୪୩ ଚିହ୍ନଟ, ୩ ଜଣଙ୍କୁ ଖୋଜା ଚାଲିଛି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟର ଦ୍ୱିତୀୟ କରୋନା ଆକ୍ରାନ୍ତ ଯୁବକଙ୍କ ସଂସ୍ପର୍ଶରେ ଆସିଛନ୍ତି ୪୬ ଜଣ । ସେମାନଙ୍କ ମଧ୍ୟରୁ ୪୩ ଜଣଙ୍କୁ ଚିହ୍ନଟ କରାଯାଇଛି । ୩ ଜଣ ଠାବ ହୋଇନାହାନ୍ତି । ଏହି ୩ ଜଣଙ୍କୁ ଖୋଜିବା ପାଇଁ ରାଜ୍ୟ ସରକାରଙ୍କ ୮ଟି ମନିଟରିଂ ଟିମ୍ ଲାଗିଛନ୍ତି । ଅପରପକ୍ଷରେ ଆଜି ମୋଟ ୯ଜଣ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷା ପାଇଁ ଆର୍ଏମ୍ଆର୍ସିକୁ ପଠାଯାଇଥିଲା । ସବୁଯାକ ରିପୋର୍ଟ ନେଗେଟିଭ୍ ଆସିଛି ।
ଗୁରୁବାର ରାଜ୍ୟରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହି ୧୯ ବର୍ଷୀୟ ସଂକ୍ରମିତ ଯୁବକ ୟୁକେରୁ ଗତ ୧୮ ତାରିଖ ଭୁବନେଶ୍ୱରରେ ପହଞ୍ଚିଥିଲେ । ତାଙ୍କୁ ଏମ୍ସ ହସ୍ପିଟାଲରେ ଆଇସୋଲେସନ୍ରେ ଚିକିତ୍ସା କରାଯାଉଛି । ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ହୋମ୍ କ୍ୱାରେଣ୍ଟାଇନରେ ରଖାଯାଇଛି ।
ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗ୍ଚୀ କହିଛନ୍ତି, ଏମ୍ସ ଘଟଣାକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ସରକାର ଏହାକୁ ଗମ୍ଭୀରତା ସହ ନେଇଛନ୍ତି । ସର୍ବୋଚ୍ଚ ସ୍ତରରେ ଏହାର ସମୀକ୍ଷା କରାଯାଉଛି । ସମସ୍ତ ପ୍ରଭାବିତଙ୍କୁ ଅବଜରଭେସନ୍ରେ ରଖାଯାଇଛି ।
ସାମ୍ବାଦିକ ସମ୍ମିଳନୀରେ ସରକାର ସୂଚନା ଦେଇଛନ୍ତି, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୬୬ଜଣଙ୍କ ନମୁନା ପରୀକ୍ଷା କରାଯାଇଥିବାବେଳେ ସେଥିରୁ ୬୨ଟି ରିପୋର୍ଟ ନେଗେଟିଭ୍ ଆସିଛି । କେବଳ ୨ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ଆଉ ୪ଟି ରିପୋର୍ଟ ହସ୍ତଗତ ହୋଇନି । ବିଦେଶରୁ ଆସିଥିବା ନେଇ ବର୍ତ୍ତମାନ ସୁଦ୍ଧା ୨୯୩୫ଜଣ ପଞ୍ଜୀକରଣ କରିଥିବା ଜଣାପଡ଼ିଛି ।
ଦ୍ୱିତୀୟ କରୋନା ରୋଗୀ ଏମ୍ସରେ ଚିକିତ୍ସିତ ହେଉଥିବାବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜାରି କରିଥିବା ଏସ୍ଓପି ଏମ୍ସରେ କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ କରିଛନ୍ତି ରସିଡେଣ୍ଟ ଡକ୍ଟର୍ସ ଆସୋସିଏସନ୍ ଉଦ୍ବେଗ ପ୍ରକାଶ କରିଛି । ତେବେ ଏଭଳି ଅଭିଯୋଗକୁ ଏମ୍ସ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି । ଏମ୍ସରେ ସମସ୍ତ ଗାଇଡଲାଇନ୍ ପାଳନ କରାଯାଉଥିବା କର୍ତ୍ତୃପକ୍ଷ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons