୪୧ ଗାଡିÿ ଉଠାଇଲା କ୍ରେନ୍

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବେଆଇନ୍ ପାର୍କିଂ ହଟାଇବା ଅଭିଯାନକୁ ଜୋରଦାର କରିଛି ଟ୍ରାଫିକ୍ ପୁଲିସ । ଆଜିଠୁ ସହରର ୬ଟି ରୁଟ୍ ଟାର୍ଗେଟ କରିଛି । ଏହି ରୁଟ୍ରେ ୫ ନୂଆ ସ୍ୱଂୟଚାଳିତ କ୍ରେନ୍ ମୁତୟନ କରାଯାଇଛି । ରାସ୍ତା ଉପରେ କିମ୍ବା ବେଆଇନ୍ ସ୍ଥାନରେ ପାର୍କିଂ କରିବା କ୍ଷଣି ଗାଡିÿକୁ ଉଠାଇ ନେଉଛି । ଆଜି ବେଆଇନ୍ ପାର୍କିଂ କରା ଯାଇଥିବା ପ୍ରାୟ ୪୧ଟି ଗାଡିÿକୁ ଚିହ୍ନଟ କରାଯାଇ ଫାଇନ୍ ଆଦାୟ କରାଯାଇଛି ।
ଚିହ୍ନଟ ହୋଇଥିବା ୬ଟି ରୁଟ୍ ହେଉଛି, ରାଜଭବନ ଛକରୁ କଳାରାହଙ୍ଗ ଛକ, ଏୟାରପୋର୍ଟରୁ ନାଲ୍କୋ ଛକ, ଶିଶୁଭବନରୁ ବାଣୀବିହାର, ରସୁଲଗଡ଼ ଛକରୁ ଜୟଦେବବିହାର, ଶ୍ରୀୟା ଛକରୁ ପିଏଚ୍ଡି ଅଫିସ । ଏହାଛଡ଼ା ବାପୁଜୀନଗରରେ ମଧ୍ୟ ବେଆଇନ୍ ପାର୍କିଂ କରା ଯାଉଥିବା ଗାଡିÿକୁ ଧରାଯାଇ ଫାଇନ୍ ଆଦାୟ କରାଯିବ ବୋଲି ପୁଲିସ କହିଛି । ଆଜି ଟ୍ରାଫିକ୍ ଥାନା-୧ ଅଧୀନରେ ଥିବା ରୁଟ୍ରେ ୨୫ଟି ଗାଡ଼ିକୁ କ୍ରେନ୍ ସହାୟତାରେ ହଟାଯାଇ ଟ୍ରାଫିକ୍ ଥାନାକୁ ନିଆ ଯାଇଥିଲା । ସେହିପରି ଟ୍ରାଫିକ୍ ଥାନା-୨ ଅଧୀନ ଇଲାକାରୁ ପ୍ରାୟ ୧୬ଟି ଗାଡିÿକୁ ଉଠାଇ ନିଆଯାଇଥିଲା ।
ଓଡିÿିଶା ସହରାଞ୍ଚଳ ଆଇନ୍-୨୦୦୩ର ଧାରା ୨୮ ଓ ୨୯ ତଥା ଭୁବନେଶ୍ୱର-କଟକ କମିଶନରେଟ ପୁଲିସର ଟ୍ରାଫିକ୍ ରୁଲ୍ ୨୦୦୮ ଧାରା ୧୯ଓ ୨୧ ଅନୁସାରେ ବେଆଇନ୍ ପାର୍କିଂ ଉପରେ କଡ଼ା କାର୍ଯ୍ୟାନୁÂାନ ପାଇଁ ନିଷ୍ପତ୍ତି ନିଆଯାଇଛି । ଜନଗହଳିପୂର୍ଣ୍ଣ ରାସ୍ତାରେ ଗାଡିÿି ପାର୍କିଂ ଦ୍ୱାରା ଅଯଥା ଟ୍ରାଫିକ୍ ଜାମ୍ ହେଉଛି । ଏସବୁ ରାସ୍ତାରେ ବେଆଇନ୍ ପାର୍କିଂ ନ କରିବା ପାଇଁ ଗାଡିÿଚାଳକଙ୍କୁ ପରାମର୍ଶ ଦିଆଯାଇଛି । ଯଦି କେହି ଗାଡିÿଚାଳକ ଏହି ନିୟମ ଖିଲାପ କରେ, ତାହେଲେ ମୋଟରଯାନ ଆଇନ୍ ୨୦୧୯ ଧାରା ୧୭୭ ଅନୁସାରେ ପାଞ୍ଚ ଶହ ଟଙ୍କା ଜରିମାନା ଦେବାକୁ ପଡିÿବ ବୋଲି ଆଇନ୍ ରହିଛି ।
ବେଆଇନ୍ ପାର୍କିଂ ସ୍ଥଳରୁ ଗାଡିÿ ହଟାଇବାକୁ ପୁଲିସ ନିକଟରେ ଯଥେଷ୍ଟ କ୍ରେନ ୍ନାହିଁ । ପୂର୍ବରୁ ଥିବା ୨ଟି କ୍ରେନ୍ ଅନେକ ସମୟରେ ଭିଆଇପି ଡୁ୍ୟଟିରେ ବ୍ୟବହାର କରା ଯାଉଛି । ଏଥିପାଇଁ ପୁଲିସ ପକ୍ଷରୁ ଘରୋଇ ସଂସ୍ଥାଠାରୁ ୫ଟି ସ୍ୱଂୟଚାଳିତ କ୍ରେନ୍ ଅଣାଯାଇଛି । ବେଆଇନ ପାର୍କିଂରେ ଥିବା ଗାଡିକୁ ଟ୍ରାଫିକ୍ ଥାନା ଯାଏଁ ଆଣିବା ପାଇଁ ଟ୍ରାଫିକ ପୁଲିସକୁ ଘରୋଇ ସଂସ୍ଥାକୁ ଭଡ଼ା ଦେବାକୁ ପଡ଼ୁଛି । ସେଥିପାଇଁ ବେଆଇନ ପାର୍କିଂ କରିଥିବା ଦୁଇଚକିଆ ପାଇଁ ୩୦୦ ଟଙ୍କା ଓ ଚାରିଚକିଆ ପାଇଁ ୭୦୦ ଟଙ୍କା ଫାଇନ୍ ଆଦାୟ କରାଯାଉଛି । ଆଜି ଅଧିକାଂଶ ଗାଡିମାଲିକ ଉପରୋକ୍ତ ଜରିମାନା ଭରି ଗାଡିÿ ଥାନାରୁ ମୁକୁଳାଇଥିବା ପୁଲିସ ସୂଚନା ଦେଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons