୪୨୦୦ ଡେଇଁଲା ସଂକ୍ରମିତ ସଂଖ୍ୟା

Get real time updates directly on you device, subscribe now.

ଜୟପୁର: ଆଜି ସହର ଏବଂ ଗ୍ରାମାଞ୍ଚଳରୁ ଆଉ ୩୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସହରରୁ ୨୬ ଏବଂ ବ୍ଲକରୁ ୧୩ ଜଣ ଅଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇଲେ ମୋଟ ପଜିଟିଭ୍ ସଂଖ୍ୟା ୪ ହଜାର ୨୦୨ରେ ପହଞ୍ଚିଛି । ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଲକ୍ଷଣଯୁକ୍ତ । କେତେଜଣ ଲକ୍ଷଣବିହୀନ ଥିବା ବେଳେ ଅଧିକାଂଶଙ୍କ ଟ୍ରାଭେଲ ହିଷ୍ଟ୍ରି ଜଣାପଡିନି । ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି କେତେକ ପଜିଟିଭ୍ ହୋଇଛନ୍ତି । ସାମାନ୍ୟ ଆକ୍ରାନ୍ତଙ୍କୁ ହୋମ୍ ଆଇସୋଲେସନ୍ ଏବଂ କୋଭିଡ୍ କେୟାର ସେଣ୍ଟରରେ ରଖାଯାଇଛି । ଗୁରୁତରଙ୍କୁ କୋଭିଡ୍ ହସପିଟାଲ୍ ସ୍ଥାନାନ୍ତର ବ୍ୟବସ୍ଥା କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।
ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସହରର ୨୬ ରୋଗୀଙ୍କ ମଧ୍ୟରେ କେବଳ ପିଡବ୍ଲୁ୍ୟଡି କଲୋନି ଅଞ୍ଚଳରୁ ଅଛନ୍ତି ୩ ପୁରୁଷ ଏବଂ ଜଣେ ମହିଳା । ବିକ୍ରମଦେବ କଲେଜ ଅଞ୍ଚଳ, ଲିଙ୍ଗରାଜନଗରରୁ ଜଣେ ମହିଳା, ଜଣେ ପୁରୁଷ ଏବଂ ହାନାଗୁଡ଼ାରୁ ୨ ଜଣ ପୁରୁଷ ରୋଗୀ ଅଛନ୍ତି । ଡାଏଟ୍ କଲୋନି, ପାୱାର ହାଉସ୍ କଲୋନି, ମୁଖ୍ୟରାସ୍ତା, ମାଦଳାସାହି, ଇରିଗେସନ୍ କଲୋନି ଏବଂ ପାଇକସାହିରୁ ଜଣେ ଲେଖାଏଁ ମହିଳା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜ୍ୟୋତିମିଲ୍, ନୂଆସାହି, ରାଜାନଅର, ନନ୍ଦକଲୋନି, ରାଜୁସାହି, ସାନ୍ତ୍ରାସାହି, ଫରେଷ୍ଟ କଲୋନି, ଡ଼ଙ୍ଗାଗୁଡ଼ା ଏବଂ ପାରାବେଡ଼ାରୁ ଜଣେ ଲେଖାଏଁ ପୁରୁଷ ପଜିଟିଭ୍ଙ୍କୁ ଚିହ୍ନଟ କରାଯାଇଛି । ସେହିପରି ବ୍ଲକର ପାଞ୍ଜିଆଗୁଡ଼ାରୁ ୨ ପୁରୁଷ ଏବଂ ପାୱାରଗ୍ରୀଡ୍ ଅଞ୍ଚଳରୁ ଜଣେ ଲେଖାଏଁ ପୁରୁଷ, ମହିଳା ରୋଗୀ ଅଛନ୍ତି । ସଲପା, ଦେଓଗୁଡ଼ା, ବାରିଣିପୁଟ, ମୁଣ୍ଡିଗୁଡ଼ା, ବଡ଼ପଡ଼ା, ଜାମୁଣ୍ଡା ଏବଂ ସାନକାଉଡ଼ିରୁ ଜଣେ ଲେଖାଏଁ ମହିଳା, ହରଡ଼ାପୁଟ ଓ ଗରୁଡ଼ଗୁଡ଼ାରୁ ଜଣେ ଲେଖାଏଁ ପୁରୁଷ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଏ ପର୍ଯ୍ୟନ୍ତ ସହରରୁ ୩ ହଜାର ୨୦୫ ଏବଂ ଗ୍ରାମାଞ୍ଚଳରେ ୯୯୭ ଜଣଙ୍କ ଠାରେ ମହାମାରୀ ଭୂତାଣୁ ଚିହ୍ନଟ ହୋଇଥିବା ଜଣାପଡିଛି ।

ରିପୋର୍ଟ: ସତ୍ୟ ନାରାୟଣ ସାହୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons