୪ଦିନ ପୂର୍ବରୁ ସରିବ ରଥ ନିର୍ମାଣ

Get real time updates directly on you device, subscribe now.

ପୁରୀ,(ବି.ବି.ନୁ୍ୟଜ୍): ଚଳିତ ୨୩ ତାରିଖ ମଙ୍ଗଳବାର ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥ ଯାତ୍ରା । ହେଲେ ଏହାର ଯଥେଷ୍ଟ ପୂର୍ବରୁ ନିର୍ମାଣ ସାରିବାକୁ ନିର୍ମାଣକାରୀ ସେବକ ଲାଗିପଡ଼ିଛନ୍ତି । ୧୮ ତାରିଖ ସୁଦ୍ଧା ନିର୍ମାଣ କାର୍ଯ୍ୟ ସାରିବାକୁ ଯୋଜନା ଚାଲିଥିବା କହିଛନ୍ତି ଶ୍ରୀମନ୍ଦିର ବରିÂ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ ।
ରଥଖଳାରେ ବିଶ୍ୱକର୍ମାମାନେ ପ୍ରଭା କାମ କରୁଛନ୍ତି । ପ୍ରଭା ହେଉଛି ସିଂହାସନର ଏକ ଅଂଶ । ଶ୍ରୀବିଗ୍ରହ ପ୍ରଭାଙ୍କୁ ଆଉଜି ଅବସ୍ଥାନ କରିବେ । ଠାକୁରେ ଚକା ସିଂହାସନରେ ବିଜେ ହେବେ । ଏବେ ଚକା ପ୍ରସ୍ତୁତ ହେଉଛି । ପ୍ରଭା ପଛକୁ ଧୂଳିଦଣ୍ଡା ଲାଗିବ । ପ୍ରଭାରେ ରୁପକାରମାନେ ରାହୁରୂପ ଓ ମଗରମୁଣ୍ଡ ଖୋଦେଇ କରିବେ । ପ୍ରଭା କାମ ସରିଲେ ରଥଖଳାରେ ନିର୍ମାଣ କାର୍ଯ୍ୟ ସରିବ ବୋଲି ନିର୍ମାଣକାରୀ କହିଛନ୍ତି ।
ଆଜି ରଥରେ ୮ଟି ଋଷିପଟା ଲାଗିଛି । ତୃତୀୟ ଭୂଇଁ ଓ ପୋଟଳର ନିମ୍ନ ଅଂଶରେ ଋଷିପଟା ଲାଗିଛି । ଠାକୁରଙ୍କ ସିଂହାସନ କାମ ମଧ୍ୟ ଆଗେଇଛି । ମହାପ୍ରଭୁଙ୍କ ଅବସ୍ଥାନ ପାଇଁ ଚକା(ସିଂହାସନ ପିଣ୍ଡି) ତିଆରି ହେଉଛି । ତାଳଧ୍ୱଜ, ନନ୍ଦିଘୋଷ, ଦର୍ପଦଳନ ରଥରେ ଜଗତପୃÂ ଶେଣୀ ଉଠି ପଟାବାଡ଼ିଆ କାମ ଚାଲିଛି । ତାଳଧ୍ୱଜର ମୁଖ୍ୟ ବିଶ୍ୱକର୍ମା ନରସିଂହ ମହାପାତ୍ର, ନନ୍ଦିଘୋଷର ମୁଖ୍ୟ ବିଶ୍ୱକର୍ମା ବିଜୟ କୁମାର ମହାପାତ୍ର ଓ ଦେବଦଳନର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରଥ କାମ ଆଗେଇ ଚାଲିଛି ।
ରଥକୁ ସୌନ୍ଦର୍ଯ୍ୟପୂର୍ଣ୍ଣ କରିବାକୁ ଚିତ୍ରକର ସେବକମାନେ ଲାଗିିଛନ୍ତି । ରଥରେ ଲାଗିବାକୁ ଥିବା ସଖୀ, କନ୍ୟାପଟା, ପାଶ୍ୱର୍ ଦେବଦେବୀଙ୍କୁ ରଙ୍ଗ ଦେଇ ଜୀବନ୍ତ କରୁଛନ୍ତି । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ତଳ ମହଲାରେ ଚିତ୍ରକରମାନେ ରଙ୍ଗକାମ କରୁଛନ୍ତି । ବଡ଼ଦାଣ୍ଡରେ ଦୁଆରଘଡ଼ାରେ ଚିତ୍ର କରାଯାଉଛି । ଚିତ୍ରକର ସେବକମାନେ ସେଥିରେ ରାହୁମୁଣ୍ଡ, ଛାୟା ଓ ମାୟାଙ୍କ ଚିତ୍ର କରୁଛନ୍ତି । ବର୍ଷାରେ ଧୋଇଯିବା ଭୟରେ ପ୍ରସ୍ତୁତ ଦୁଆରଘଡ଼ାକୁ ପଲିଥିନ୍ରେ ଘୋଡ଼ାଇ ରଖାଯାଇଛି । ରଥର ଶାଢିବନ୍ଧା ଚିତ୍ରକର ସେବକଙ୍କ ତତ୍ତ୍ୱାବଧାନରେ ଠାକୁରଙ୍କ ପାରମ୍ପରିକ କାମ ଜାରି ରହିଥିବା ଦେବଦତ୍ତ ମହାରଣା କହିଛନ୍ତି ।
ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦର୍ଜୀ ସେବକମାନେ କନାମଣ୍ଡଣୀ କାର୍ଯ୍ୟ ଜାରି ରଖିଛନ୍ତି । ଦୋଳବେଦିରେ କମାର ସେବକଙ୍କ କାର୍ଯ୍ୟ ଚାଲିଛି । ରଥକୁ ଯାହା ଲୁହା ସାମଗ୍ରୀ ଆବଶ୍ୟକ ସେସବୁ ଯୋଗାଇ ଦେଉଛନ୍ତି । ଭୋଇ ସର୍ଦ୍ଧାର ରବି ଭୋଇଙ୍କ ନିଦେ୍ର୍ଧଶକ୍ରମେ ଭୋଇ ସେବକମାନେ ବିଶ୍ୱକର୍ମାଙ୍କୁ ସହଯୋଗ କରୁଛନ୍ତି । ରୂପକାରମାନେ ରଥର ବିଭିନ୍ନ ଅଂଶରେ ମୂର୍ତ୍ତି ଖୋଦେଇରେ ମନୋନିବେଶ କରିଛନ୍ତି । ପ୍ରତି ଦିନ ଭଳି ଆଜି ଥର୍ମାଲ ସ୍କ୍ରିନିଂ ଜରିଆରେ ସମସ୍ତ ନିର୍ମାଣକାରୀ ସୁସ୍ଥ ଥିବା ଏପିଆର୍ଓ ଜିତେନ୍ଦ୍ର ମହାନ୍ତି ଜଣାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons