୪୦ତମ ‘ଶାରଳା ପୁରସ୍କାର’:ଡ. ପ୍ରଦୀପ ଦାଶଙ୍କୁ ‘ଶାରଳା ପୁରସ୍କାର’

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବିଶିଷ୍ଟ ଲେଖକ ଡ. ପ୍ରଦୀପ ଦାଶଙ୍କୁ ‘ଚରୁ ଚିବର ଓ ଚର୍ଯ୍ୟା’ ଉପନ୍ୟାସ ନିମନ୍ତେ ୪୦ତମ ‘ଶାରଳା ପୁରସ୍କାର’ ପ୍ରଦାନ କରାଯାଇଛି । ପୁରସ୍କାର ସ୍ୱରୂପ ଡ. ପ୍ରଦୀପ ଦାଶଙ୍କୁ ପାଞ୍ଚ ଲକ୍ଷ ଟଙ୍କା ସହ ମାନପତ୍ର, ଉତ୍ତରୀୟ, ସ୍ମୃତିଫଳକ ପ୍ରଦାନ କରାଯାଇଛି । ଏତଦ୍ ବ୍ୟତୀତ ରାଜ୍ୟର ଅନ୍ୟ ଦୁଇ ଜଣ କୃତୀ ବ୍ୟକ୍ତିଙ୍କୁ ସେମାନଙ୍କ ନିଜସ୍ୱ କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ପାଇଁ ‘ଇଲା ପଣ୍ଡା ସଙ୍ଗୀତ ସମ୍ମାନ’ ଏବଂ ‘ଇଲା ପଣ୍ଡା ଚିତ୍ରକଳା ସମ୍ମାନ’ରେ ସମ୍ମାନିତ କରାଯାଇଛି । ଚଳିତ ବର୍ଷ ସଙ୍ଗୀତ କ୍ଷେତ୍ରରେ ପଣ୍ଡିତ ହରମୋହନ ଖୁଣ୍ଟିଆ ଏବଂ ଚିତ୍ରକଳା କ୍ଷେତ୍ରରେ ଲଲାଟ ମୋହନ ପ;ନାୟକଙ୍କୁ ସମ୍ମାନିତ କରାଯାଇଛି । ପୁରସ୍କାର ସ୍ୱରୂପ ଉଭୟଙ୍କୁ ୧ ଲକ୍ଷ ୫୦ ହଜାର ଟଙ୍କା, ଉତ୍ତରୀୟ, ସ୍ମୃତିଫଳକ ଲେଖାଏଁ ପ୍ରଦାନ କରାଯାଇଛି ।
ଇମ୍ଫା ଦ୍ୱାରା ପରିଚାଳିତ ଇଣ୍ଡିଆନ୍ ମେଟାଲସ୍ ଆଣ୍ଡ୍ ପବ୍ଲିକ୍ ଚାରିଟେବଲ୍ ଟ୍ରଷ୍ଟ(ଇମ୍ପାକ୍ଟ) ଆନୁକୂଲ୍ୟରେ ୪୦ତମ ‘ଶାରଳା ପୁରସ୍କାର ଉତ୍ସବ-୨୦୧୯’ ଆଜି ସନ୍ଧ୍ୟାରେ ହୋଟେଲ ମେ ଫେୟାର କନ୍ଭେନ୍ସନ୍ ହଲ୍ଠାରେ ଅନୁÂିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଶେଣୀ ଲାଲ ଯୋଗଦେଇ ମନୋନୀତ ପ୍ରତିଭାମାନଙ୍କୁ ସମ୍ମାନିତ କରିଥିଲେ । ସଭାରେ କର୍ଣ୍ଣାଟକର ବିଶିଷ୍ଟ ସାହିତି୍ୟକ ବିବେକ ଶାନଭାଗ୍, ସୁଲେଖିକା ଡ. ଯଶୋଧାରା ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସଭା ମଞ୍ଚରେ ଶାରଳା ପୁରସ୍କାର ବିଜେତା ଡ. ପ୍ରଦୀପ ଦାଶ ଉପସ୍ଥିତ ଥିଲେ । ପୁରସ୍କାର ପାଇବା ଅବସରରେ ଶ୍ରୀ ଦାଶ ବକ୍ତବ୍ୟରେ ନିଜ ପୁସ୍ତକ ସମ୍ପର୍କରେ ଅବତାରଣା କରିବାକୁ ଯାଇ ତା’ର ସଂକ୍ଷିପ୍ତ ସାର ସତ୍ୟଟି ଉପସ୍ଥାପନ କରିଥିଲେ । ସେ କହିଥିଲେ, ‘ଆବଶ୍ୟକତା ଓ ଅସ୍ମିତାର ଶିଳ୍ପ ରୂପାୟନ ହିଁ ମୋର ଉପନ୍ୟାସ’ । ରାଜ୍ୟପାଳ ପ୍ରଫେସର ଲାଲ, ଓଡ଼ିଶା ଭଳି ରାଜ୍ୟରେ ବିଶ୍ୱ ବ୍ରହ୍ମାଣ୍ଡରେ ନାହିଁ ବୋଲି କହିଥିଲେ । ସେ କହିଥିଲେ, ଏହା ଏଭଳି ଏକ ରାଜ୍ୟ, ଯେଉଁଠି ଦୈନିକ ସକାଳ ଓ ସନ୍ଧ୍ୟାରେ ଭଗବତ ପାଠ କରାଯାଇଥାଏ । ଶ୍ରୀ ଶାନଭାଗ୍, ପ୍ରଥମ ଥର ଓଡ଼ିଶା ଆସିଥିବାବେଳେ ସେ ଓଡ଼ିଆ ଭାଷା, ସାହିତ୍ୟ ସହ ଫକିରମୋହନଙ୍କଠୁ ଆରମ୍ଭ କରି ପ୍ରତିଭା ରାୟଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ କଥା ସାହିତି୍ୟକୁ ନିଜ ବକ୍ତବ୍ୟରେ ସ୍ମରଣ କରିଥିଲେ ।
କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀ ଶାନଭାଗ୍ ବକ୍ତବ୍ୟ ରଖିବା ସହ ମଞ୍ଚରେ ଡ. ଯଶୋଧାରା ଦାଶ, ଶାରଳା ପୁରସ୍କାର ବିଜେତା ଡ. ପ୍ରଦୀପ ଦାଶ, ଶାରଳା ପୁରସ୍କାର ଉପଦେଷ୍ଟାମଣ୍ଡଳୀ ସଦସ୍ୟ କାର୍ଯ୍ୟକାରୀ ସଭାପତି ଡ. ମାଳବିକା ରାୟ, ସମ୍ପାଦକ ରାଜକିଶୋର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତେ ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ଟ୍ରଷ୍ଟି ପାରମିତା ମହାପାତ୍ର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ଏବଂ ସମ୍ପାଦକ ଶ୍ରୀ ମିଶ୍ର ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons