାପଡ଼ିଛି ।
ପ୍ରକାଶ ଯେ, ଗତ ୧ ତାରିଖରେ ତପ୍ତପାଣି ସଂରକ୍ଷିତ ଜଙ୍ଗଲରେ ଏକ ଦନ୍ତାହାତୀର ଗଳିତ ମୃତଦେହ ଠାବ କରିଥିଲା ବନବିଭାଗର ପାଟ୍ରୋଲିଂ ଟିମ୍ । ଶିକାରୀ ହାତୀ ମାରି ଦାନ୍ତ ଲୁଟି ନେଇଛନ୍ତି । ଠାବ ହେବାର ୫ ଦିନ ପୂର୍ବରୁ ହାତୀ ଶିକାର କରାଯାଇଥିବା ବନ ବିଭାଗ ସନେ୍ଦହ କରିଥିଲା ।
Comments are closed, but trackbacks and pingbacks are open.